Divine Light Online

ଧ୍ୟାନ ଓ ପ୍ରାର୍ଥନା

ଜାନୁଆରି ୨, ୧୯୧୪

ମନୁଷ୍ୟର ସମସ୍ତ ଚାଞ୍ଚଲ୍ୟ ଓ ଉତ୍ତେଜନା ସତ୍ତ୍ୱେ ଏହି ଅପୂର୍ବ ନୀରବତା ତୋତେ ଅଭିବ୍ୟକ୍ତ କରୁଛି । ଏଇସବୁ ବ୍ୟର୍ଥ କୋଳାହଳ, ନିରର୍ଥକ ବିକ୍ଷୋଭ, ଶକ୍ତିର ବୃଥା କ୍ଷୟ, ଏସବୁର ବିରୋଧକୁ ଅତିକ୍ରମ କରି ତୋର ସେହି ଅଚଳ ଅବ୍ୟୟ ନୀରବତା ସକଳ ବସ୍ତୁ ମଧ୍ୟରେ ଏତେ ଜୀବନ୍ତ ଭାବରେ ବିରାଜମାନ ଯେପରି କି କାନ ଦେଲେ ତାହା ଶୁଣାଯାଇପାରିବ । ଆମ୍ଭମାନଙ୍କ ମଧ୍ୟରେ ସେହି ନୀରବତା ପ୍ରସ୍ଫୁଟିତ ହେଉ ଆଲୋକ ଓ ଶାନ୍ତିର ଉତ୍ସ ପରି ଏବଂ ତା’ର ପ୍ରଭାବ ସମସ୍ତଙ୍କ ଉପରେ ଖେଳିଯାଉ କଲ୍ୟାଣମୟ ତରଙ୍ଗ ରୂପେ ।

ସକଳ ଜୀବନର ରସବସ୍ତୁ ତୁ, ସକଳ କ୍ରିୟାର ହେତୁ, ସକଳ ଚିନ୍ତାର ଲକ୍ଷ୍ୟ ।