Divine Light Online

ଧ୍ୟାନ ଓ ପ୍ରାର୍ଥନା

ଅକ୍ଟୋବର ୬, ୧୯୧୪

ହେ ମଧୁମୟୀ ମା ! ମୋତେ ଏହା ଶିଖାଇ ଦେ, କିପରି ସର୍ବତୋ ଭାବେ ଏବଂ ସଦାସର୍ବଦା ମୁଁ ତୁ ହୋଇଉଠିବି, ନିଜକୁ ନିଃଶେଷରେ ଉତ୍ସର୍ଗ କରିଦେଇ ପାରିବି ଏହି କାର୍ଯ୍ୟରେ ଯଦ୍ଦ୍ୱାରା ପ୍ରକାଶୋନ୍ମୁଖ ସଦ୍‌ବସ୍ତୁଟି କ୍ରମଶଃ ଲାଭ କରିବ ତାହାର ଯଥାର୍ଥ ପ୍ରକାଶ-ଯନ୍ତ୍ର ।…

ସବୁକିଛି ହିଁ ସ୍ଥିର ଏବଂ ପ୍ରଶାନ୍ତ, କୌଣସି ସଂଘର୍ଷ ନାହିଁ, କୌଣସି ବେଦନାନାହିଁ; ଏପରିକି ଆସ୍ପୃହା ତା’ର ବିଶାଳତା ମଧ୍ୟରେ ବି ପରମ ଶାନ୍ତିପୂର୍ଣ୍ଣ ହୋଇ ଉଠିଛି, କିନ୍ତୁ ଏହା କୌଣସି ତୀବ୍ରତା ହରାଇ ନାହିଁ । ଠିକ୍ ଏହିଁ ସମୟରେ ପୁନଶ୍ଚ ଚେତନା ମଧ୍ୟରେ ଗୋଟିଏ ଅଦ୍ଭୁତ ବୈପରୀତ୍ୟର ସମାବେଶ ଫଳରେ ପଦକର ସମ୍ମୁଖ ଓ ପଶ୍ଚାଦ୍‌ଭାଗ ତୁଲ୍ୟ ମୋ ସତ୍ତା ଅନୁଭବ କରୁଛି ଏକ ଦିଗରେ ଅଖଣ୍ଡ ସଦ୍‌ବସ୍ତୁର ସେହି ଅଚଳ ପ୍ରଶାନ୍ତି ଯାହା ମଧ୍ୟରେ ସବୁକିଛି ଶାଶ୍ୱତରୂପେ ପରିବର୍ତ୍ତନ-ସମ୍ଭାବନାରହିତ ହୋଇରହିଛି, ଅନ୍ୟ ଦିଗରେ ଗୋଟିଏ ନିରବଚ୍ଛିନ୍ନ କ୍ରମୋନ୍ନତିର ଧାରାକୁ ଆଶ୍ରୟ କରି ବିଶ୍ଵସସ୍ମୃତିର କ୍ଷିପ୍ର ଏବଂ ତୀବ୍ର ଗତିଧାରା ଚାଲୁଛି ।… ହେ ଭଗବାନ୍ ! ତୋ ପାଖରେ ଏହି ଉଭୟ ହିଁ ସମାନଭାବେ ସତ୍ୟ ।