Divine Light Online

ପୃଥିବୀ ଏକ ବିପୁଳ ପରିବର୍ତ୍ତନ ନିମିତ୍ତ ପ୍ରସ୍ତୁତ ହେଉଛି।
ତୁମେ ସାହାଯ୍ୟ କରିବ କି ?

୧୯୭୦ ନବ ବର୍ଷର ମାତୃବାଣୀ 

ଆସ, ଆମେ ଦେବମୁହୂର୍ତ୍ତ ନିମିତ୍ତ ପ୍ରସ୍ତୁତ ହେବା।

୧୯୬୩ ନବ ବର୍ଷର ମାତୃବାଣୀ ​

ଆସ, ଆମ୍ଭେମାନେ ସତ୍ୟର ସେବା କରିବା।

୧୯୬୬ ନବ ବର୍ଷର ମାତୃବାଣୀ ​

ଆସ, ଆମେ ସମସ୍ତେ ଶ୍ରୀଅରବିନ୍ଦଙ୍କ ଜନ୍ମଶତବାର୍ଷିକୀର ଯୋଗ୍ୟ ହୋଇ ଉଠିବାକୁ ଚେଷ୍ଟା କରିବା।

୧୯୭୨ ନବ ବର୍ଷର ମାତୃବାଣୀ ​

ଶ୍ରୀଅରବିନ୍ଦଃ ଶରଣଂ ମମ । ଶ୍ରୀମାତା ଶରଣଂ ମମ ।

The Mother

ଓଁ ଆନନ୍ଦମୟି, ଚୈତନ୍ୟମୟି, ସତ୍ୟମୟି ପରମେ

ହେ ଆନନ୍ଦମୟି, ହେ ଚୈତନ୍ୟମୟି, ହେ ସତ୍ୟମୟି, ପରମା ମାଆ
 (ଭାବାର୍ଥ – ମୋତେ ତୁମର ଆନନ୍ଦ, ଚେତନା ଓ ସତ୍ୟ ପ୍ରଦାନ କର)

ଓଁ ତତ୍ ସତ୍ ଜ୍ୟୋତିରରବିନ୍ଦ

ଓଁ ହେ ଶ୍ରୀଅରବିନ୍ଦ ! ତୁମେ ହିଁ ଓଁ ରୂପୀ ମହାବାକ୍, ତୁମେ ସେହି ପରମ ପୁରୁଷ, ତୁମେହିଁ ସତ୍ ସ୍ବରୂପ ଓ ଜ୍ୟୋତିଃ ସ୍ୱରୂପ ।
(ଭାବାର୍ଥ 
– ମୁଁ ତୁମର ଆରାଧନା କରୁଛି । ତୁମର ସତ୍ୟ ଓ ଜ୍ୟୋତି ଆମ୍ଭମାନଙ୍କୁ ପ୍ରଦାନ କର ।)

Sri Aurobindo

ପୁସ୍ତକାବଳୀ

ଶ୍ରୀଅରବିନ୍ଦ ସାହିତ୍ୟ ସଂଗ୍ରହ

ଶ୍ରୀଅରବିନ୍ଦଙ୍କ କେତୋଟି ଗ୍ରନ୍ଥର ଓଡିଆ ଅନୁବାଦ 

ମାତୃରଚନାବଳୀ

Collected Works of the Mother ର ଓଡିଆ ଅନୁବାଦ 

ବାବାଜୀ ଗ୍ରନ୍ଥାବଳୀ

ଶ୍ରୀ ରାମକୃଷ୍ଣ ଦାସଙ୍କ ରଚନା ସଂଗ୍ରହ 

ଅନ୍ୟାନ ପୁସ୍ତକ

ସାଧକ ସାଧିକା ଙ୍କ ଦ୍ଵାରା ରଚିତ ପୁସ୍ତକାବଳୀ

ପତ୍ରିକା

ନବପ୍ରକାଶ

ଶ୍ରୀଅରବିନ୍ଦଙ୍କ ଅତିମାନସ ସତ୍ୟ-ଆଧାରିତ ଛାତ୍ର ଓ ଯୁବ-ଜୀବନର ସର୍ବାଙ୍ଗୀଣ ବିକାଶର ବାର୍ତ୍ତାବହ ମାସିକ ପତ୍ରିକା

