Divine Light Online

ଧ୍ୟାନ ଓ ପ୍ରାର୍ଥନା

ଅଗଷ୍ଟ ୨୮, ୧୯୧୪

ହେ ଭଗବାନ୍, ଶାଶ୍ୱତ ଅଧୀଶ୍ୱର, ତା ସମୁଖରେ ମନ ମୋର ନୀରବ ଓ ଶକ୍ତିହୀନ, କିନ୍ତୁ ହୃଦୟ ମୋର ତୋତେ ଡାକୁଛି; ମୋର ସମଗ୍ର ସତ୍ତାକୁ ଜାଗ୍ରତ୍ କର, ଯେପରି ସେ ସର୍ବତୋ ଭାବେ ତୋର ଆବଶ୍ୟକ ଯନ୍ତ୍ର ଏବଂ ଆଦର୍ଶ ସେବକ ହୋଇ ଉଠିପାରେ ।

ହେ ଭଗବାନ୍, ମୁଁ ଯଦି ତୁହିଁ ହୋଇଯାଆନ୍ତି, ଅନନ୍ତ ଭାବେ, ସକଳ ବସ୍ତୁ ମଧ୍ୟରେ, ସର୍ବତ୍ର, ସର୍ବଦା, ଚରମ ନୀରବତା ଓ ଚରମ ଗତି ମଧ୍ୟରେ ବି…
ଯଦି ହୋଇଯାଆନ୍ତି କେବଳ ସେହି ଏକ, ଯେ ସକଳଙ୍କୁ ଧାରଣ କରେ, ସକଳେ ଯାହାକୁ ଧାରଣ କରନ୍ତି, … ଯେ ସମସ୍ତ ବନ୍ଧନ ଓ ସମସ୍ତ ଅନ୍ଧତାରୁ ମୁକ୍ତ ।

ହେ ପରମ ବିଜୟୀ, ସକଳ ବାଧା ଜୟ କର ।