ହେ ଭଗବାନ୍, ତୋ ଇଚ୍ଛା ପୂର୍ଣ୍ଣ ହେଉ, ତୋ କର୍ମ ସଂସିଦ୍ଧ ହେଉ । ଆମ ଭକ୍ତିକୁ ଦୃଢ଼ କର, ସମର୍ପଣକୁ ବଦ୍ଧିତ କର, ପଥ ଜ୍ୟୋତିର୍ମୟ କର । ଅନ୍ତରରେ ଆମ୍ଭେମାନେ ତୋତେ ପରମ ଅଧୀଶ୍ୱରରୂପେ ପ୍ରତିଷ୍ଠା କରୁଛୁ, ଯେପରି ତୁ ସମଗ୍ର ପୃଥିବୀର ପରମ ଅଧୀର ହୋଇପାରୁ ।
ଆମ୍ଭମାନଙ୍କ ବାକ୍ୟ ଏବେ ବି ଅଜ୍ଞାନାଚ୍ଛନ୍ତି, ତାହାକୁ ଆଲୋକିତକର ।
ଆମ ଅଭୀପ୍ସା ଏବେ ବି ମଳିନ, ତାହାକୁ ଶୁଦ୍ଧ କର ।
ଆମ୍ଭମାନଙ୍କ କର୍ମ ଏବେ ବି ଅସମର୍ଥ, ତାହାକୁ ସାମର୍ଥ୍ୟଯୁକ୍ତ କର ।
ହେ ଭଗବାନ୍, ଏ ପୃଥିବୀ ଆଉଁ, ଶୋକଗ୍ରସ୍ତ; ବିଶୃଙ୍ଖଳା ଏହାକୁ ବାସଗୃହ କରିଛି ।
ଅନ୍ଧକାର ଏତେ ଘନୀଭୂତ ଯେ ଏକ ମାତ୍ର ତୁହିଁ ତାହାକୁ ଦୂର କରିପାରୁ । ଆସ, ପ୍ରକାଶ ହୁଅ, କର୍ମ ତୋର ସଂସିଦ୍ଧ ହେଉ ।