Divine Light Online

ପୃଥିବୀ ଏକ ବିପୁଳ ପରିବର୍ତ୍ତନ ନିମିତ୍ତ ପ୍ରସ୍ତୁତ ହେଉଛି।
ତୁମେ ସାହାଯ୍ୟ କରିବ କି ?

୧୯୭୦ ନବ ବର୍ଷର ମାତୃବାଣୀ 

ଆସ, ଆମେ ଦେବମୁହୂର୍ତ୍ତ ନିମିତ୍ତ ପ୍ରସ୍ତୁତ ହେବା।

୧୯୬୩ ନବ ବର୍ଷର ମାତୃବାଣୀ ​

ଆସ, ଆମ୍ଭେମାନେ ସତ୍ୟର ସେବା କରିବା।

୧୯୬୬ ନବ ବର୍ଷର ମାତୃବାଣୀ ​

ଆସ, ଆମେ ସମସ୍ତେ ଶ୍ରୀଅରବିନ୍ଦଙ୍କ ଜନ୍ମଶତବାର୍ଷିକୀର ଯୋଗ୍ୟ ହୋଇ ଉଠିବାକୁ ଚେଷ୍ଟା କରିବା।

୧୯୭୨ ନବ ବର୍ଷର ମାତୃବାଣୀ ​

ଶ୍ରୀଅରବିନ୍ଦଃ ଶରଣଂ ମମ । ଶ୍ରୀମାତା ଶରଣଂ ମମ ।

The Mother

ଓଁ ଆନନ୍ଦମୟି, ଚୈତନ୍ୟମୟି, ସତ୍ୟମୟି ପରମେ

ହେ ଆନନ୍ଦମୟି, ହେ ଚୈତନ୍ୟମୟି, ହେ ସତ୍ୟମୟି, ପରମା ମାଆ
 (ଭାବାର୍ଥ – ମୋତେ ତୁମର ଆନନ୍ଦ, ଚେତନା ଓ ସତ୍ୟ ପ୍ରଦାନ କର)

ଓଁ ତତ୍ ସତ୍ ଜ୍ୟୋତିରରବିନ୍ଦ

ଓଁ ହେ ଶ୍ରୀଅରବିନ୍ଦ ! ତୁମେ ହିଁ ଓଁ ରୂପୀ ମହାବାକ୍, ତୁମେ ସେହି ପରମ ପୁରୁଷ, ତୁମେହିଁ ସତ୍ ସ୍ବରୂପ ଓ ଜ୍ୟୋତିଃ ସ୍ୱରୂପ ।
(ଭାବାର୍ଥ 
– ମୁଁ ତୁମର ଆରାଧନା କରୁଛି । ତୁମର ସତ୍ୟ ଓ ଜ୍ୟୋତି ଆମ୍ଭମାନଙ୍କୁ ପ୍ରଦାନ କର ।)

Sri Aurobindo

ପୁସ୍ତକାବଳୀ

ଶ୍ରୀଅରବିନ୍ଦ ସାହିତ୍ୟ ସଂଗ୍ରହ

ଶ୍ରୀଅରବିନ୍ଦଙ୍କ କେତୋଟି ଗ୍ରନ୍ଥର ଓଡିଆ ଅନୁବାଦ 

ମାତୃରଚନାବଳୀ

Collected Works of the Mother ର ଓଡିଆ ଅନୁବାଦ 

ବାବାଜୀ ଗ୍ରନ୍ଥାବଳୀ

ଶ୍ରୀ ରାମକୃଷ୍ଣ ଦାସଙ୍କ ରଚନା ସଂଗ୍ରହ 

ଅନ୍ୟାନ ପୁସ୍ତକ

ସାଧକ ସାଧିକା ଙ୍କ ଦ୍ଵାରା ରଚିତ ପୁସ୍ତକାବଳୀ

ପତ୍ରିକା

ନବପ୍ରକାଶ

ଶ୍ରୀଅରବିନ୍ଦଙ୍କ ଅତିମାନସ ସତ୍ୟ-ଆଧାରିତ ଛାତ୍ର ଓ ଯୁବ-ଜୀବନର ସର୍ବାଙ୍ଗୀଣ ବିକାଶର ବାର୍ତ୍ତାବହ ମାସିକ ପତ୍ରିକା

