ହେ ମଧୁଛନ୍ଦ, ସକଳ ବସ୍ତୁର ଅନ୍ତରରେ ତୁ ରହିଛୁ, ମୋ ହୃଦୟ ଭରିଦେଇଛୁ ମଧୁର ଛନ୍ଦରେ, ବର୍ତ୍ତମାନ ଜୀବନର ସବୁଠାରୁ ସ୍ଥୂଳତମ ରୂପ ମଧ୍ୟରେ ପ୍ରକାଶିତ ହୁଅ – ସକଳ ଅନୁଭବରେ, ସକଳ ଚିନ୍ତାରେ, ସକଳ କର୍ମରେ ।
ସବୁକିଛି ମୋତେ ବୋଧହୁଏ ସୁନ୍ଦର, ସୁଛନ୍ଦ, ନୀରବ – ବାହାରେ ଯେତେ କୋଳାହଳ ଥାଉ ନା କାହିଁକି । ହେ ଭଗବାନ୍, ଏହି ନୀରବତା ମଧ୍ୟରେ ମୁଁ ତୋତେ ହିଁ ଦେଖୁଛି, ତୋତେ ମୁଁ ଏପରି ଉପଲବ୍ଧ କରୁଛି ଯାହା ମୁଁ ଗୋଟିଏ କଥାରେ ପ୍ରକାଶ କରିପାରେ – ନିତ୍ୟ ଏକ ମନ୍ଦମଧୁର ହାସ୍ୟ । ବାସ୍ତବିକ ଅତି ମଧୁର, ଅତି ପ୍ରଶାନ୍ତ, ଅତି ସହୃଦୟ ହାସ୍ୟ ଯେଉଁ ମନୋଭାବ ଜାଗ୍ରତ୍ କରାଏ, ତାହାରି ସାରବସ୍ତୁଟି ସଙ୍ଗେ ସାମାନ୍ୟ ତୁଳନା କରାଯାଇପାରେ ତୋ ସମ୍ବନ୍ଧରେ ମୋର ଏହି ଉପଲବ୍ଧିଟିକୁ ।
ତୋର ଶାନ୍ତି ସମସ୍ତେ ଲାଭ କରନ୍ତୁ ।