Divine Light Online

ଧ୍ୟାନ ଓ ପ୍ରାର୍ଥନା

ନଭେମ୍ବର ୧୬, ୧୯୧୪

ତୁ ସମୁଦ୍ର ଉପରେ ବାୟୁପ୍ରବାହ ତୁଲ୍ୟ, ଯେତେବେଳ ପର୍ଯ୍ୟନ୍ତ ଦୀର୍ଘ ସମୁଦ୍ରଯାତ୍ରାନିମନ୍ତେ ପ୍ରୟୋଜନୀୟ ଦ୍ରବ୍ୟସମ୍ଭାରରେ ଜାହାଜ ପରିପୂର୍ଣ୍ଣ ନ ହୋଇଛି, ସେତେବେଳ ପର୍ଯ୍ୟନ୍ତ ତୁ ତାହାକୁ ବେଳାଭୂମିକୁ ଫେରାଇ ଆଣୁ। ଅସାବଧ୍ୟାନ ଭାବେ ତୁ ଆମ୍ଭମାନଙ୍କୁ ସମୁଦ୍ରଯାତ୍ରା କରିବାକୁ ଦେବୁ ନାହିଁ । ତୋର ସେବକଗଣଙ୍କୁ ସକଳ ପରିସ୍ଥିତିର ସମ୍ମୁଖୀନ ହେବାକୁ, ପ୍ରତ୍ୟେକ ଡାକର ଉତ୍ତର ଦେବାକୁ, ପ୍ରତ୍ୟେକ ପ୍ରୟୋଜନ ପୂର୍ଣ୍ଣ କରିବାକୁ ପ୍ରସ୍ତୁତ ହେବାକୁ ହେବ ।