ହେ ଭଗବାନ୍ ! ଆଉ କ’ଣ ? …
ଯାହା ତୋର ଇଚ୍ଛା, ଯାହା ତୋର ଇଚ୍ଛା…
ଏ ଯନ୍ତ୍ର ଦୁର୍ବଳ, ଅତି ସାଧାରଣ; ତୁ ତାକୁ ଦେଖାଇଲୁ ସବୁପ୍ରକାର କାର୍ଯ୍ୟ ତା’ପକ୍ଷେ ସମ୍ଭବପର, ମାନବୀୟ କର୍ମର କୌଣସି କିଛି ତା’ ପକ୍ଷେ ପରଧର୍ମ ନୁହେଁ । ତେବେ ଭାଗବତ ଚେତନା ଆରମ୍ଭ ହୁଏ ତୀବ୍ରତା ଦେଇ, ଉର୍ଷ ଦେଇ, କିନ୍ତୁ ଏଯାବତ୍ତୁ tu ତାକୁ ଅସାଧାରଣ ତୀବ୍ରତା କି ପ୍ରକୃତ ଉତ୍କର୍ଷ କିଛି ତ ଦେଇ ନୁ ।… ତା’ ମଧ୍ୟରେ ସବୁହିଁ ରହିଛି ଭବିତବ୍ୟ ହିସାବରେ – ଅବଶ୍ୟ ବ୍ୟକ୍ତିଗତ ଦିଗରୁ ନୁହେଁ, ସମଷ୍ଟିଗତ ଦିଗରୁ । କିନ୍ତୁ କିଛି ବି ପୂର୍ଣ୍ଣତଃ ସିଦ୍ଧ ହୋଇ ନାହିଁ ।
ଜୀବନଦେବତା ! କାହିଁକି ?
ତୁ ଆମ ହୃଦୟରେ ଏପରି ଶାନ୍ତି ପ୍ରତିଷ୍ଠିତ କରିଛୁ ଯାହାକି ପ୍ରାୟ ଉଦାସୀନତା ବୋଲି ମନେହୁଏ; ସେହି ବସ୍ତୁ ହିଁ ତା’ର ବିପୁଳ ଅଚଞ୍ଚଳ ସ୍ଥିରତା ମଧ୍ୟରୁ କହୁଛି :
ଯାହା ତୋର ଇଚ୍ଛା, ଯାହା ତୋର ଇଚ୍ଛା…