Divine Light Online

ଧ୍ୟାନ ଓ ପ୍ରାର୍ଥନା

ଡିସେମ୍ବର ୨, ୧୯୧୨

ଯେପର୍ଯ୍ୟନ୍ତ ସତ୍ତାର ଗୋଟିଏ ବି କ୍ଷୁଦ୍ର ଅଂଶ, ଚିନ୍ତାର ଗୋଟିଏ ବି କ୍ରିୟା କୌଣସି ବାହ୍ୟ ପ୍ରଭାବର ଅଧୀନରେ ରହିଛି, ଅର୍ଥାତ୍ ଏକ ମାତ୍ର ତୋ ଅଧୀନରେ ନାହିଁ, ସେପର୍ଯ୍ୟନ୍ତ ତୋ ସହ ଯଥାର୍ଥ ମିଳନ ସଂଘଟିତ ହୋଇଛି ବୋଲି କୁହାଯାଇ ପାରେ ନାହିଁ, ତଥାପି ସେହି ବିଶୃଙ୍ଖଳ ଓ ଜ୍ୟୋତିଃହୀନ ଭୟଙ୍କର ମିଶ୍ରିତ ଅବସ୍ଥା ରହିଛି । କାରଣ ସେହି କ୍ଷୁଦ୍ର ଅଂଶଟି, ଚିନ୍ତାର ସେହି କ୍ରିୟାଟି ହେଲା ଗୋଟିଏ ଜଗତ୍, ବିଶୃଙ୍ଖଳା ଓ ଅନ୍ଧକାରର ଜଗତ୍, ଯେପରି ସମଗ୍ର ପୃଥିବୀ ଏହି ଭୌତିକ ଜଗତ୍ ମଧ୍ୟରେ ଏବଂ ଯେପରି ଭୌତିକ ଜଗତ୍ ସମଗ୍ର ବିଶ୍ୱ ମଧ୍ୟରେ ।