Divine Light Online

ପୃଥିବୀ ଏକ ବିପୁଳ ପରିବର୍ତ୍ତନ ନିମିତ୍ତ ପ୍ରସ୍ତୁତ ହେଉଛି।
ତୁମେ ସାହାଯ୍ୟ କରିବ କି ?

୧୯୭୦ ନବ ବର୍ଷର ମାତୃବାଣୀ 

ଆସ, ଆମେ ଦେବମୁହୂର୍ତ୍ତ ନିମିତ୍ତ ପ୍ରସ୍ତୁତ ହେବା।

୧୯୬୩ ନବ ବର୍ଷର ମାତୃବାଣୀ ​

ଆସ, ଆମ୍ଭେମାନେ ସତ୍ୟର ସେବା କରିବା।

୧୯୬୬ ନବ ବର୍ଷର ମାତୃବାଣୀ ​

ଆସ, ଆମେ ସମସ୍ତେ ଶ୍ରୀଅରବିନ୍ଦଙ୍କ ଜନ୍ମଶତବାର୍ଷିକୀର ଯୋଗ୍ୟ ହୋଇ ଉଠିବାକୁ ଚେଷ୍ଟା କରିବା।

୧୯୭୨ ନବ ବର୍ଷର ମାତୃବାଣୀ ​

ଶ୍ରୀଅରବିନ୍ଦଃ ଶରଣଂ ମମ । ଶ୍ରୀମାତା ଶରଣଂ ମମ ।

The Mother

ଓଁ ଆନନ୍ଦମୟି, ଚୈତନ୍ୟମୟି, ସତ୍ୟମୟି ପରମେ

ହେ ଆନନ୍ଦମୟି, ହେ ଚୈତନ୍ୟମୟି, ହେ ସତ୍ୟମୟି, ପରମା ମାଆ
 (ଭାବାର୍ଥ – ମୋତେ ତୁମର ଆନନ୍ଦ, ଚେତନା ଓ ସତ୍ୟ ପ୍ରଦାନ କର)

ଓଁ ତତ୍ ସତ୍ ଜ୍ୟୋତିରରବିନ୍ଦ

ଓଁ ହେ ଶ୍ରୀଅରବିନ୍ଦ ! ତୁମେ ହିଁ ଓଁ ରୂପୀ ମହାବାକ୍, ତୁମେ ସେହି ପରମ ପୁରୁଷ, ତୁମେହିଁ ସତ୍ ସ୍ବରୂପ ଓ ଜ୍ୟୋତିଃ ସ୍ୱରୂପ ।
(ଭାବାର୍ଥ 
– ମୁଁ ତୁମର ଆରାଧନା କରୁଛି । ତୁମର ସତ୍ୟ ଓ ଜ୍ୟୋତି ଆମ୍ଭମାନଙ୍କୁ ପ୍ରଦାନ କର ।)

Sri Aurobindo

ପୁସ୍ତକାବଳୀ

ଶ୍ରୀଅରବିନ୍ଦ ସାହିତ୍ୟ ସଂଗ୍ରହ

ଶ୍ରୀଅରବିନ୍ଦଙ୍କ କେତୋଟି ଗ୍ରନ୍ଥର ଓଡିଆ ଅନୁବାଦ 

ମାତୃରଚନାବଳୀ

Collected Works of the Mother ର ଓଡିଆ ଅନୁବାଦ 

ବାବାଜୀ ଗ୍ରନ୍ଥାବଳୀ

ଶ୍ରୀ ରାମକୃଷ୍ଣ ଦାସଙ୍କ ରଚନା ସଂଗ୍ରହ 

ଅନ୍ୟାନ ପୁସ୍ତକ

ସାଧକ ସାଧିକା ଙ୍କ ଦ୍ଵାରା ରଚିତ ପୁସ୍ତକାବଳୀ

ପତ୍ରିକା

ନବପ୍ରକାଶ

ଶ୍ରୀଅରବିନ୍ଦଙ୍କ ଅତିମାନସ ସତ୍ୟ-ଆଧାରିତ ଛାତ୍ର ଓ ଯୁବ-ଜୀବନର ସର୍ବାଙ୍ଗୀଣ ବିକାଶର ବାର୍ତ୍ତାବହ ମାସିକ ପତ୍ରିକା

ନବଜ୍ୟୋତି

ଶ୍ରୀଅରବିନ୍ଦଙ୍କ ପୂର୍ଣାଙ୍ଗ ଓ ପ୍ରଗତିଶୀଳ ଅଧ୍ୟାତ୍ମ ଜୀବନ-ଦୃଷ୍ଟି ଦ୍ଵାରା ପ୍ରେରିତ ଯୋଗ, ସମାଜ, ଶିକ୍ଷା ଓ ସଂସ୍କୃତି ସମ୍ବନ୍ଧୀୟ ତ୍ରୈମାସିକ ପତ୍ରିକା

