Divine Light Online

ଧ୍ୟାନ ଓ ପ୍ରାର୍ଥନା

ଅଗଷ୍ଟ ୨୭, ୧୯୧୪

ହେ ଭଗବାନ୍, ତୋ ପାଖରେ ମୋର ଏହି ପ୍ରାର୍ଥନା, ମୁଁ ଯେପରି ତୋର ଦିବ୍ୟ, ସାମର୍ଥ୍ୟଯୁକ୍ତ, ଅନନ୍ତ, ଅତଳସ୍ପର୍ଶୀ ପ୍ରେମ ହୋଇପାରେ ସତ୍ତାର ସକଳ କ୍ରିୟା ମଧ୍ୟରେ, ସକଳ ଭୂମିରେ… ମୁଁ ଯେପରି ଏହି ଦିବ୍ୟ, ଶକ୍ତିଶାଳୀ, ଅନନ୍ତ, ଅତଳ ପ୍ରେମରୂପେ ପ୍ରଜ୍ଜଳିତ ହୋଇଉଠେ ସତ୍ତର ସକଳ କ୍ରିୟା ମଧ୍ୟରେ, ସକଳ ଭୂମିରେ । ମୋତେ ଏହି ପ୍ରେମର ଜ୍ଵଳନ୍ତ ଅଗ୍ନିକୁଣ୍ଡରେ ପରିଣତ କର, ସେଥିରେ ସମଗ୍ର ପୃଥିବୀର ବାତାବରଣ ବିଶୁଦ୍ଧ ହୋଇଉଠୁ ।

ହେ ଭଗବାନ୍, ମୁଁ ଯେପରି ଅନନ୍ତ ଭାବେ ତୋ ପ୍ରେମ ହୋଇଉଠେ ।