ତୋ କଣ୍ଠ ଏଡ଼େ ନମ୍ର, ନିରପେକ୍ଷ, ଏପରି ମହିମମୟ, ଧୈର୍ଯ୍ୟ ଓ କରୁଣାରେ ଏପରି ପରିପୂର୍ଣ୍ଣ ଯେ ତା’ ଭିତରେ କର୍ତ୍ତୃତ୍ଵ ଓ ସ୍ଵେଚ୍ଛା-ପ୍ରୟୋଗର କୌଣସି ଚିହ୍ନ ନାହିଁ ।ମଳୟ ସମୀରଣ ପରି ତାହା ସ୍ନିଗ୍ଧ ଓ କୋମଳ, ବିଶୁଦ୍ଧ ଧ୍ୱନି ପରି ତାହା ବେସୁରା ବାଦ୍ୟସଙ୍ଗୀତ ଭିତରେ ଆଣେ ଐକ୍ୟତାନର ସୁର । ଯେ ଜାଣେ ସେହି ସ୍ଵର କିପରି ଶୁଣିବାକୁ ହୁଏ, ସେହି ମଳୟ ବାୟୁ କିପରି ପ୍ରଶ୍ୱାସରେ ଗ୍ରହଣ କରିବାକୁ ହୁଏ, ସେହି ମନୁଷ୍ୟ ସନ୍ଧାନ ପାଏ ଏପରି ସୌନ୍ଦର୍ଯ୍ୟର ଭଣ୍ଡାର, ଏପରି ଅମଳ ପ୍ରସନ୍ନତା, ସମୁଚ୍ଚ ମହିମାର ଏପରି ସୁରଭି ଯଦ୍ଦ୍ୱାରା ସକଳ ମିଥ୍ୟା-ମାୟା ଦୂର ହୋଇଯାଏ ଅଥବା ରୂପାନ୍ତରିତ ହୋଇ ସାନନ୍ଦରେ ଗ୍ରହଣ କରେ ସେହି ପ୍ରକାଶୋନ୍ମୁଖ ମହାସତ୍ୟକୁ ।