ହେ ଭଗବାନ୍, ମୋର ଏକ ମାତ୍ର ଅଭୀପ୍ସା, ତୋତେ ଯେପରି ପ୍ରତ୍ୟହ କ୍ରମଶଃ ଭଲ କରି ଜାଣିପାରେ ଏବଂ କ୍ରମଶଃ ଭଲଭାବେ ତୋର ସେବା କରିପାରେ । ବାହ୍ୟ ପରିସ୍ଥିତିରେ କ’ଣ ଯାଏ ଆସେ ? ଏହି ବାହ୍ୟ ଘଟଣାବଳୀ ପ୍ରତ୍ୟହ ମୋତେ ଅଧିକ ନୀରର୍ଥକ ଏବଂ ଅଧୁ ମରୀଚିକା ତୁଲ୍ୟ ବୋଧ ହେଉଛି ଏବଂ ବାହିଂକ ଘଟଣା କ’ଣ ଘଟିବ ସେଥିରେ ମୁଁ କ୍ରମଶଃ କମ୍ ଆକର୍ଷଣ ଅନୁଭବ କରୁଛି; କିନ୍ତୁ ମୁଁ ଅଧିକରୁ ଅଧିକତର ବଂ ତୀବ୍ରଭାବେ ଯେଉଁ ଏକ ମାତ୍ର ମହତ୍ତ୍ୱପୂର୍ଣ୍ଣ ବସ୍ତୁ ଉପରେ ନିବିଷ୍ଟ ହେଉଛି, ତାହା ହେଲା ଏହି : ତୋତେ ଆହୁରି ଭଲ କରି ଜାଣିବା ଯଦ୍ଦ୍ୱାରା ତୋର ସେବା ଆହୁରି ଭଲଭାବେ କରିପାରେ । ସକଳ ବାହ୍ୟ ଘଟଣା ଏହି ଲକ୍ଷ୍ୟର ଅଭିମୁଖୀ ହେବା ଉଚିତ, ଏକ ମାତ୍ର ଏହି ଲକ୍ଷ୍ୟ ଆଡ଼କୁ ଗତି କରିବା ଉଚିତ; ଆଉ ଏହା ନିର୍ଭର କରିବ ସେହିସବୁ ଘଟଣା ପ୍ରତି ଆମର କେଉଁ ମନୋଭାବ ରହିଛି ତାହା ଉପରେ । ସକଳ ବସ୍ତୁ ମଧ୍ୟରେ ନିରନ୍ତର ତୋର ସନ୍ଧାନ କରିବା, ସକଳ ଅବସ୍ଥା ମଧ୍ୟରେ କ୍ରମଶଃ ପୂର୍ଣ୍ଣରୂପେ ତୋତେ ପ୍ରକାଶ କରିବାକୁ ସଂକଳ୍ପ କରିବା, ଏହି ମନୋଭାବ ମଧ୍ୟରେ ରହିଛି ପରମା ଶାନ୍ତି, ପରିପୂର୍ଣ୍ଣ ପ୍ରସନ୍ନତା, ଯଥାର୍ଥ ତୃପ୍ତି । ଏହାରି ମଧ୍ୟରେ ହିଁ ଜୀବନ ପ୍ରସ୍ଫୁଟିତ ହୁଏ, ବିସ୍ତୃତହୁଏ, ପ୍ରସାରିତ ହୁଏ ଏପରି ମହେଶ୍ୱର୍ଯ୍ୟ ଓ ପରିପ୍ଲାବନର ମହିମା ସହ ଯେ ତାକୁ କୌଣସି ଝଞ୍ଜା ଆଉ ବିକ୍ଷୁବ୍ଧ କରିପାରେ ନାହିଁ ।
ହେ ପ୍ରଭୁ, ତୁହିଁ ଆମ୍ଭମାନଙ୍କର ରକ୍ଷାକବଚ, ଆମ୍ଭମାନଙ୍କର ଏକ ମାତ୍ର ସୁଖର ଆକର, ତୁହିଁ ଆମ୍ଭମାନଙ୍କର ସମୁଜ୍ଜଳ ଜ୍ୟୋତି, ବିଶୁଦ୍ଧ ପ୍ରେମ, ଆମ୍ଭମାନଙ୍କର ଆଶା, ଆମ୍ଭମାନଙ୍କର ଶକ୍ତି, ତୁହିଁ ଆମ୍ଭମାନଙ୍କର ଜୀବନ, ଆମ୍ଭମାନଙ୍କ ସତ୍ତାର ଧ୍ରୁବ ସତ୍ୟ ।
ଭକ୍ତିପୂର୍ଣ୍ଣ ଓ ଆନନ୍ଦମୟ ହୃଦୟରେ ଶ୍ରଦ୍ଧା ସହ ତୋତେ ପ୍ରଣାମ କରୁଛି ।