ଲେଖନୀ ମୋର ନିର୍ବାକ୍… ଏ ବାହ୍ୟ ଜଗତ୍ ଏତେ ସର୍ବଗ୍ରାସୀ ! ଆମ ଚେତନାରେ କାହିଁକି ତା’ର ଏତେ ବଡ଼ ସ୍ଥାନ ? ଏ କ’ଣ ଆମର ଅକ୍ଷମତା ନା ଏହାହିଁ ତୋର ଇଚ୍ଛା ?
ମଧୁମୟ ରାଜାଧୁରାଜ ! ମୁଁ ଚାହେଁ କେବଳ ତା ମଧ୍ୟରେ ଜୀବନଧାରଣ କରିବା ପାଇଁ, କିନ୍ତୁ ତୁ ଉତ୍ତର ଦେଲୁ ମୋର ଜୀବନଧାରଣ ହେବ ତୋ ପାଇଁ, ଏପରି ଭାବେ ତୋ ପାଇଁ ଜୀବନଧାରଣ କରି ଚେତନା ବହିର୍ମୂଖୀ ହୁଏ, ମନେହୁଏ ଯେପରି ତୋଠାରୁ ଦୂରେଇ ଯାଇଛି।
ମୁଁ ଜାଣେ ଏକଥା ଠିକ୍ ନୁହେଁ; ତଥାପି ଆଧାରରେ ଏପର୍ଯ୍ୟନ୍ତ ବାଧା ରହିଛି, ସେ ବାଧା ବର୍ତ୍ତମାନ ଘୁଞ୍ଚାଯିବା ପାଇଁ ରାଜୀ ନୁହେଁ, ଗୋଟିଏ ଦ୍ଵାର ରୁଦ୍ଧ ହୋଇ ରହିଛି, ଗୋଟିଏ ଜ୍ୟୋତିର୍ମୟ ବୁଦ୍ଧିର ଦ୍ଵାର, ଏପର୍ଯ୍ୟନ୍ତ କୌଣସି ଚେଷ୍ଟା ତାକୁ ଖୋଲି ଧରି ପାରୁନି । ତାହାହିଁ ତୋ ପ୍ରକାଶ ମଧ୍ୟରେ ଆଣିଦିଏ ଏ ଦୀନତା ।
କେବେ ତୁ ସ୍ଥିର କରିବୁ ଯେ ଏସବୁର ଅବସାନର ସମୟ ସମାଗତ ?
ଝଜା ପରି ପୃଥିବୀ ବିକ୍ଷକୁ ଓହ୍ଲାଇ ଆସିଛନ୍ତି ବୀଭସ୍ଥ ଶକ୍ତିମାନେ – ସେମାନେ ଅଜ୍ଞ, ଉଗ୍ର, ବଳବାନ୍, ଅନ୍ଧ । ହେ ଭଗବାନ୍, ଶକ୍ତି ଦେ ଯେପରି ସେମାନଙ୍କୁ ଜ୍ଞାନାଲୋକରେ ଉଦ୍ଭାସିତ କରିପାରୁ । ସେମାନଙ୍କ ମଧ୍ୟଦେଇ ତୋର ଜ୍ଵଳନ୍ତ ମହିମା ପ୍ରକାଶିତ ହେବା ଦରକାର, ପ୍ରକାଶିତ ହୋଇ ସେମାନଙ୍କ କର୍ମର ରୂପାନ୍ତର କରିବା ଦରକାର । ପ୍ରଳୟଙ୍କର ପ୍ଲାବନ ପରେ ସେମାନେ ଯେପରି ରଖୁ ଯାଆନ୍ତି ଦିବ୍ୟବୀଜ ।…
ହେ ମୋର ଦେବାଦେବ ! ମୋର ନୈବେଦ୍ୟ ଫେରାଇ ଦିଅ ନା । ମୋତେ ଯୋଗ୍ୟ କର ଯେପରି ମୋର ସର୍ବସ୍ ଦେଇ ମୁଁ ନିଃଶେଷରେ ତୋର ହୋଇଯାଇ ପାରିବି ଏହି ବିଶ୍ୱପ୍ରକାଶକୁ ନେଇ ।