ନବଜ୍ୟୋତି

ଶ୍ରୀଅରବିନ୍ଦଙ୍କ ପୂର୍ଣାଙ୍ଗ ଓ ପ୍ରଗତିଶୀଳ ଅଧ୍ୟାତ୍ମ ଜୀବନ-ଦୃଷ୍ଟି ଦ୍ଵାରା ପ୍ରେରିତ ଯୋଗ, ସମାଜ, ଶିକ୍ଷା ଓ ସଂସ୍କୃତି ସମ୍ବନ୍ଧୀୟ ତ୍ରୈମାସିକ ପତ୍ରିକା

ମାତୃଭବନ ପତ୍ର

ମାସିକ ଶିକ୍ଷା ଓ ସଂଗଠନ ପତ୍ରିକା

ଧ୍ୟାନ ଓ ପ୍ରାର୍ଥନା

ଅଗଷ୍ଟ ୩୧, ୧୯୧୪

ଏହି ଭୀଷଣ ବିଶୃଙ୍ଖଳା ଏବଂ ପ୍ରଳୟଙ୍କର ଧ୍ବଂସ ମଧ୍ୟରେ ଲକ୍ଷ୍ୟ କଲେ ଦେଖାଯାଏ ଏକ ବିପୁଳ ପ୍ରୟାସ । ଏହା ଏକ ଆବଶ୍ୟକ ପ୍ରୟାସ ଯାହା ପୃଥିବୀକୁ ନୂତନ ବୀଜରୋପଣ ନିମନ୍ତେ ପ୍ରସ୍ତୁତ କରିବ, ସେହି ବୀଜ ଅପରୂପ ଶସ୍ୟ କେଣ୍ଡା ରୂପେ ବିକଶିତ ହେବ ଏବଂ ଜଗତରେ ନୂତନ ମାନବଜାତିରୂପକ ମହିମୋନ୍ଥଳ ଶସ୍ୟସମ୍ଭାର ଆଣିଦେବ ।…ଏହି ଭବିଷ୍ୟ ଦୃଷ୍ଟି ପରିଷ୍କାର ଓ ନିର୍ଦ୍ଦିଷ୍ଟ, ତୋର ଦିବ୍ୟବିଧାନର ଧାରା ଏପରି ସ୍ପଷ୍ଟଭାବେ ଅଙ୍କିତ ଯେ ସକଳ କର୍ମୀଙ୍କ ହୃଦୟରେ ପୁନର୍ବାର ଶାନ୍ତି ଫେରିଆସି ପ୍ରଧ୍ୟାନ ଆସନରେ ପ୍ରତିଷ୍ଠିତ ହୋଇଛି । ଏଥିରେ ଆଉ ସନ୍ଦେହ ନାହିଁ, ସଂଶୟ ନାହିଁ, କୌଣସି ପ୍ରକାର ମନସ୍ତାପ ବା ଅଧୀରତା ନାହିଁ । ଦେବକର୍ମ ଚିରଦିନ ସରଳ ପଥରେ ସକଳ ବାଧାବିପତ୍ତି, ଆପାତ ବିରୋଧ ଏବଂ କୁଟିଳ ପଥର ସକଳ ବିଭ୍ରାନ୍ତି ମଧ୍ୟଦେଇ ସଂସିଦ୍ଧ ହୋଇ ଚାଲିଛି । ଏହିସବୁ ସ୍ଥୂଳ ବ୍ୟଷ୍ଟିସତ୍ତା, ଅନନ୍ତ ସସ୍ମୃତିର ଅନବଧାରଣୀୟ ମୁହୂର୍ତ୍ତସକଳ ଜାଣନ୍ତି ଯେ ସେମାନେ ମାନବଜାତିକୁ ଏକ ପାହାଚ ଆଗେଇ ଦେଇଛନ୍ତି, ଅନିବାର୍ଯ୍ୟ ପରିଣାମ ସମ୍ବନ୍ଧରେ ଚିନ୍ତା ନ କରି, ଏବଂ ଆପାତତଃ ଫଳ ସାମୟିକ ଭାବେ ଯାହା ହେଉ ନା କାହିଁକି, ସେ ବିଷୟରେ ଚିନ୍ତା ନ କରି । ହେ ଶାଶ୍ୱତ ଅଧୀଶ୍ୱର, ସେମାନେ ତୋ ସଙ୍ଗେ ଯୁକ୍ତ ହୋଇଛନ୍ତି, ହେ ବିଶ୍ୱଜନନୀ, ସେମାନେ ସମସ୍ତେ ତୋ ସଙ୍ଗେ ମଧ୍ୟ ଯୁକ୍ତ ହୋଇଛନ୍ତି । ଏହି ଯୁଗଳ ସଂଯୋଗ ଦ୍ୱାରା ସେମାନେ ସକଳ ପ୍ରକାଶର ଊର୍ଦ୍ଧ୍ୱସ୍ଥିତ ସଦ୍ରବସ୍ତୁ, ବିଶ୍ୱପ୍ରକାଶସ୍ଥିତ ସବସ୍ତୁ ସଙ୍ଗେ ଯୁକ୍ତ ହୋଇଛନ୍ତି, ଆଉ ସେମାନେ ଆସ୍ୱାଦନ କରିଛନ୍ତି ପରମ ନିଃସଂଶୟତାର ଆନନ୍ଦ …

