Divine Light Online

ଧ୍ୟାନ ଓ ପ୍ରାର୍ଥନା

ଜୁନ୍ ୪, ୧୯୧୪

ସକଳ ବିଘ୍ନର ଧ୍ବଂସକର୍ତ୍ତା ହେ ଭଗବାନ୍, ଆମ୍ଭମାନଙ୍କ ଆନ୍ତରରେ ତୁହିଁ ମୁର୍ଭ ବିଜୟ, ତୋ ଦିବ୍ୟିଧ୍ୟାନର ସଂସିଦ୍ଧି ପଥରେ ଯେଉଁମାନେ ବିଘ୍ନ ଘଟାଇବାକୁ ଚାହାନ୍ତି, ତୁସେ ସମସ୍ତଙ୍କୁ ଜୟ କରିଛୁ । ଅଜ୍ଞାନର ଅନ୍ଧକାର ଓ ଅହଂଗ ଇଚ୍ଛାର କାଳିମାମୟ ଧୂମରାଜିକୁ ତୁ ଦୂର କରିଦେବୁ, ସମସ୍ତକୁ-ଇଙ୍ଗିତକୁ ତୁ ନିଶ୍ଚିହ୍ନ କରିଦେବୁ ଏବଂ ଆମ ଅନ୍ତରରେ ପ୍ରତିଷ୍ଠା କରିବୁ ଶୁଦ୍ଧ ସ୍ଵଚ୍ଛ ଦୃଷ୍ଟି, ପରିଚ୍ଛନ୍ନ ବୁଦ୍ଧି, ଯାହାକୁ କି କୌଣସି ବିନାଶକାରୀ ଚିନ୍ତା ବା ଅରାଜକ ପ୍ରବୃତ୍ତ କେବେହେଲେ ବିଭ୍ରାନ୍ତ କରିପାରିବ ନାହିଁ ।
ହେ ମୋର ପ୍ରେମମୟ ପ୍ରଭୁ, ତୋର ଅସୀମ ପ୍ରେମ ହିଁ ଆମ ସତ୍ତାର ସଦ୍‌ବସ୍ତୁ, ଏହାର ସର୍ବଶକ୍ତିମାନ୍ କର୍ମଧାରା ବିରୋଧରେ କିଏ ଯୁଦ୍ଧରେ ଛିଡ଼ା ହୋଇ ପାରିବ ? ଏହା ସବୁକିଛି ର ଅନ୍ତରରେ ପ୍ରବେଶ କରେ, ସମସ୍ତ ବାଧା ଅତିକ୍ରମ କରିଯାଏ – ତାହା ଅଜ୍ଞାନର ଗୁରୁଭାର ଜନିତ ଜଡ଼ତା ହେଉ ବା ଅବୋଧ ଦୁବୃତ୍ତିର ପ୍ରତିରୋଧ ହେଉ। ହେ ମୋର ମଧୁମୟ ପ୍ରଭୁ ! ଏହି ପ୍ରେମର ମଧ୍ୟଦେଇ, ଏହି ପ୍ରେମକୁ ଅବଲମ୍ବନ କରି ସକଳ ବସ୍ତୁ ମଧ୍ୟରେ ତୁ ଉଦ୍ଭାସିତ ହୋଇ ରହିଛୁ; ଏହି ପ୍ରଭା କ୍ରମଶଃ ଅଧିକ ଶକ୍ତିଶାଳୀ ହେବ, ସାରା ପୃଥିବୀ ଉପରେ ନିଜକୁ ସକ୍ରିୟଭାବେ ବିଚ୍ଛୁରିତ କରିବ ଏବଂ ସମସ୍ତ ଚେତନା ନିକଟରେ ବୋଧଗମ୍ୟ ହୋଇଉଠିବ ।

କିଏ ତୋର ଦିବ୍ୟଶକ୍ତିର ପ୍ରତିରୋଧ କରିପାରେ ?

ତୁହିଁ ହେଉଛୁ ଅଦ୍ୱିତୀୟ ପରମ ସଦ୍‌ବସ୍ତୁ ।

ମୋର ସତ୍ତା ନୀରବ ଆରାଧନା ଭିତରେ ସମାହିତ ହୋଇଯାଏ, ତୁ ଯାହାନୋହୁ ସେସବୁ ତା’ ମଧ୍ୟରୁ ଦୂର ହୋଇଯାଏ ।