କିଏ ଏହି ଶକ୍ତିମାନ୍ ଦେବଗଣ ? ପୃଥିବୀରେ ଅବତୀର୍ଣ୍ଣ ହେବାର ସମୟ ସେମାନଙ୍କର ଆସି ଯାଇଛି । ସେମାନେ କ’ଣ ତୋର ଅନନ୍ତ କ୍ରିୟାଶକ୍ତିର ବିଭିନ୍ନ ଭଙ୍ଗୀ ଓ ସିଦ୍ଧି ନୁହନ୍ତି ? ସର୍ବଭୂତାଧୀଶ୍ଵର ହେ ଭଗବାନ୍ ! ତୁ ସତ୍, ତୁ ଅସତ୍, ପୁଣି ଉଭୟର ଅତୀତ, ତୁ ଅଜ୍ଞୟ ରହସ୍ୟ, ହେ ଆମର ଅଦ୍ୱିତୀୟ ରାଜାଧରାଜ ! …
ଏହି ବହୁଳ ଉନ୍ଥଳ ଚିନ୍ତାଶକ୍ତି, ଏହି ଅଗଣନ ସୂର୍ଯ୍ୟରଶ୍ମି, ଯାହା ପ୍ରକାଶ କରେ, ଧାରଣ କରେ, ନିର୍ମାଣ କରେ ଯାବତୀୟ ରୂପ, କିଏ ସେମାନେ ? ସେମାନେ କ’ଣ ତୋ ଅନନ୍ତ ଇଚ୍ଛାଶକ୍ତିର ବିଭିନ୍ନ ଧାରା ନୁହନ୍ତି, ତୋ ଅଭିବ୍ୟକ୍ତି ର ଗୋଟିଏ ଗୋଟିଏ ଉପାୟ ନୁହନ୍ତି ? ତୁ ଆମର ଭାଗ୍ୟବିଧାତା, ହେ ଅଚିନ୍ତଃ ସଦ୍ବସ୍ତୁ, ଯାହା ରହିଛି ଏବଂ ବର୍ତ୍ତମାନସୁଦ୍ଧା ହୋଇ ନାହିଁ, ସମସ୍ତଙ୍କର ହେ ଏକଚ୍ଛତ୍ର ଅଧୀଶ୍ୱର ! …
ଏଇ ଯେତେ ମାନସ ସାମର୍ଥ୍ୟ, ଏହି ଯେତେ ପ୍ରାଣଜ ତେଜ, ଏହି ଯେତେ ଭୌତିକ ଉପାଦାନ, ଏସବୁ ତୋ ବିନା ଆଉ କ’ଣ ? ତୋର ଯେଉଁ ରୂପ ସର୍ବାପେକ୍ଷା ବାହ୍ୟ, ପ୍ରକାଶ ଓ ସିଦ୍ଧିର ଧାରାରେ ଯାହା ହେଲା ଶେଷ ପରିଣାମ, ଏସବୁ ସେହି ରୂପ ।ଏକାନ୍ତ ଭକ୍ତିଭରେ ଆମେ ତୋର ଆରାଧନା କରୁ, ଚତୁର୍ଦ୍ଦିଗରେ ତୁ ଆମକୁ ଅତିକ୍ରମକରି ରହିଛୁ, ଆମ ଅଭ୍ୟନ୍ତରରେ ପ୍ରବେଶ କରିଛୁ, ଆମକୁ ଅନୁପ୍ରାଣିତ, ପରିଚାଳିତ କରୁଛୁ । ତୋତେ ତ ଆମେ ବୁଦ୍ଧି ଦେଇ ବୁଝିପାରୁ ନା, ସଂଜ୍ଞା ବା ନାମ ଦେଇ ପରିଚିତ କରିପାରୁ ନା, ତୋତେ ଧରି ପାରୁ ନା, ଆଲିଙ୍ଗନ କରି ପାରୁ ନା ବା ଭାବି ମଧ୍ୟ ପାରୁନା; ତଥାପି ଆମର ତୁଚ୍ଛତମ କାର୍ଯ୍ୟ ମଧ୍ୟରେ ବି ତୁ ନିଜକୁ ସଂସିଦ୍ଧ କରିଚାଲିଛୁ…
ଆଉ ଏହି ଯେଉଁ ବିଶାଳ ବିଶ୍ୱ, ତୋ ଶାଶ୍ୱତ ତଫଶକ୍ତିର ଏ ତ ଏକ କଣାମାତ୍ର ।
ତୋ ସର୍ବସମର୍ଥ ବିଶାଳ ଉପସ୍ଥିତିରେ ସକଳ ବିକଶିତ ।