Divine Light Online

ଧ୍ୟାନ ଓ ପ୍ରାର୍ଥନା

ଜୁନ୍ ୩, ୧୯୧୪

ବର୍ତ୍ତମାନ ସମଗ୍ର ସତ୍ତାଟିସ୍ଥୂଳକର୍ମ ଓ ଜଡ଼ସ୍ତରରେ ସାଧନା ମଧ୍ୟରେ କ୍ରମଶଃ ବୁଡ଼ିଯାଇଛି, ଏହି ସ୍ତରରେ ଏତେ ସଂଖ୍ୟାରେ ଏତେ ଟିକିନିଖ୍ ବିଷୟସବୁ ରହିଛି ଯାହାପ୍ରତି ଯଥାର୍ଥ ଦୃଷ୍ଟି ଦେବା ଓ ସଜାଇ ରଖିବା ଅତ୍ୟନ୍ତ ପ୍ରୟୋଜନ, ତେଣୁ ତୋ ନିକଟରେ ନିବେଦନ କରୁଛି, ହେ ଭଗବାନ୍, ମୋର ଚେତନା ଏପରି ବାହାର ବସ୍ତୁ ଆଡ଼କୁ ରହିଲେ ମଧ୍ୟ ଯେପରି ତୋ ସଙ୍ଗେ ନିରନ୍ତର ସଂଯୋଗ ରଖିବାକୁ ସମର୍ଥ ହୁଏ, ତୁହିଁ ତ ସକଳ ଶାନ୍ତି, ସକଳ ଶକ୍ତି, ସକଳ ଆନନ୍ଦର ଉତ୍ସ ।

ହେ ମୋର ମଧୁର ପ୍ରଭୁ, ଏହି ବ୍ୟଷ୍ଟିସତ୍ତାର ମଦେଇ ସର୍ବାଙ୍ଗୀନଭାବେ ସକଳ କାର୍ଯ୍ୟ ତୁହିଁ ସଂପନ୍ନ କରିଯା । ନା, ବରଂ ଏହାହିଁ କର ଏହି ବ୍ୟଷ୍ଟିସତ୍ତାଟିର କୌଣସି ଅଙ୍ଗକୌଣସି ସମୟରେ ଯେପରି ଭୁଲି ନ ଯାଏ ଯେ ସେ କେବଳ ଯନ୍ତ୍ର ମାତ୍ର, ସେ କେବଳ ଛାୟା, ତା’ ମଧ୍ୟରେ ତୁ ଆବିର୍ଭୁତ ହୋଇଛୁ ଏବଂ ତା’ ମଧ୍ୟରେ ତୁ ରହିଛୁ ଓ କାର୍ଯ୍ୟ କରୁଛୁ ବୋଲି ସେ ବାସ୍ତବ ହୋଇଛି ।

ହେ ପ୍ରଭୁ, ତୋର ଶାଶ୍ୱତ ସାନ୍ନିଧ୍ୟର କି ଆଶୀର୍ବାଦ !