ନବଜ୍ୟୋତି

ଶ୍ରୀଅରବିନ୍ଦଙ୍କ ପୂର୍ଣାଙ୍ଗ ଓ ପ୍ରଗତିଶୀଳ ଅଧ୍ୟାତ୍ମ ଜୀବନ-ଦୃଷ୍ଟି ଦ୍ଵାରା ପ୍ରେରିତ ଯୋଗ, ସମାଜ, ଶିକ୍ଷା ଓ ସଂସ୍କୃତି ସମ୍ବନ୍ଧୀୟ ତ୍ରୈମାସିକ ପତ୍ରିକା

ମାତୃଭବନ ପତ୍ର

ମାସିକ ଶିକ୍ଷା ଓ ସଂଗଠନ ପତ୍ରିକା

ଧ୍ୟାନ ଓ ପ୍ରାର୍ଥନା

ଅଗଷ୍ଟ ୨୪, ୧୯୧୪

ହେ ଭଗବାନ୍, ହୃଦୟଭରା କୃତଜ୍ଞତା ସହ ତୋ ପାଖକୁ ଆସିଛି । ବହୁ ଦିନରୁ ଆକାକ୍ଷିତ ସେହି ଦିବ୍ୟଜ୍ଞାନର ପ୍ରଥମ ଶବ୍ଦାବଳୀ ତୁ ମୋତେ ଶିକ୍ଷା ଦେଇଛୁ, ଏବଂ ଏହି ଜ୍ଞାନ ସଙ୍ଗେ ସଙ୍ଗେ ସିଦ୍ଧିର ପ୍ରତ୍ୟେକ କ୍ଷେତ୍ରରେ ଆସିଛି ସଫଳତା ଓ ଯଥାର୍ଥ ଶକ୍ତି ।

