ଆଜି ସକାଳେ ମୋର ସମଗ୍ର ଆଧାର ହୋଇଉଠିଛି ନିର୍ବାକ୍ ଆରାଧନା, ତୋ ପ୍ରେମର ବୈପୁଲ୍ୟ ମୋର ହୃଦୟ ପୂର୍ଣ୍ଣ କରିଦେଇଛି…
ପ୍ରସ୍ତୁତି ଓ କର୍ମ, କର୍ମ ଓ ପ୍ରସ୍ତୁତି ଗୋଟିଏ ପରେ ଗୋଟିଏ ଆସେ ଏବଂ ଯାଏ, ପରସ୍ପର ସହ ଏପରି ଓ ଓତପ୍ରୋତ ଯେ ସେମାନଙ୍କର ପାର୍ଥକ୍ୟ ଆବିଷ୍କାର କରିବା ଦୁରୂହ ହୋଇପଡ଼େ, ସେମାନଙ୍କର ସମେଳନରେ ହିଁ ତ ପୃଥିବୀରେ ଦିବ୍ୟ ଜୀବନର ସ୍ଥିତି । ଯାହା ହେବାକୁ ହେବ ଏବଂ ଯାହା କରିବାକୁ ହେବ, ତୋ ଯନ୍ତ୍ରଟିକୁ ପୂର୍ଣ୍ଣାଙ୍ଗ କରିବା ଏବଂ ତା’ର ବ୍ୟବହାର କରିବା, ଦୁଇ କାର୍ଯ୍ୟ ଏକ ସଙ୍ଗେ ଚାଲିବ; ବର୍ତ୍ତମାନ ଯଦି ତୁ ଚାହୁଁ ଯନ୍ତ୍ରଟି ସମୃଦ୍ଧ ହେଉ, ତା’ର ବୁଦ୍ଧି ହେଉ, ଅସୀମ ଦିଗ୍ବଳୟ ବ୍ୟାପୀ ତା’ର ସକଳ ଦ୍ଵାରଉନ୍ମକ୍ତ ହେଉ, ଯେଉଁ ଦେବତାଙ୍କୁ ସେ ପ୍ରକାଶ କରି ପାରିବ ତାଙ୍କ ସହ ସେ ମିଳିତହେଉ, ବିଭିନ୍ନ ଜଗତ୍ ସହ ସଜ୍ଞାନ ସମ୍ବନ୍ଧ ସ୍ଥାପନ କରିବାର ସାମର୍ଥ୍ୟ ଅର୍ଜନ କରୁ, ପରମୁହୂର୍ତ୍ତରେ ପୁଣି ତୁ ଚାହୁଁ ସେ ଯେପରି ନିଜକୁ ଭୁଲିଯାଉ ଏବଂ ହୋଇଉଠୁ କେବଳ ତୋର କାର୍ଯ୍ୟକାରୀ ଶକ୍ତି । ଏବଂ ଦୁଇଟିରେ ହିଁ ମିଳେ ତୋ ଇଚ୍ଛାଶକ୍ତି ସହ ସାଯୁଜ୍ୟସାଧନର ପରମ ବିଧାନ ।
ଆଜି ସକାଳେ ମୋର ସମଗ୍ର ଆଧାର ହୋଇଉଠିଛି ନିର୍ବାକ୍ ଆରାଧନା, ତୋ ପ୍ରେମର ବୈପୁଲ୍ୟ ମୋର ହୃଦୟ ପୂର୍ଣ୍ଣ କରି ଦେଇଛି ।