Divine Light Online

ଧ୍ୟାନ ଓ ପ୍ରାର୍ଥନା

ମେ ୨୬, ୧୯୧୪

ଉପରେ ଝଡ଼, ସାଗର ଉତ୍ତାଳ ତରଙ୍ଗମୟ, ଢେଉ ସହିତ ଢେଉର ସଂଘର୍ଷ, ଗୋଟିକ ଉପରେ ଅନ୍ୟଟି ଭାଙ୍ଗି ପଡୁଛି, ବିପୁଳ ଗର୍ଜନ ସହ ମଥା ପିଟୁଛି । କିନ୍ତୁ ବରାବର ଏହି ଉନ୍ମତ୍ତ ଜଳରାଶିର ତଳେ ରହିଛି ବିପୁଳ ପ୍ରସାର, ସେ ସ୍ଥିର, ପ୍ରଶାନ୍ତ ଓ ସହାସ୍ୟ –ଉପରର ଏହି ଚାଞ୍ଚଲ୍ୟକୁ ଦେଖୁଛି ଏକ ଅପରିହାର୍ଯ୍ୟ ଘଟଣା ହିସାବରେ । ଜଡ଼କୁ ପ୍ରବଳଭାବରେ ମନ୍ଥନ କରିବାକୁ ହେବ, ଯେପରି କି ସେ ଭଗବାନଙ୍କର ପୂର୍ଣ୍ଣ ଜ୍ୟୋତି ପ୍ରକାଶ କରିବାକୁ ସକ୍ଷମ ହୁଏ । ବିକ୍ଷୁବ୍ଧ ବାଦ୍ୟରୂପର ପଣ୍ଟାରେ, ଦ୍ର ଓ ଦାରୁଣ ସଂଘର୍ଷର ପଶ୍ଚାତ୍‌ରେ ଚୈତନ୍ୟ ତା’ର ସ୍ଥିରାସନରେ ଦୃଢ଼ପ୍ରତିଷ୍ଠ, ବାହ୍ୟ ସତ୍ତର ସକଳ କ୍ରିୟାବଳିକୁ ନିରୀକ୍ଷଣ କରୁଛି, କେବଳ ସେତିକିବେଳେ ହସ୍ତକ୍ଷେପ କରେ ଯେତେବେଳେ କୌଣସି ଦିଗ ବା ସ୍ଥାନ ସଂଶୋଧନ କରିବା ଦରକାର ପଡ଼େ, ଯେପରି କି ଖେଳଟି ଭିତରେ କୌଣସି ନାଟକୀୟ ଆତିଶଯ୍ୟ ଆସି ନ ପଡ଼େ । ଏହି ହସ୍ତକ୍ଷେପ କେତେବେଳେ ଦୃଢ଼, କେତେବେଳେ କଠୋର ବା ଶୈଷମୟ ହୁଏ, କେତେବେଳେ ବା ସ୍ଵାଭାବିକ ଅବସ୍ଥା କୁ ଫେରିଯିବା ପାଇଁ ତାଗିଦ କିଂବା ଟିକେ ବ୍ୟଙ୍ଗ ମୟ ହୁଏ, କିନ୍ତୁ ତାହା ସର୍ବଦା ସେହି ମଧୁର, ସବଳ, ପ୍ରଶାନ୍ତ ଓ ପ୍ରସନ୍ନ କରୁଣାରେ ପରିପୂର୍ଣ୍ଣ ।

ନୀରବତା ଭିତରେ ମୁଁ ଦେଖିଲି ତୋର ଅସୀମ ସନାତନ ଦିବ୍ୟାନନ୍ଦ ।

ତା’ପରେ ଯାହା ଅନ୍ଧକାର ଓ ଦ୍ବନ୍ଦର ଗର୍ଭରେ ପଡ଼ିରହିଛି ତା’ ମଧ୍ୟରୁ ତୋ ଆଡ଼କୁ ଧୀରେ ଉଠିଚାଲିଲା ଏକ ପ୍ରାର୍ଥନା : ହେ ପ୍ରେମମୟ ପ୍ରଭୁ, ପରମ ଜ୍ଞାନଦାତା, ପରମ ଶୁଦ୍ଧିଦାତା, ମୋର ସମସ୍ତ ଉପାଦାନ, ସମସ୍ତ କର୍ମ ଯେପରି ନିରନ୍ତର ହୁଏ କେବଳ ତୋର ପ୍ରେମର, ତୋର ସମୂର୍ଣ୍ଣ ପରମ ପ୍ରଶାନ୍ତିର ପ୍ରକାଶ ।

ମୋ ହୃଦୟ ତୋର ସମୁନ୍ନତ ମହିମାର ଆନନ୍ଦମୟ ଗାନରେ ପୁଲକିତ ।