Divine Light Online

ଧ୍ୟାନ ଓ ପ୍ରାର୍ଥନା

ଅକ୍ଟୋବର ୧୭, ୧୯୧୪

ହେ ଦିବ୍ୟଜନନୀ ! ସକଳ ବାଧାବିଘ୍ନ ଅତିକ୍ରାନ୍ତ ହେବ, ଶତ୍ରୁମାନେ ଦମିତ ହେବେ । ତୋର ସର୍ବଜୟୀ ପ୍ରେମ ସହ ସମଗ୍ର ପୃଥିବୀ ଉପରେ ତୁହିଁ ରାଜତ୍ଵ କରିବୁ, ମନୁଷ୍ୟମାନଙ୍କ ଚେତନା ତା ପ୍ରଶାନ୍ତିର ସ୍ପର୍ଶରେ ଜ୍ୟୋତିର୍ମୟ ହୋଇଉଠିବ ।

ଏହାହିଁ ତୋର ପ୍ରତିଶୁତି ।