Divine Light Online

ଧ୍ୟାନ ଓ ପ୍ରାର୍ଥନା

ଜୁଲାଇ ୮, ୧୯୧୪

ହେ ଭାଗବତୀ ଶକ୍ତି, ପରମ ଜ୍ଞାନଦାତ୍ରୀ, ଆମର ପ୍ରାର୍ଥନା ଶୁଣ, ଦୂରେଇ ଯାଆନା, ଫେରି ଯାଅ ନା, ଆମର ସହାୟ ହୁଅ, ଉତ୍ତମରୂପେ ଯେପରି ଆମେ ଯୁଦ୍ଧ କରିପାରୁ, ଯୁଦ୍ଧ ଲାଗି ଆମର ସାମର୍ଥ୍ୟ ଅତୁଟ କରି ଧର, ଆମକୁ ବିଜୟର ସାମର୍ଥ୍ୟ ଦିଅ ।

ହେ ମୋର ମଧୁମୟ ଅଧୀଶ୍ଵର, ମୁଁ ତୋତେ ପୂଜା କରୁଛି, ତଥାପି ତୋତେ ଜାଣି ପାରି ନି, ତୋତେ ଅନୁସରଣ କରିଚାଲିଛି କିନ୍ତୁ ଉପଲବ୍ଧି କରିପାରୁ ନି, ମୋର ସକଳ ସଚେତନ ବ୍ୟକ୍ତିସତ୍ତା ତୋ ପାଖରେ ପ୍ରଣତ, ସେ ତୋତେ ନିବେଦନ କରେ, ଯୁଦ୍ଧରତ କର୍ମଗଣର ହୋଇ, ଆଉଁ ପୃଥିବୀର ହୋଇ, ବେଦନାଗ୍ରସ୍ତ ମାନବଜାତିର ହୋଇ, ପ୍ରୟାସନିରତ ପ୍ରକୃତିର ହୋଇ ହେ ମୋର ମଧୁମୟ ଅଧୀଶ୍ଵର, ଅନୁପମ ଅଜ୍ଞୟ, ନିଖୁଳ ଶ୍ରେୟବିଧାୟକ ଅନ୍ଧକାର ମଧ୍ୟରେ ତୁହିଁ ଆଲୋକଧାରା ଉତ୍ସାରିତ କରିଛୁ, ଦୁର୍ବଳତା ମଧ୍ୟରେ ସବଳତାର ଜନ୍ମ ଦେଇଛୁ, ଆମ ଚେଷ୍ଟାକୁ ଆସି ଧର, ଆମକୁ ପଥଦେଖାଇ ନେ, ଆମକୁ ବିଜୟ ମଧ୍ୟରେ ପହଞ୍ଚାଇ ଦେ ।