Divine Light Online

ଧ୍ୟାନ ଓ ପ୍ରାର୍ଥନା

ଜୁଲାଇ ୨୩, ୧୯୧୪

ହେ ପ୍ରଭୁ, ତୁ ସର୍ବଶକ୍ତିମାନ୍ । ଯୋଦ୍ଧା ହୋଇ ସକଳ ବିଜୟ ନେଇଆସ । ତୋ ପ୍ରେମ ଆମ ହୃଦୟର ଏକଚ୍ଛତ୍ର ଅଧୀଶ୍ଵର ହେଉ ଏବଂ ଆମ ଭାବନାରାଜି ମଧ୍ୟରେ ତାଜ୍ଞାନ ନିତ୍ୟ ବିରାଜିତ ହେଉ, ଆମକୁ ଅନ୍ଧକାର ଏବଂ ଅସାମର୍ଥ୍ୟ ମଧ୍ୟରେ ପରିତ୍ୟାଗ କର ନାହିଁ । ସକଳ ସୀମା, ସକଳ ଶୃଙ୍ଖଳ ଭାଙ୍ଗି ଦେ, ଦୁର କରି ଦେ ଯାବତୀୟ ମୋହ ।

ଆକୁଳ ପ୍ରାର୍ଥନା ହୋଇ ଆମ ଆସ୍ପୃହା ଉଠିଯାଏ ତୋ ନିକଟକୁ ।