ମାତୃଭବନ ପତ୍ର

ମାସିକ ଶିକ୍ଷା ଓ ସଂଗଠନ ପତ୍ରିକା

ଧ୍ୟାନ ଓ ପ୍ରାର୍ଥନା

ଅଗଷ୍ଟ ୧୭, ୧୯୧୩

ହେ ପରମେଶ୍ଵର, ଜୀବନର ପ୍ରଭୁ ! ଆମ୍ଭେମାନେ ଯେପରି ସ୍ଥୂଳ ଶରୀର-ସଂରକ୍ଷଣର ଦୁଶ୍ଚିନ୍ତାରୁ ଊର୍ଦ୍ଧକୁ, ଅତି ଊର୍ଦ୍ଧ୍ୱକୁ ଉଠିଯାଉ । ଶରୀରରକ୍ଷଣ ପାଇଁ ସର୍ବଦା ଚିନ୍ତା କରିବା, ସ୍ୱାସ୍ଥ୍ୟ ନିମନ୍ତେ, ଆହାର ନିମନ୍ତେ, ଜୀବନର ଆକାରପ୍ରକାର ନେଇ ଏଇ ବ୍ୟସ୍ତତା – ଏହାଠାରୁ ଦୁଃଖପୂର୍ଣ୍ଣ ଦୀନହୀନ ଅବସ୍ଥା ଆଉ କ’ଣ ଅଛି… । କେତେ ନଗଣ୍ୟ ଏହିସବୁ ବସ୍ତୁ, ଯେପରି ଗୋଟିଏ ପତଳା ଧୂଆଁର ରେଖା ସାମାନ୍ୟ ନିଃଶ୍ଵାସ ପବନରେ ମିଳାଇଯାଏ ସେହିପରି ତୋ ଅଭିମୁଖୀ ଟିକିଏ ମାତ୍ର ଚିନ୍ତାରେ ଏହିସବୁ ଜିନିଷକୁଆଡ଼େ ମରୀଚିକାପରି ମିଳାଇଯାଏ ।

ଏହି ଦାସତ୍ୱର ଅଧୀନରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ମୁକ୍ତ କର, ମୁକ୍ତ କର ଯେଉଁମାନେ ପ୍ରବଳ ରିପୁର ଦାସ । ତୋ ଆଡ଼କୁ ଯିବା ପଥରେ ଏହିସବୁ ବାଧା ଯେପରି ନିଦାରୁଣ ସେହିପରି ପୁଣି ଅକିଞ୍ଚତ୍କର – ନିଦାରୁଣ ସେଇମାନଙ୍କ ପାଇଁ ଯେଉଁମାନେ ଏବେ ବି ସେସବୁ ର ଦାସ, ଅକିଞ୍ଚତ୍କର ସେଇମାନଙ୍କ ପକ୍ଷେ ଯେଉଁମାନେ ଏସବୁକୁ ଅତିକ୍ରମ କରି ଚାଲିଯାଇଛନ୍ତି ।

କେତେ ଅନିର୍ବଚନୀୟ ସେଇ ପରମ ବିଶ୍ରାନ୍ତି, ଲଘୁତ୍ଵର ସେଇ ମଧୁର ଅନୁଭବ, ଯେତେବେଳେ ନିଜର ଭାବନାରୁ ଆମେ ମୁକ୍ତ ହେଉ, ମୁକ୍ତ ହେଉ ଜୀବନ, ସ୍ଵାସ୍ଥ୍ୟ, ଭୋଗ ଏପରିକି ଆତ୍ମୋନ୍ନତି ପର୍ଯ୍ୟନ୍ତ ଦୁଶ୍ଚିନ୍ତାରୁ ।

ଏହି ବିଶ୍ରାନ୍ତି, ଏହି ମୁକ୍ତି ତୁ ମୋତେ ଦେଇଛୁ, ହେ ପରମ ପ୍ରଭୁ, ମୋ ଜୀବନର ଜୀବନ, ମୋ ଆଲୋକର ଆଲୋକ, ନିରନ୍ତର ମୋତେ ଦେଇଚାଲିଛୁ ପ୍ରେମର ଶିକ୍ଷା ଓ ମୋତେ ଜଣାଇ ଦେଇଛୁ ମୋର ଅସ୍ତିତ୍ୱର ହେତୁ ।

