Divine Light Online

ଧ୍ୟାନ ଓ ପ୍ରାର୍ଥନା

ଫେବ୍ରୁଆରି ୫, ୧୯୧୪

ସେଇ ଗୋଟିଏ ଅଭୀପ୍ସାର କଥା ଛଡ଼ା ଆଉ କ’ଣ କହିବି ? ଭାଗବତ ପ୍ରେମର ବିଧାନ, ତୋ ସମ୍ପର୍କରେ ଆମେ ଯାହା ଧାରଣା କରିପାରୁ ତାହାର ନିର୍ମଳତମ ପ୍ରକାଶ ଯେପରି ପୃଥିବୀ ଉପରେ କ୍ରମେ ଅଧିକତର ମୂର୍ତ୍ତ ହୋଇଉଠୁ ଓ ସକଳ ଅଜ୍ଞାନ ଅନ୍ଧକାର ଉପରେ ବିଜୟୀ ହେଉ । ଆମେ ଯେପରି ସେଇ ପ୍ରେମମୟ, ଜ୍ୟୋତିର୍ମୟ ଶକ୍ତିର ଏକନିଷ୍ଠସେବକ ହୋଇଉଠୁ ଆହୁରି ପୂର୍ଣ୍ଣରୂପେ, ତାହାରି ମଧ୍ୟରେ, ତାକୁ ହିଁ ଆଶ୍ରୟ କରି ଯେପରି ଜୀବନଯାପନ କରୁ, ଏକ ମାତ୍ର ସେଇ ବସ୍ତୁ ଯେପରି ଆମ ଭିତରେ ଜୀବନ୍ତ ଓ ସକ୍ରିୟ ହୋଇଉଠେ ।

ହେ ପ୍ରଭୁ, ଆମ ଜୀବନର ଏକଚ୍ଛତ୍ର ଅଧୀଶ୍ୱର ହୋଇଉଠ, ତୋତେ ଦେଖିବା ପଥରେ, ତୋ ସଙ୍ଗେ ନିରନ୍ତର ମିଳିତ ହେବା ପଥରେ ଯେଉଁ ଅନ୍ଧକାର ଆମ ପାଇଁ ନାନା ବାଧା ସୃଷ୍ଟି କରୁଛି ତାକୁ ଦୂର କରିଦେ ।

ସକଳ ଅଜ୍ଞାନତାରୁ ଆମକୁ ମୁକ୍ତ କର, ଆମ୍ଭମାନଙ୍କୁ ନିଜଠାରୁ ମୁକ୍ତ କର ଆମ୍ଭମାନଙ୍କୁ ଯାହାଫଳରେ ତୋର ପରମ ମହିମମୟ ପ୍ରକାଶର ଦ୍ଵାରକୁ ଆମ୍ଭେମାନେ ପୂରା ଉନ୍ମକ୍ତ କରି ଧରି ପାରିବୁ ।