ଏହା ଆରମ୍ଭ ମାତ୍ର, ଏହା ସିଦ୍ଧି ନୁହେଁ, ତେବେ ପଥ ଉନ୍ମକ୍ତ, ଦେଖାଯାଉଛି ଏହା ସିଧାସଳଖ, ମୋତେ କେବଳ ଏହାକୁ ଧରି ଚାଲିବାକୁ ହେବ । ଅନ୍ଧକାରମୟ ଦିବସଗୁଡ଼ିକର ସ୍ଵଳ୍ପତର ଅଥଚ ପୂଶକ୍ତିମାନ୍ ପ୍ରୟାସ ଫଳରେ ଆବରଣ ଛିନ୍ନ ହୋଇଛି । ଭଗବାନ୍, ଏହାହିଁ କର, ସମସ୍ତଙ୍କ ପାଇଁ ପଥ ଯେପରି ଏହିପରି ଜ୍ୟୋତିର୍ମୟ ହୋଇଉଠେ; ଏବଂ ଆମ ନିଜ ମଧ୍ୟରେ ଦୃଷ୍ଟି ଯେତେବେଳେ ସ୍ଵଚ୍ଛ ହୋଇଛି, ସେତେବେଳେ ଅନ୍ୟ ସମସ୍ତଙ୍କପକ୍ଷେ ଏହି ସଜ୍ଞାନ ଚେଷ୍ଟା କରିବାରେ ଯେପରି ନୂତନ ବାଧା ନ ଜନ୍ମ । ଏସବୁ ସତ୍ତ୍ୱେ, ମନୁଷ୍ୟ ଯେତେ ବଡ଼ ହେଉନା କାହିଁକି, ସେ ସୀମାବଦ୍ଧ ଏବଂ ବହୁ ଦିନ ଯାବତ୍ ଏପରି ରହିବ, କାରଣ ସେ ମନୁଷ୍ୟ; ଆଉ ବୃହତ୍ତର ସହ ଯଦିଓ ତା’ର ସଂଯୋଗ ଘଟେ, ତେବେ ବି ଏହି ବୃହତ୍ ତା’ର ବ୍ୟକ୍ତିଗତ ଦୃଷ୍ଟିଭଙ୍ଗୀ ମଧ୍ୟଦେଇ ତା’ର ବାହ୍ୟ ଚେତନା ନିକଟରେ ପ୍ରତିଭାତ ହୁଏ । ବ୍ୟକ୍ତିଗତ ଦୃଷ୍ଟିକୋଣ ଦୃଷ୍ଟିର କ୍ଷେତ୍ରକୁ ଅନ୍ତତଃ ଆଂଶିକ ବିକୃତ କରେ ନାହିଁ, ଏପରି ୱଚିତ୍ ଘଟେ । କିନ୍ତୁ ଏହି ଶେଷ ବାଧା ସକଳକୁ ଅତିକ୍ରମ କରିବାକୁ ହେବ, ନିଶ୍ଚିତରୂପେ ନିର୍ମୂଳ କରିବାକୁ ହେବ, ଯାହାଫଳରେ ସେସବୁ ପୁନର୍ବାରମଥା ଟେକି ପାରିବେ ନାହିଁ । ପଥ ସଂପୂର୍ଣ୍ଣଭାବେ ମୁକ୍ତ ରଖିବାକୁ ହେବ ଏବଂ ଯେଉଁ ଜ୍ଞାନର ଆଭାସ ମିଳିଛି ତାହାକୁ ପୂର୍ଣ୍ଣରୂପେ ପ୍ରକାଶିତ ଓ ପ୍ରତିଷ୍ଠିତ କରିବାକୁ ହେବ । ହେଭଗବାନ୍, ତୋ କୃପା ଆମ୍ଭମାନଙ୍କ ସହ ରହିଛି, ତାହା ଆମ୍ଭମାନଙ୍କୁ କେବେ ବି ଛାଡ଼ିଯାଏ ନାହିଁ, ଏପରିକି ଯେତେବେଳେ ବାହ୍ୟତଃ ସବୁକିଛି ଅନ୍ଧକାରମୟ ଦେଖାଯାଏ । ଗୋଟିଏ ପୂର୍ଣ୍ଣତର ଉଷାକୁ ପ୍ରସ୍ତୁତ କରିବା ନିମନ୍ତେ ସମୟ ସମୟରେ ରାତ୍ରିର ପ୍ରୟୋଜନ ହୁଏ ।କିନ୍ତୁ ଏଥର ତୁ ଆମ୍ଭମାନଙ୍କ ସମ୍ମୁଖରେ ଏପରି ଗୋଟିଏ ଉଷା ନେଇଆସିଛୁ, ଯାହାର ଆଉ ଶେଷ ହେବ ନାହିଁ ।…

ଆମ୍ଭମାନଙ୍କର ସାନୁରାଗ କୃତଜ୍ଞତା ଓ ପରିପୂର୍ଣ୍ଣ ସମର୍ପଣର ଏହି ଅର୍ଘ୍ୟ ଗ୍ରହଣକର ।

ମୁଁ ଜାଣିଥିଲି ଯେ ଏହି ଖାତାଟି ଶେଷ ହେବା ସଙ୍ଗେ ସଙ୍ଗେ ମୋର ଆଧ୍ୟାତ୍ମିକ ସାଧନାର ଗୋଟିଏ ପର୍ବ ଶେଷ ହେବ । ବସ୍ତୁତଃ ତାହାହିଁ ଘଟିଛି ।

ଆଲୋକ ଆସିଛି, ପଥ ଉନ୍ମକ୍ତ । ଅତୀତର ପ୍ରୟାସକୁ ସକୃତଜ୍ଞ ଅଭିବାଦନ ଜଣାଇ ଆମ୍ଭେମାନେ ନୂତନ ପଥରେ ଆଗେଇ ଚାଲିବୁ, ତୁ ସେହି ମାର୍ଗକୁ ଆମ ସମ୍ମୁଖରେ ପ୍ରଶସ୍ତ ଭାବେ ଉନ୍ମୁକ୍ତ କରିଛୁ ।

