ଏହି ଆସନ୍ନ ସନ୍ଧ୍ୟାରେ ତୋର ଶାନ୍ତି ଆହୁରି ଗଭୀର ଓ ଆହୁରି ଘନିଷ୍ଠ ହୋଇଉଠିଛି, ଯେଉଁ ନୀରବତାରେ ମୋର ସତ୍ତା ପରିପୂର୍ଣ୍ଣ ତା’ ମଧ୍ୟରେ ତୋର କଣ୍ଠ ସ୍ପଷ୍ଟ ଶୁଣାଯାଉଛି ।
ହେ ପରମ ବିଧାତା ! ଆମର ଜୀବନ, ଆମର ଚିନ୍ତା, ଆମର ପ୍ରେମ, ଆମର ସମଗ୍ର ସତ୍ତା, ସବୁ ତ ତୋର । ତୋର ସମ୍ପତ୍ତି ତୁ ଅଧିକାର କର, କାରଣ ତୁହିଁ ତ ଆମର ଯଥାର୍ଥ ସତ୍ତା ।