ଶାନ୍ତି, ଶାନ୍ତି, ସମଗ୍ର ବିଶ୍ୱବ୍ରହ୍ମାଣ୍ଡରେ ଶାନ୍ତି…
ଯୁଦ୍ଧ ବାଦ୍ୟରୂପ ମାତ୍ର,
ବିକ୍ଷୋଭ ଭ୍ରାନ୍ତି ମାତ୍ର,
ଶାନ୍ତି ବିଦ୍ୟମାନ, ଅବ୍ୟୟ ଓ ଅକ୍ଷୟରୂପେ ।

ହେ ଜନନୀ – ମୁଁ ତ ସେହି ମଧୁମୟୀ ଜନନୀ – ତୁହିଁ ଯୁଗପତ୍ର ସଂହାରକର୍ତ୍ତୀ ଓ ସୃଷ୍ଟିକର୍ତ୍ତା ।

ସମସ୍ତ ବିଶ୍ୱବ୍ରହ୍ମାଣ୍ଡ ତା’ର ବହୁରୂପ ଜୀବନଲୀଳା ସହ ତୋ ହୃଦୟ ମଧ୍ୟରେ ରହିଛି ଏବଂ ତୁ ମଧୁ ତୋର ବିଶାଳତା ସହ ତାହାର କ୍ଷୁଦ୍ରାଦପି କ୍ଷୁଦ୍ର କଣା ମଧ୍ୟରେ ରହିଛୁ ।

ତୋର ଆନନ୍ତ୍ୟ ତା’ର ଅଭୀପ୍ସା ନେଇ ସେହି ଅବ୍ୟକ୍ତ ପରମଙ୍କ ଆଡ଼କୁ ଊର୍ଦକୁ ଉଠିଚାଲିଛି ଏବଂ ତାଙ୍କ ପାଖରେ ପ୍ରାର୍ଥନା କରୁଛି ଏକ ନିରନ୍ତର ପୂର୍ଣ୍ଣତର ଓ ମହତ୍ତର ଅଭିବ୍ୟକ୍ତି ନିମନ୍ତେ ।