ବୃହତ୍ତର ଓ ସଜ୍ଞାନତର ସିଦ୍ଧିର ଏହି ନୂତନ ରାଜ୍ୟର ଦ୍ଵାର ପ୍ରାନ୍ତରେ ତୋତେ ପ୍ରଣାମ ଜଣାଉଛି, ହେ ଭଗବାନ୍, ଆମ୍ଭମାନଙ୍କର ଅଖଣ୍ଡ ଆତ୍ମଦାନ ଓ ଅଖଣ୍ଡ ଆରାଧନା ଗ୍ରହଣ କର, ଆମ୍ଭେମାନେ ନିଜକୁ ନିଃଶେଷରେ ତୋତେ ସମର୍ପଣ କରୁଛୁ ।
ପୁନର୍ବାର ତୁ ଏବଂ ଏକ ମାତ୍ର ତୁହିଁ ଆମ୍ଭମାନଙ୍କ ଅନ୍ତରରେ ଜୀବନ୍ତ ହୋଇ ଉଠିଛୁ ।ତୁହିଁ ତୋ ରାଜ୍ୟର ରାଜା ହୋଇଛୁ, କିନ୍ତୁ ତୋ ରାଜ୍ୟ ହୋଇଛି ବୃହତ୍ତର, ପୂର୍ଣ୍ଣତର ଏବଂ ତୋ ଶାସନର ଅଧିକତର ଯୋଗ୍ୟ ।

– ଶ୍ରୀମା

ଶ୍ରୀଅରବିନ୍ଦଙ୍କର ରଚନା ଅଧ୍ୟୟନ

ଉତ୍ସର୍ଗ ବଳରେ ଯୋଗ ସଫଳ ହୁଏ

ଯୋଗ ଅର୍ଥ ଭଗବାନଙ୍କ ସହ ମିଳନ । ଏହି ମିଳନ ସଫଳ ହୁଏ ଉତ୍ସର୍ଗ (offering) ଦ୍ଵାରା । ନିଜକୁ ଭଗବାନଙ୍କ ଚରଣରେ ଉତ୍ସର୍ଗ କରିବାର ଭିତ୍ତି ଉପରେ ଏହା ପ୍ରତିଷ୍ଠିତ ହୋଇଥାଏ, ଆରମ୍ଭରେ ତୁମେ ସାଧାରଣଭାବେ ଏହି ଉତ୍ସର୍ଗରୁ ଆରମ୍ଭ କରିଥାଅ, ଯେପରି ସବୁ ସମୟ ପାଇଁ ଥରେ କହି ଦେଇଥାଅ; ମୁଁ ଭଗବାନଙ୍କର ସେବକ; ମୋର ଜୀବନ ସଂପୂର୍ଣ୍ଣରୂପେ ଭଗବାନଙ୍କୁ ସମର୍ପିତ; ଭାଗବତ ଜୀବନର ଉପଲବ୍ଧି ନିମନ୍ତେ ମୋର ସକଳ ପ୍ରୟାସ ଅଭିପ୍ରେତ ।’ କିନ୍ତୁ ଏହା କେବଳ ପ୍ରଥମ ପଦକ୍ଷେପ; କାରଣ ଏତିକି ଯଥେଷ୍ଟ ନୁହେଁ । ଯେତେବେଳେ ସଂକଳ୍ପ ଗ୍ରହଣ କରାଯାଇଛି, ଯେତେବେଳେ ତୁମେ ସ୍ଥିର କରି ନେଇଛ ଯେ ତୁମର ସମଗ୍ର ଜୀବନ ଭଗବାନଙ୍କ ଚରଣରେ ସମର୍ପିତ ହେବ, ତଥାପି ପ୍ରତି ମୁହୂର୍ତ୍ତରେ ତାହା ସ୍ମରଣ ରଖୁବାକୁ ହେବ ଓ ଜୀବନର ଟିକିନିଖ କଥାରେ ତାକୁ କାର୍ଯ୍ୟକାରୀ କରିବାକୁ ହେବ । ପ୍ରତି ପଦକ୍ଷେପରେ ତୁମେ ଅନୁଭବ କରିବା ଉଚିତ ଯେ ତୁମେ ଭଗବାନଙ୍କର; ତୁମର ନିରନ୍ତର ଏଇବୋଧ ହେବା ଉଚିତ ଯେ ଯାହାକିଛି ଚିନ୍ତା କିଂବା କାର୍ଯ୍ୟ ତୁମେ କର ନା କାହିଁକି ସବୁବେଳେ ଭାଗବତ ଚେତନାହିଁ ତୁମ ମଧଦେଇ କ୍ରିୟା କରୁଛି । ଆଉ ଏପରି କିଛି ରହିବ ନାହିଁ ଯାହାକୁ ତୁମେ ନିଜର ବୋଲି କହିପାରିବ; ତୁମେ ଅନୁଭବ କରିବ ସବୁକିଛି ଭଗବାନଙ୍କଠାରୁ ଆସୁଛି ଓ ତୁମକୁ ସେହି ମୂଳ ଉତ୍ସ ନିକଟରେ ପୁଣି ତାକୁ ସମର୍ପଣ କରିବାକୁ ହେବ । ଯେତେବେଳେ ତୁମେ ଏକଥା ଉପଲବ୍ଧ କରିବ ସେତେବେଳେ ଏପରିକି ଅତି କ୍ଷୁଦ୍ର କଥାଟାଏ ଯାହାକୁ ତୁମେ ବିଶେଷ ଗୁରୁତ୍ୱ ଦେଉ ନ ଥିଲ ଓ ଯାହାର ଆଦୌ ଯତ୍ନ ନେଉ ନ ଥିଲ ତାହା ଆଉ କ୍ଷୁଦ୍ର ନଗଣ୍ୟ ହୋଇ ରହେ ନାହିଁ, ଏହା ଅର୍ଥପୂର୍ଣ୍ଣ ହୋଇଉଠେ ଓ ଉର୍ଦ୍ଧ୍ୱ ଦିଗରେ ବିଶାଳ ଦିଗନ୍ତ ଉନ୍ମୁକ୍ତ କରିଦିଏ ।

