ପ୍ରେମ, ହେ ଭାଗବତ ପ୍ରେମ, ତୁ ମୋର ସତ୍ତାକୁ ଭରି ରହିଛୁ, ମୋର ଚତୁଃପାର୍ଶ୍ୱରେ ପ୍ରବାହିତ ହେଉଛୁ । ମୁଁ ହିଁ ତୁ, ତୁହିଁ ମୁଁ, ଆଉ ମୁଁ ତୋତେ ଦେଖୁଛି ସକଳ ସତ୍ତାରେ, ସକଳ ବସ୍ତୁ ମଧ୍ୟରେ, ପବନର ମୃଦୁ ପ୍ରବାହଠାତ୍ରୁ ଆରମ୍ଭ କରି ତେଜୋପୂର୍ଣ୍ଣ ସୂର୍ଯ୍ୟ ପର୍ଯ୍ୟନ୍ତ ଯେ ଆମକୁ ଆଲୋକ ଦାନ କରେ ଓ ତୋର ପ୍ରତୀକ, ଏସବୁ ମଧ୍ୟରେ ତୋତେ ହିଁ ଦେଖୁଛି ।
ତୁ କିଏ, ମୁଁ ବୁଦ୍ଧି ଦ୍ଵାରା ତୋତେ ବୁଝିପାରେ ନାହିଁ, କିନ୍ତୁ ପବିତ୍ର ଶ୍ରଦ୍ଧା ଓ ଭକ୍ତିର ନୀରବତାରେ ତୋତେ ପୂଜା କରେ ।