ହେ ଅନନ୍ତ ଅଧୀଶ୍ୱର ! ନିଖୁଳ ମଧ୍ୟରେ ତୁ ରହିଛୁ ପ୍ରାଣବନ୍ତ ନିଃଶ୍ଵାସ ହୋଇ, ମଧୁକ୍ଷରା ଶାନ୍ତି ହୋଇ, ପ୍ରେମର ଭାସ୍କର ସୂର୍ଯ୍ୟ ହୋଇ, ଅଜ୍ଞାନର ସକଳ ମେଘ ତୁ ବିଦୀର୍ଣ୍ଣ କରିଛୁ ।
ଆଦେଶ ଦେ, ଆମେ ଯେପରି ତୋର ପ୍ରାଣବନ୍ତ ନିଶ୍ଵାସ ହୋଇଉଠୁ, ହୋଇଉଠୁ ତୋ ମଧୁକ୍ଷରା ଶାନ୍ତି, ତୋର ଜ୍ୟୋତିର୍ମୟ ପ୍ରେମ ଏହି ପୃଥିବୀରେ, ଆମର ଯେତେ ଅଜ୍ଞାନ ଦୁଃଖୀ ମାନବ-ସ୍ଵଜନ ସେମାନଙ୍କ ମଧ୍ୟରେ ।
ହେ ଦିବ୍ୟ ଅଧୁଜ, ଆମର ଅଖଣ୍ଡ ଆତ୍ମବଳିର ଏ ନୈବେଦ୍ୟ ଗ୍ରହଣ କର ଯଦ୍ଦ୍ୱାରା ତୋ କାର୍ଯ୍ୟ ସାଧିତ ହୋଇପାରିବ, ସମୟ ଯେପରି ବୃଥାରେ ବ୍ୟୟିତ ନ ହେବ ।
ଏକ ପ୍ରଶାନ୍ତ ଆତ୍ମାନନ୍ଦ ନେଇ ମୁଁ ନିଜକୁ ତୋତେ ସମର୍ପଣ କରୁଛି ଯଦ୍ଦ୍ୱାରା ତୁ ତୋ ନିଜ ସମ୍ପତ୍ତିର ଅଧିକାରୀ ହୋଇପାରୁ, ମାଲିକ ହୋଇପାରୁ ଅଗଣିତ ପ୍ରତ୍ୟେକଟି ପରମାଣୁ ମଧ୍ୟରେ, ମୋର ସାମଗ୍ରିକ ଚେତନାର ଏକତ୍ଵ ମଧ୍ୟରେ ।
ହେ ଦିବ୍ୟଗୁରୁ ! ଗ୍ରହଣ କର ଏଇ ଅଖଣ୍ଡ ଆମଦାନର ନୈବେଦ୍ୟ, ଉପସ୍ଥିତ ଏ ସମୟ ଯେପରି ଚାଲି ନ ଯାଏ ।
ବିଶୁଦ୍ଧ ପ୍ରେମର ଆଦାନରୂପ ଯଜ୍ଞରେ ପ୍ରଦୀପ୍ତ ବହ୍ନିଶିଖା ରୂପେ ସମଗ୍ର ଆଧାର ରୂପାନ୍ତରିତ ।
ତୋ ସାମ୍ରାଜ୍ୟର ପୁଣି ତୁ ଅଧୀର ହୁଅ, ପୃଥିବୀକୁ ତା’ର ଜଡ଼ତା, ଅଜ୍ଞାନ, ସମସାବୃତ ଅସଦିଚ୍ଛାର ଗୁରୁଭାରରୁ ମୁକ୍ତ କର – ଏ ଭାର ତଳେ ସେ ଦଳିତ, ପିଷ୍ଟ ।
ହେ ମୋର ମଧୁମୟ ରାଜାଜ, ହୃଦୟରେ ପ୍ରେମୋତ୍ସର୍ଗର ସମିଧ ବହ୍ନିଶିଖା ବହନ କରି ମୋ ଆଧାର ଜ୍ଜ୍ୱଳନରତ । ମୋର ଏ ନୈବେଦ୍ୟ ଗ୍ରହଣ କର, ଦୂର ହୋଇଯାଉ ଯେପରି ସକଳ ବାଧା ।