ତୁମ ସାଧାରଣ ସମର୍ପଣକୁ ଟିକିନିଖି ସମର୍ପଣରେ କାର୍ଯ୍ୟକାରୀ କରିବା ଲାଗି ତୁମକୁ ଏଇକଥା କରିବାକୁ ହେବ । ନିରନ୍ତର ଭଗବାନଙ୍କ ଉପସ୍ଥିତି ମଧ୍ୟରେ ବାସ କର, ଏଇ ବୋଧ ସହ ବାସ କର ଯେ ଏଇ ଉପସ୍ଥିତି ତୁମକୁ ପରିଚାଳିତ କରୁଛି ଓ ତୁମେ ଯାହାସବୁ କରୁଛି ସେସବୁ ତୁମ ମଧ୍ୟରେ କରୁଛି । ତୁମର ସମସ୍ତ ଗତିବୃତ୍ତି, ପ୍ରତ୍ୟେକ ମାନସିକ କ୍ରିୟା, ଚିନ୍ତା ଓ ଅନୁଭୂତି ନୁହେଁ କିନ୍ତୁ ଏପରିକି ଭୋଜନ ଭଳି ଅତି ସାଧାରଣ ଓ ସ୍ଥୁଳ କ୍ରିୟାକୁ ମଧ୍ୟ ସମର୍ପଣ କର । ଯେତେବେଳେ ତୁମେ ଭୋଜନ କରୁଛି ତୁମେ ଅନୁଭବ କରିବା ଉଚିତ ଯେ ଭଗବାନ୍ ତୁମ ମଧଦେଇ ଖାଉଛନ୍ତି । ଏହି ପରି ଭାବରେ ତୁମେ ଯେତେବେଳେ ତୁମର ସମସ୍ତ ଗତିବୃତ୍ତିକୁ ଗୋଟିଏ ଜୀବନ ମଧ୍ୟରେ ଠୁଳ କରିପାରିବ ସେତେବେଳେ ବିଭେଦ ପରିବର୍ତ୍ତେ ତୁମେ ତୁମ ମଧ୍ୟରେ ଐକ୍ୟଲାଭ କରିପାରିବ । ସେତେବେଳେ ତୁମର ଗୋଟିଏ ଅଂଶ ଭଗବାନଙ୍କୁ ସମର୍ପିତ ହୋଇଥିବାବେଳେ ଅବଶିଷ୍ଟ ଅଂଶ ସାଧାରଣ ଧାରାରେ ରହି ସାଧାରଣ କଥାରେ ନିମଜ୍ଜିତ ହୋଇ ନ ଥିବେ । ତୁମର ସମଗ୍ର ଜୀବନ ଗୃହୀତ ହୋଇ ଯାଇଥାଏ, ଏକ ପୂର୍ଣ୍ଣାଙ୍ଗ ରୂପାନ୍ତର ତୁମ ମଧ୍ୟରେ ଧୀରେ ଧୀରେ ସଂଘଟିତ ହୁଏ ।

