ବାସ୍ତବିକ କେତେ ଧୈର୍ଯ୍ୟର ପ୍ରୟୋଜନ ! ଉନ୍ନତି ତ ଜାଣି ହୁଏ ନାହିଁ ! …
ମୁଁ ତୋତେ କେତେ ଆବାହନ ନ କରେ ହୃଦୟର ଅନ୍ତଃସ୍ଥଳରୁ – ହେ ଭଗବାନ୍, ହେ ଅଧୀଶ୍ୱର, ହେ ସତ୍ୟତମ ଜ୍ୟୋତିଃ, ହେ ମହତ୍ତମ ପ୍ରେମ, ତୁ ଆମ୍ଭମାନଙ୍କୁ ଦେଇଛୁ ଜୀବନୀଶକ୍ତି, ଆଲୋକ, ତୁହିଁ ପଥପ୍ରଦର୍ଶକ ଏବଂ ଆମ୍ଭମାନଙ୍କର ରକ୍ଷକ, ଆମ୍ଭମାନଙ୍କ ପ୍ରାଣର ପ୍ରାଣ, ଜୀବନର ଜୀବନ, ତୁହିଁ ଆମ୍ଭମାନଙ୍କ ସତ୍ତାର ମୂଳ କାରଣ, ତୁହିଁ ପରମତମ ଜ୍ଞାନ, ଅବ୍ୟୟ ଶାନ୍ତି ।