କୌଣସି ଶିକ୍ଷା କେବଳ ସେତିକିବେଳେ ଫଳପ୍ରଦ ହୁଏ ଯଦି ତାହା ହୋଇଥାଏ ଆନ୍ତରିକ, ଅର୍ଥାତ୍ ଯେତେବେଳେ ଯେଉଁ ଶିକ୍ଷା ଦିଆଯାଏ ସେହି ସମୟରେ ତାହାକୁ ଜୀବନ୍ତଭାବେ ଉପଲବ୍ଧ କରିବା ଦରକାର – ଅନେକ ସମୟରେ ଯେଉଁସବୁ ଶବ୍ଦ ବାରଂବାର ଉଚ୍ଚାରଣ କରାଯାଏ, ଯେଉଁସବୁ ଚିନ୍ତା ପୁନଃପୁନଃ ପ୍ରକାଶ କରାଯାଏ, ତାହା ଆଉ ଆନ୍ତରିକ ହୋଇ ରହି ନ ଥାଏ…