ପୂର୍ଣ୍ଣଯୋଗରେ ସମୁଦାୟ ଜୀବନ, ଏପରିକି କ୍ଷୁଦ୍ରତମ ଟିକିନିଖି କଥା ପର୍ଯ୍ୟନ୍ତ ରୂପାନ୍ତରିତ ଓ ଦିବ୍ୟତ୍ଵ ପ୍ରାପ୍ତ ହେବାକୁ ହେବ । ଏ କ୍ଷେତ୍ରରେ କିଛି ବି ନଗଣ୍ୟ, କିଛି ବି ଅସଂପୃକ୍ତ ନୁହେଁ । ତୁମେ ଏକଥା କହିପାରିବ ନାହିଁ, “ଯେତେବେଳେ ମୁଁ ଧ୍ୟାନ କରୁଛି, ଦର୍ଶନ ଅଧ୍ୟୟନ କରୁଛି କିଂବା ସେଇ ସମ୍ପର୍କୀୟ ଆଲୋଚନା ଶୁଣୁଛି ସେତେବେଳେ ମୁଁ ଦିବ୍ୟ ଆଲୋକ ପ୍ରତି ଏକ ଉନ୍ମୀଳିତ ଅବସ୍ଥାରେ ରହିବି ଓ ତାକୁ ଆବାହନ କରିବି; କିନ୍ତୁ ଯେତେବେଳେ ଭ୍ରମଣରେ ଯାଉଛି କିଂବା କୌଣସି ବନ୍ଧୁକୁ ସାକ୍ଷାତ୍‌ କରିବାକୁ ଯାଉଛି ସେତେବେଳେ ଏକଥା ଭୁଲିଗଲେ ଚଳିବ ।” ଏଇ ମନୋଭାବକୁ ଯଦି ଜାବୁଡ଼ି ଧର ତେବେ ତୁମେ ଅରୂପାନ୍ତରିତ ରହିଯିବ ଏବଂ ଭଗବାନଙ୍କ ସହ ଯଥାର୍ଥ ମିଳନ କେବେ ବି ଲାଭ କରିପାରିବ ନାହିଁ । ସବୁବେଳେ ତୁମେ ବିଭକ୍ତ ହୋଇ ରହିଥିବ, ଖୁବ୍ ବେଶୀ ହେଲେ ତୁମେ ଏହି ବୃହତ୍ତର ଜୀବନର ଏକ ଆଭାସ ମାତ୍ର ପାଇପାର । କାରଣ ଯଦିଓ ଧ୍ୟାନରେ କିଂବା ଆନ୍ତର ଚେତନାରେ କିଛିଟା ଅନୁଭୂତି ଓ ଉପଲବ୍ଧି ଆସିପାରେ, ତୁମର ଶରୀର ଓ ବାହ୍ୟ ଜୀବନ ସେହିପରି ଅପରିବର୍ତ୍ତିତ ରହିଯିବ । ଯେଉଁ ଆନ୍ତର ଆଲୋକରେ ଶରୀର ଓ ବାହ୍ୟ ଜୀବନ ସହିତ ସମ୍ପର୍କ ନ ଥାଏ ସେପରି ଆଲୋକରେ ବିଶେଷ କିଛି ଉପଯୋଗିତା ନ ଥାଏ, କାରଣ ଏହା ଜଗତକୁ ଯେପରି ଥିଲା ସେଇପରି ରହିବାକୁ ଛାଡ଼ିଦିଏ ।

– ଶ୍ରୀମା

Join Telegram
Subscribe to our Telegram Channel for Divine Cards and for new updates
Subscribe
Meet our Whatsapp Bot
Get Divine materials through Whatsapp
Meet Now
Follow us on Instagram
View our Divine content on Instagram
Follow
Previous
Next

Divine Card

[instagram-feed num="6" cols="3"]