Divine Light Online

ଧ୍ୟାନ ଓ ପ୍ରାର୍ଥନା

ଫେବ୍ରୁଆରି ୧୯, ୧୯୧୪

ଭଗବାନ୍, ନିରନ୍ତର ମୋ ଚିନ୍ତା ଭିତରେ ତୁ ବିରାଜିତ ହୁଅ । ଏହାର ଅର୍ଥ ନୁହେଁ ଯେ ଏ ଜିନିଷ ମୁଁ ତୋଠାରୁ ଦାବି କରୁଛି, ମୁଁ ଜାଣେ ତୋର ସାନ୍ନିଧ୍ୟ ନିରନ୍ତର ଏବଂସର୍ବାଧୀଶ ହୋଇ ରହିଛି, ମୁଁ ଜାଣେ ଆମେ ଯାହା ଦେଖିଲି ଏବଂ ଯାହା ଆମର ଦୃଷ୍ଟିକୁ ଏଡ଼ାଇ ଯାଏ, ତାହା ସେଇପରି ହୋଇଛି କାରଣ ସର୍ବତ୍ର ରହିଛି ତୋର ଅପରୂପ ହସ୍ତସ୍ପର୍ଶ, ପ୍ରେମର ଦିବ୍ୟବିଧାନ, – ତଥାପି ମୁଁ ଏହା କହୁଛି, ପୁଣିଥରେ କହୁଛି, ମିନତି କରୁଛି ଏଇଥିପାଇଁ ଯେ ଯେପରି କି ମୁଁ ଏହା ଭୁଲି ନ ଯାଏ ଓ ଅବହେଳା ନ କରେ ।

ହେ ପ୍ରଭୁ, ମୁଁ ହେବାକୁ ଚାହେଁ ତୋର ଜୀବନ୍ତ ଦିବ୍ୟପ୍ରେମ ଏପରି ପରିପୂର୍ଣ୍ଣରୂପେ ଯେଉଁଥିରେ ସକଳ ବସ୍ତୁ ରୂପାନ୍ତରିତ ହେବ ଓ ଜ୍ୟୋତିର୍ମୟ ହୋଇଉଠିବ, ଯେଉଁଥିରେ ସମସ୍ତଙ୍କ ମଧ୍ୟରେ ଜାଗିଉଠିବ ଶାନ୍ତି ଓ ଉଦାର ତୃପ୍ତି ।

ହେ ଭଗବାନ୍, ହୋଇଉଠେ ଯେପରି ତୋର ଦିବ୍ୟଦୃଷ୍ଟିସଂପନ୍ନ ବିଶୁଦ୍ଧ ପ୍ରେମ, ତାହାହିଁ ହେବାକୁ ଚାହେଁ ସର୍ବଦା ଓ ସର୍ବତ୍ର ।…