ମୋ ଭିତରେ ତୁ ବାସ କରୁ, କେବଳ ତୁହିଁ; ତା’ ହେଲେ ମୁଁ ନିଜକୁ ନେଇ, ନିଜର କ’ଣ ଘଟିବ ଏସବୁ ନେଇ ବ୍ୟସ୍ତ ହେବି କାହିଁକି ? ତୋ ବିନା ଧୂଳିଗଠିତ ଏହି ଶରୀର, ଯେ ତୋତେ ପ୍ରକାଶ କରିବା ଚେଷ୍ଟାରେ ନିରତ, ତାହା ସକଳ ରୂପ ହରାଇ, ସକଳ ଚେତନା ହରାଇ ଲୋପ ହୋଇଯାଆନ୍ତା । ତୋ ବିନା ଏହି ଇନ୍ଦ୍ରିୟବୋଧ ଯେ କି ଅନ୍ୟସବୁ ପ୍ରକାଶକେନ୍ଦ୍ର ସଙ୍ଗେ ଆମର ସମ୍ବନ୍ଧ ସ୍ଥାପନ କରେ ତାହା ଏକ ତାମସ ଜଡ଼ତା ଭିତରେ ବିଲୀନ ହୋଇଯାଆନ୍ତା; ତୋ ବିନା ଏହି ଚିନ୍ତାଶକ୍ତି ଯେ କି ଆମର ସତ୍ତାର ସଂହତିକୁ ଅନୁପ୍ରାଣିତ, ଉଦ୍ଭାସିତ କରି ରଖୁଛି ତାହା ବିକ୍ଷିପ୍ତ, ଅସମର୍ଥ ଓ ବ୍ୟର୍ଥ ହୋଇ ପଡ଼ିଥା’ନ୍ତା; ତୋ ବିନା ଦିବ୍ୟପ୍ରେମ ଯାହାକି ସକଳ ବସ୍ତୁକୁ ସଜୀବ କରେ, ସୁଶୃଙ୍ଖଳକରେ, ଅନୁପ୍ରାଣିତ କରେ, ସତେଜ କରେ, ତାହା ଏପର୍ଯ୍ୟନ୍ତ ରହିଥା’ନ୍ତା କେବଳ ଏକ ଅଜଣା ସମ୍ଭାବନାରୂପେ । ତୋ ବିନା ସବୁକିଛି ନିଷ୍ପ୍ରାଣ, ପଶୁବତ୍, ନିରାଟ ଅଚେତନ । ଯାହାକିଛି ଆମକୁ ଆଲୋକ ଦାନ କରେ, ମୁଗଧ କରେ, ଆମ୍ଭମାନଙ୍କ ଜୀବନର ସମସ୍ତଅର୍ଥ, ସମସ୍ତଲକ୍ଷ୍ୟ, ସବୁକିଛି ହିଁ ତୁ । ଏହାହିଁ କ’ଣ ଯଥେଷ୍ଟ ନୁହେଁ ସମସ୍ତ ବ୍ୟକ୍ତିଗତ ଚିନ୍ତାରୁ ମୁକ୍ତି ପାଇବା ପାଇଁ ଏବଂ ଡେଣା ମେଲିଦେଇ ସ୍ଥୂଳ ଜୀବନର ଯାବତୀୟ ଅନିତ୍ୟତାର ଊର୍ଦ୍ଧ୍ୱରେ ବିଚରଣ କରିବା ପାଇଁ – ତା’ ହେଲେ ସିନା ଆମେ ଉଡ଼ିଯାଇ ପାରିବୁ ତୋର ଦିବ୍ୟ ସାଲୋକ୍ୟ ମଧ୍ୟକୁ ଏବଂ ପୁଣି ପୃଥିବୀକୁ ଫେରିଆସି ପାରିବୁ ତୋର ଦିବ୍ୟ ବାର୍ତ୍ତାବହରୂପେ ତୋର ଆସନ୍ନ ଆଗମନୀର ମହିମମୟ ସନ୍ଦେଶ ଘୋଷଣା କରିବାକୁ ।

ହେ ଜଗଦୀଶ୍ଵର, ପରମବନ୍ଧୁ, ଅନୁପମ ଶିକ୍ଷାଦାତା, ପୂର୍ଣ୍ଣଗର୍ଭ ନୀରବତା ମଧ୍ୟରେ ତୋତେ ପ୍ରଣତି ଜଣାଉଛି ।