ସବୁକିଛି ସମକାଳରେ, ତ୍ରିବିଧ ଓ ତ୍ରିକାଳଦର୍ଶୀ ଅଖଣ୍ଡ ଚେତନା ମଧ୍ୟରେ ଯୁଗପତ୍ବ୍ୟକ୍ତିଗତ, ସାର୍ବଭୌମ, ଅନନ୍ତ ।

– ଶ୍ରୀମା

ଶ୍ରୀଅରବିନ୍ଦଙ୍କର ରଚନା ଅଧ୍ୟୟନ

ଉତ୍ସର୍ଗ ବଳରେ ଯୋଗ ସଫଳ ହୁଏ

ଯୋଗ ଅର୍ଥ ଭଗବାନଙ୍କ ସହ ମିଳନ । ଏହି ମିଳନ ସଫଳ ହୁଏ ଉତ୍ସର୍ଗ (offering) ଦ୍ଵାରା । ନିଜକୁ ଭଗବାନଙ୍କ ଚରଣରେ ଉତ୍ସର୍ଗ କରିବାର ଭିତ୍ତି ଉପରେ ଏହା ପ୍ରତିଷ୍ଠିତ ହୋଇଥାଏ, ଆରମ୍ଭରେ ତୁମେ ସାଧାରଣଭାବେ ଏହି ଉତ୍ସର୍ଗରୁ ଆରମ୍ଭ କରିଥାଅ, ଯେପରି ସବୁ ସମୟ ପାଇଁ ଥରେ କହି ଦେଇଥାଅ; ମୁଁ ଭଗବାନଙ୍କର ସେବକ; ମୋର ଜୀବନ ସଂପୂର୍ଣ୍ଣରୂପେ ଭଗବାନଙ୍କୁ ସମର୍ପିତ; ଭାଗବତ ଜୀବନର ଉପଲବ୍ଧି ନିମନ୍ତେ ମୋର ସକଳ ପ୍ରୟାସ ଅଭିପ୍ରେତ ।’ କିନ୍ତୁ ଏହା କେବଳ ପ୍ରଥମ ପଦକ୍ଷେପ; କାରଣ ଏତିକି ଯଥେଷ୍ଟ ନୁହେଁ । ଯେତେବେଳେ ସଂକଳ୍ପ ଗ୍ରହଣ କରାଯାଇଛି, ଯେତେବେଳେ ତୁମେ ସ୍ଥିର କରି ନେଇଛ ଯେ ତୁମର ସମଗ୍ର ଜୀବନ ଭଗବାନଙ୍କ ଚରଣରେ ସମର୍ପିତ ହେବ, ତଥାପି ପ୍ରତି ମୁହୂର୍ତ୍ତରେ ତାହା ସ୍ମରଣ ରଖୁବାକୁ ହେବ ଓ ଜୀବନର ଟିକିନିଖ କଥାରେ ତାକୁ କାର୍ଯ୍ୟକାରୀ କରିବାକୁ ହେବ । ପ୍ରତି ପଦକ୍ଷେପରେ ତୁମେ ଅନୁଭବ କରିବା ଉଚିତ ଯେ ତୁମେ ଭଗବାନଙ୍କର; ତୁମର ନିରନ୍ତର ଏଇବୋଧ ହେବା ଉଚିତ ଯେ ଯାହାକିଛି ଚିନ୍ତା କିଂବା କାର୍ଯ୍ୟ ତୁମେ କର ନା କାହିଁକି ସବୁବେଳେ ଭାଗବତ ଚେତନାହିଁ ତୁମ ମଧଦେଇ କ୍ରିୟା କରୁଛି । ଆଉ ଏପରି କିଛି ରହିବ ନାହିଁ ଯାହାକୁ ତୁମେ ନିଜର ବୋଲି କହିପାରିବ; ତୁମେ ଅନୁଭବ କରିବ ସବୁକିଛି ଭଗବାନଙ୍କଠାରୁ ଆସୁଛି ଓ ତୁମକୁ ସେହି ମୂଳ ଉତ୍ସ ନିକଟରେ ପୁଣି ତାକୁ ସମର୍ପଣ କରିବାକୁ ହେବ । ଯେତେବେଳେ ତୁମେ ଏକଥା ଉପଲବ୍ଧ କରିବ ସେତେବେଳେ ଏପରିକି ଅତି କ୍ଷୁଦ୍ର କଥାଟାଏ ଯାହାକୁ ତୁମେ ବିଶେଷ ଗୁରୁତ୍ୱ ଦେଉ ନ ଥିଲ ଓ ଯାହାର ଆଦୌ ଯତ୍ନ ନେଉ ନ ଥିଲ ତାହା ଆଉ କ୍ଷୁଦ୍ର ନଗଣ୍ୟ ହୋଇ ରହେ ନାହିଁ, ଏହା ଅର୍ଥପୂର୍ଣ୍ଣ ହୋଇଉଠେ ଓ ଉର୍ଦ୍ଧ୍ୱ ଦିଗରେ ବିଶାଳ ଦିଗନ୍ତ ଉନ୍ମୁକ୍ତ କରିଦିଏ ।

