Divine Light Online

ଧ୍ୟାନ ଓ ପ୍ରାର୍ଥନା

ମେ ୨, ୧୯୧୪

ହେ ଭଗବାନ୍, ସକଳ ମାନବିକ ଧାରଣାର ଊର୍ଦ୍ଧ୍ୱରେ, ତାହା ଯେତେ ମହନୀୟ ହେଉ ନା କାହିଁକି, ସକଳ ମାନବିକ ଅନୁଭବର ଊର୍ଦ୍ଧ୍ୱରେ, ତାହା ଯେତେ ହିଁ ଉନ୍ନତ ହେଉନା କାହିଁକି, ସବୁଠାରୁ ଗରିମମୟ ଅଭୀପ୍ସା ଓ ପୁଣ୍ୟତମ ପ୍ରେରଣା ତଥା ଜ୍ଞାନ, ପ୍ରେମ ଏବଂ ସତ୍ତାର ଏକତ୍ଵର ଊର୍ଦ୍ଧ୍ୱରେ ଉଠିଯାଇ ମୁଁ ଚାହେଁ ତୋ ସଙ୍ଗେ ଅବିଚ୍ଛିନ୍ନ ସାଯୁଜ୍ୟ । ସକଳ ବନ୍ଧନରୁ ମୁକ୍ତ ହୋଇ ମୁଁ ହୋଇଉଠିବି ତୁହିଁ; ଏହି ଶରୀର ମଧ୍ୟଦେଇ ତୁହିଁ ଜଗତକୁ ଦେଖୁ, ଏହି ଯନ୍ତ୍ର ମଧ୍ୟଦେଇ ତୁହିଁ ଜଗତରେ କାର୍ଯ୍ୟ କରିବୁ ।

ପରିପୂର୍ଣ୍ଣ ନିଶ୍ଚୟବୋଧର ପ୍ରଶାନ୍ତି ମୁଁ ପ୍ରାପ୍ତ ହୋଇଛି ।