– ଶ୍ରୀମା

ଶ୍ରୀଅରବିନ୍ଦଙ୍କର ରଚନା ଅଧ୍ୟୟନ

ଶୂନ୍ୟତାଯୁକ୍ତ ଧ୍ୟାନ

ମୁଁ ଏପରି ଲୋକଙ୍କୁ କେବେ ଦେଖି ନାହିଁ ଯେଉଁମାନେ ସବୁକିଛି ଛାଡ଼ିଛନ୍ତି କମ୍ ହେଉ ବା ବେଶୀ ହେଉ ଏକ ଶୂନ୍ୟ ଧ୍ୟାନରେ ବସିବା ଲାଗି (କାରଣ ଏହା କମ୍ ହେଉ ବା ବେଶୀ ହେଉ ଶୂନ୍ୟ ବା ଫମ୍ପା) । ମୁଁ ଏପରି ଲୋକ ଅଗ୍ରଗତି କରିବାର କେବେ ଦେଖି ନାହିଁ । ଯଦି ବା ସେମାନେ କିଛି ଅଗ୍ରଗତି କରନ୍ତି ତାହା ଅତି ତୁଚ୍ଛ, ନଗଣ୍ୟ । ମୁଁ ଦେଖୁଛି କେତେକ ଲୋକ ଯେଉଁମାନେ ଯୋଗ କରିବାର ଛଳନା କରନ୍ତି ନାହିଁ, ପୃଥିବୀର ରୂପାନ୍ତର ହେବ ଓ ଜଗତରେ ଭଗବାନଙ୍କର ଅବତରଣ ଘଟିବ ଏଇ ଧାରଣାଜନିତ ଉତ୍ସାହରେ ଭରପୂର ହୋଇଥାଆନ୍ତି, ସେମାନଙ୍କର ଯାହାକିଛି ସାମାନ୍ୟ କାର୍ଯ୍ୟ ତାକୁ ହୃଦୟର ଉତ୍ସାହ ସହ ସମ୍ପାଦନ କରୁଥା’ନ୍ତି, ନିଜକୁ ସମ୍ପୂର୍ଣ୍ଣରୂପେ, ଅକୁଣ୍ଠିତଭାବରେ ବ୍ୟକ୍ତିଗତ ସନ୍ତୋଷର କୌଣସି ସ୍ବାର୍ଥପର ଧାରଣା ନ ରଖ୍ ଦେଇଦିଅନ୍ତି, ମୁଁ ଦେଖୁଛି ଏଇ ଲୋକମାନେ ଚମତ୍କାର ଅଗ୍ରଗତି କରିଥାନ୍ତି, ବାସ୍ତବରେ ଚମତ୍କାର । ସମସ୍ତେ ସମୟେ ସେମାନେ ଆଶ୍ଚର୍ଯ୍ୟଜନକ ହୋଇଉଠିଥା’ନ୍ତି । ମୁଁ ସନ୍ୟାସୀମାନଙ୍କୁ ଦେଖୁଛି, ମଠରେ ବାସ କରୁଥିବା ଲୋକଙ୍କୁ ଦେଖୁଛି, ଯେଉଁମାନେ ନିଜକୁ ଯୋଗୀ ବୋଲି ଘୋଷଣା କରନ୍ତି ସେମାନଙ୍କୁ ମଧ୍ୟ ଦେଖିଛି, କିନ୍ତୁ ସେମାନଙ୍କ ମଧ୍ୟରୁ ଗୋଟିଏ ବଦଳରେ ଏମାନଙ୍କ ମଧ୍ୟରୁ ବାରଜଣଙ୍କୁ ବି ମୁଁ ଗ୍ରହଣ କରିବି ନାହିଁ ।… ଜଗତ୍ କ୍ଷେତ୍ରରୁ ପଳାୟନ କରି ତୁମେ ଜଗତକୁ ବଦଳାଇ ପାରିବ ନାହିଁ । ବରଂ ତାହାରି ଭିତରେ ଭଦ୍ର, ବିନମ୍ରଭାବରେ ହୃଦୟରେ ଉତ୍ସର୍ଗ ଆକାରରେ ଜଳୁଥିବା ଏକ ଅଗ୍ନିକୁ ନେଇ କାର୍ଯ୍ୟ କରିବା ଫଳରେ ତାକୁ ବଦଳାଯାଇ ପାରିବ ।

– ଶ୍ରୀମା

Join Telegram
Subscribe to our Telegram Channel for Divine Cards and for new updates
Subscribe
Meet our Whatsapp Bot
Get Divine materials through Whatsapp
Meet Now
Follow us on Instagram
View our Divine content on Instagram
Follow
Previous
Next

Divine Card

[instagram-feed num="6" cols="3"]