ତୁମ ସାଧାରଣ ସମର୍ପଣକୁ ଟିକିନିଖି ସମର୍ପଣରେ କାର୍ଯ୍ୟକାରୀ କରିବା ଲାଗି ତୁମକୁ ଏଇକଥା କରିବାକୁ ହେବ । ନିରନ୍ତର ଭଗବାନଙ୍କ ଉପସ୍ଥିତି ମଧ୍ୟରେ ବାସ କର, ଏଇ ବୋଧ ସହ ବାସ କର ଯେ ଏଇ ଉପସ୍ଥିତି ତୁମକୁ ପରିଚାଳିତ କରୁଛି ଓ ତୁମେ ଯାହାସବୁ କରୁଛି ସେସବୁ ତୁମ ମଧ୍ୟରେ କରୁଛି । ତୁମର ସମସ୍ତ ଗତିବୃତ୍ତି, ପ୍ରତ୍ୟେକ ମାନସିକ କ୍ରିୟା, ଚିନ୍ତା ଓ ଅନୁଭୂତି ନୁହେଁ କିନ୍ତୁ ଏପରିକି ଭୋଜନ ଭଳି ଅତି ସାଧାରଣ ଓ ସ୍ଥୁଳ କ୍ରିୟାକୁ ମଧ୍ୟ ସମର୍ପଣ କର । ଯେତେବେଳେ ତୁମେ ଭୋଜନ କରୁଛି ତୁମେ ଅନୁଭବ କରିବା ଉଚିତ ଯେ ଭଗବାନ୍ ତୁମ ମଧଦେଇ ଖାଉଛନ୍ତି । ଏହି ପରି ଭାବରେ ତୁମେ ଯେତେବେଳେ ତୁମର ସମସ୍ତ ଗତିବୃତ୍ତିକୁ ଗୋଟିଏ ଜୀବନ ମଧ୍ୟରେ ଠୁଳ କରିପାରିବ ସେତେବେଳେ ବିଭେଦ ପରିବର୍ତ୍ତେ ତୁମେ ତୁମ ମଧ୍ୟରେ ଐକ୍ୟଲାଭ କରିପାରିବ । ସେତେବେଳେ ତୁମର ଗୋଟିଏ ଅଂଶ ଭଗବାନଙ୍କୁ ସମର୍ପିତ ହୋଇଥିବାବେଳେ ଅବଶିଷ୍ଟ ଅଂଶ ସାଧାରଣ ଧାରାରେ ରହି ସାଧାରଣ କଥାରେ ନିମଜ୍ଜିତ ହୋଇ ନ ଥିବେ । ତୁମର ସମଗ୍ର ଜୀବନ ଗୃହୀତ ହୋଇ ଯାଇଥାଏ, ଏକ ପୂର୍ଣ୍ଣାଙ୍ଗ ରୂପାନ୍ତର ତୁମ ମଧ୍ୟରେ ଧୀରେ ଧୀରେ ସଂଘଟିତ ହୁଏ ।

