ହେ ଭଗବାନ୍, ଅନ୍ତର୍ମୁଖୀ ନୀରବତା ମଧରେ, ମୌନ ଆରାଧନା ମଧ୍ୟରେ, ମୁଁଏହି ସମସ୍ତ ଅଜ୍ଞାନାଚ୍ଛନ୍ନ ଓ ଆଙ୍କ ସଙ୍ଗେ ଏକ ହୋଇଯାଇ, ତୋତେ ପ୍ରଣାମ କରୁଛି ଦିବ୍ୟ ତ୍ରାଣକରୂପେ; ପରମ ମୁକ୍ତିଦାତାରୂପେ ତୋର ପ୍ରେମକୁ ଅଭିବାଦନ କରୁଛି, ତା’ର ଅଶେଷ କଲ୍ୟାଣ-କର୍ମ ପାଇଁ ମୋର କୃତଜ୍ଞତା ଜଣାଉଛି, ତୋ ନିକଟରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରୁଛି ଯେପରି କି ତୋର ପୂର୍ଣ୍ଣତାର କାର୍ଯ୍ୟକୁ ସର୍ବାଙ୍ଗସୁନ୍ଦର ଭାବରେ ତୁ ଶେଷ କରିପାରୁ । ତା’ପରେ ମୁଁ ଏକ ହୋଇଯାଏ ତୋ ପ୍ରେମ ସଙ୍ଗରେ, ହୋଇଉଠେ କେବଳ ତୋର ଅଫୁରନ୍ତ ପ୍ରେମ । ସକଳ ବସ୍ତୁ ମଧ୍ୟରେ ମୁଁ ପ୍ରବେଶ କରେ, ପ୍ରତ୍ୟେକ ପରମାଣୁ ମଧ୍ୟରେ ବାସ କରେ, ସେଠାରେ ପ୍ରଜ୍ଜ୍ୱଳିତ କରେ ସେହି ଅଗ୍ନି ଯାହା ଆଣିଦିଏ ଶୁଦ୍ଧି ଏବଂ ରୂପାନ୍ତର, ଯାହା କେବେ ବି ନିର୍ବାପିତ ହୁଏ ନାହିଁ, ତାହାହିଁ ତୋର ପରାତୃପ୍ତିର ବାହକଶିଖା, ସକଳ ସିଦ୍ଧିର ସିଦ୍ଧିଦାତା ।
ତା’ପରେ ଏହି ପ୍ରେମ ନିଜକୁ ନୀରବରେ ଆପ୍ କରେ, ନିଜକୁ ତୋ ଆଡ଼କୁ ଖୋଲିଧରେ, ହେ ଅଜ୍ଞୟ ମହେଶ୍ୱର୍ଯ୍ୟ, ଆତ୍ମହରା ପୁଲକରେ ତୋର ନବପ୍ରକାଶକୁ ଅପେକ୍ଷା କରୁଛି ।