Divine Light Online

ଧ୍ୟାନ ଓ ପ୍ରାର୍ଥନା

ମାର୍ଚ୍ଚ ୪, ୧୯୧୪

ଏଇ ଶେଷ ଥର, ହୁଏ ତ ଅନେକ ଦିନ ପାଇଁ, ତୋ ସାନିଧ୍ୟରେ ଅଭିଷିକ୍ତ ଏଇ ନିସ୍ତବ୍ଧ କକ୍ଷରେ, ଏଇ ଟେବୁଲ ପାଖରେ ବସି ମୁଁ ଲେଖୁଛି । ଆଗାମୀ ତିନି ଦିନ ଧରିହୁଏ ତ ମୁଁ ଆଉ ଲେଖି ପାରିବି ନାହିଁ ।… ଅନ୍ତର୍ମୁଖୀ ଏକାଗ୍ରତା ନେଇ ଏଇ ପୃଷ୍ଠା ଉପରେ ମୁଁ ଯେତେବେଳେ ଧ୍ୟାନ ଦେଉଛି, ପଛ ଆଡ଼କୁ ପୃଷ୍ଠା ଓଲଟାଇ ଚାଲିଲେ ଦେଖୁଛି ତା’ ଯେପରି କ୍ରମଶଃ ଲୀନ ହୋଇଯାଉଛି ଅତୀତର ସ୍ଵପ୍ନ ଭିତରେ; ଅନ୍ୟ ଦିଗରେ ଏହି ଅଲେଖା ଧଳା ପୃଷ୍ଠାଟି ଉପରେ ଦୃଷ୍ଟି ଦେଲେ ଦେଖୁଛି ତାହା ଯଦିଓ ଶୂନ୍ୟ, କିନ୍ତୁ ଭବିଷ୍ୟତର ସ୍ଵପ୍ନସମ୍ଭାବନାରେ ପରିପୂର୍ଣ୍ଣ… ତା’ ହେଲେ ବି ତାହା କେଡ଼େ କ୍ଷୁଦ୍ର, କେଡ଼େ ପିଲାଳିଆ ଓ ମୂଲ୍ୟହୀନ ଦେଖା ନ ଯାଏ ଯେତେବେଳେ ତା’କୁ ଦେଖେ ତୋର ଅନ୍ତରର ଆଲୋକରେ । ଏକ ମାତ୍ର ପ୍ରୟୋଜନୀୟ ବସ୍ତୁ ହେଲା ପ୍ରେମ ଓ ଆନନ୍ଦ ସହ ତୋର ଦିବ୍ୟବିଧାନ ମାନି ଚଳିବା ।

ହେ ଭଗବାନ୍, ଆମର ପ୍ରତି ଅଙ୍ଗ, ଆମ ଭିତରର ସବୁକିଛି ଯେପରି ତୋର ଆରାଧନା କରେ, ତୋର ସେବା କରେ ।

ବିଶ୍ୱ ଯେପରି ଲାଭ କରେ ତୋର ଶାନ୍ତି ।