ପୂର୍ଣ୍ଣଯୋଗରେ ସମୁଦାୟ ଜୀବନ, ଏପରିକି କ୍ଷୁଦ୍ରତମ ଟିକିନିଖି କଥା ପର୍ଯ୍ୟନ୍ତ ରୂପାନ୍ତରିତ ଓ ଦିବ୍ୟତ୍ଵ ପ୍ରାପ୍ତ ହେବାକୁ ହେବ । ଏ କ୍ଷେତ୍ରରେ କିଛି ବି ନଗଣ୍ୟ, କିଛି ବି ଅସଂପୃକ୍ତ ନୁହେଁ । ତୁମେ ଏକଥା କହିପାରିବ ନାହିଁ, “ଯେତେବେଳେ ମୁଁ ଧ୍ୟାନ କରୁଛି, ଦର୍ଶନ ଅଧ୍ୟୟନ କରୁଛି କିଂବା ସେଇ ସମ୍ପର୍କୀୟ ଆଲୋଚନା ଶୁଣୁଛି ସେତେବେଳେ ମୁଁ ଦିବ୍ୟ ଆଲୋକ ପ୍ରତି ଏକ ଉନ୍ମୀଳିତ ଅବସ୍ଥାରେ ରହିବି ଓ ତାକୁ ଆବାହନ କରିବି; କିନ୍ତୁ ଯେତେବେଳେ ଭ୍ରମଣରେ ଯାଉଛି କିଂବା କୌଣସି ବନ୍ଧୁକୁ ସାକ୍ଷାତ୍‌ କରିବାକୁ ଯାଉଛି ସେତେବେଳେ ଏକଥା ଭୁଲିଗଲେ ଚଳିବ ।” ଏଇ ମନୋଭାବକୁ ଯଦି ଜାବୁଡ଼ି ଧର ତେବେ ତୁମେ ଅରୂପାନ୍ତରିତ ରହିଯିବ ଏବଂ ଭଗବାନଙ୍କ ସହ ଯଥାର୍ଥ ମିଳନ କେବେ ବି ଲାଭ କରିପାରିବ ନାହିଁ । ସବୁବେଳେ ତୁମେ ବିଭକ୍ତ ହୋଇ ରହିଥିବ, ଖୁବ୍ ବେଶୀ ହେଲେ ତୁମେ ଏହି ବୃହତ୍ତର ଜୀବନର ଏକ ଆଭାସ ମାତ୍ର ପାଇପାର । କାରଣ ଯଦିଓ ଧ୍ୟାନରେ କିଂବା ଆନ୍ତର ଚେତନାରେ କିଛିଟା ଅନୁଭୂତି ଓ ଉପଲବ୍ଧି ଆସିପାରେ, ତୁମର ଶରୀର ଓ ବାହ୍ୟ ଜୀବନ ସେହିପରି ଅପରିବର୍ତ୍ତିତ ରହିଯିବ । ଯେଉଁ ଆନ୍ତର ଆଲୋକରେ ଶରୀର ଓ ବାହ୍ୟ ଜୀବନ ସହିତ ସମ୍ପର୍କ ନ ଥାଏ ସେପରି ଆଲୋକରେ ବିଶେଷ କିଛି ଉପଯୋଗିତା ନ ଥାଏ, କାରଣ ଏହା ଜଗତକୁ ଯେପରି ଥିଲା ସେଇପରି ରହିବାକୁ ଛାଡ଼ିଦିଏ ।

– ଶ୍ରୀମା

Join Telegram
Subscribe to our Telegram Channel for Divine Cards and for new updates
Subscribe
Meet our Whatsapp Bot
Get Divine materials through Whatsapp
Meet Now
Follow us on Instagram
View our Divine content on Instagram
Follow
Previous
Next

Divine Card

[instagram-feed num="6" cols="3"]