ହେ ମୋର ପ୍ରେମମୟ, ଆନନ୍ଦମୟ ପ୍ରଭୁ ! ଏହିସବୁ ଆନନ୍ଦଲୋକ ପରସ୍ପର ମଧ୍ୟରେ ଅନୁପ୍ରବିଷ୍ଟ ଏବଂ ପରସ୍ପରକୁ ପୂର୍ଣ୍ଣ କରୁଛି, ଏବଂ ଏହିସବୁ ଲୋକ ଏପରି ବୃହତ୍ଯେ ତାହାକୁ ସମଗ୍ର ଭାବେ ଧାରଣା କରାଯାଇ ପାରେ ନାହିଁ । ଏହିସବୁ ବିଧିବିଧାନର ଜ୍ଞାନ ଆମ୍ଭମାନଙ୍କୁ ପ୍ରଦାନ କର, ପ୍ରଦାନ କର ସେହି ସାମର୍ଥ୍ୟ ଯାହାଦ୍ଵାରା ପୃଥିବୀ ସଜ୍ଞାନରେ ଧାରଣା କରିପାରିବ ଏବଂ ଅନୁଭବ କରିପାରିବ ସେ କେଉଁ ଲକ୍ଷ୍ୟକୁ ଏପରି ଅନ୍ଧଭାବେ ଅନୁସରଣ କରିଚାଲିଛି ।…
ସକଳ ବସ୍ତୁ ମଧ୍ୟରେ ତୁହିଁ ଅମିଶ୍ର ସୁଖ, ତୃପ୍ତିଦାୟୀ ପରମାନନ୍ଦ … କିନ୍ତୁ ଏହି ଆନନ୍ଦ ପରିପୂର୍ଣ୍ଣ ହୋଇପାରେ ସେତେବେଳେ, ଯେତେବେଳେ ଏହା ସର୍ବାଙ୍ଗୀନ, ଅର୍ଥାତ୍ ଅତି ବାହ୍ୟତମ ପ୍ରକାଶଠାରୁ ଅତଳସ୍ପର୍ଶୀ ଗଭୀରତା ପର୍ଯ୍ୟନ୍ତ ବ୍ୟାପ୍ତ ।
ହେ ଭଗବାନ୍ ! ତୁ ମୋତେ ଅତ୍ୟାଶ୍ୱର୍ଯ୍ୟର ଦ୍ଵାରପ୍ରାନ୍ତରେ ପହଞ୍ଚାଇ ଦେଇଛୁ;ଏହି ଜ୍ଞାନରେ ମୋତେ ସ୍ଥିରପ୍ରତିଷ୍ଠା କର । ମୋତେ ଚେତନାର ସେହି କେନ୍ଦ୍ରରେ ପ୍ରତିଷ୍ଠିତ କର ଯେଉଁଠାରୁ ଯାବତୀୟ କର୍ମ ତୋର ଦିବ୍ୟବିଧାନର ହିଁ ଅବିମିଶ୍ର ଅଭିବ୍ୟକ୍ତି ହେବ ।
ସାମର୍ଥ୍ୟଯୁକ୍ତ ଓ ମୂକ ଆରାଧନା ନେଇ ମୁଁ ଅପେକ୍ଷା କରି ରହିଛି ।