Divine Light Online

ପୃଥିବୀ ଏକ ବିପୁଳ ପରିବର୍ତ୍ତନ ନିମିତ୍ତ ପ୍ରସ୍ତୁତ ହେଉଛି।
ତୁମେ ସାହାଯ୍ୟ କରିବ କି ?

୧୯୭୦ ନବ ବର୍ଷର ମାତୃବାଣୀ 

ଆସ, ଆମେ ଦେବମୁହୂର୍ତ୍ତ ନିମିତ୍ତ ପ୍ରସ୍ତୁତ ହେବା।

୧୯୬୩ ନବ ବର୍ଷର ମାତୃବାଣୀ ​

ଆସ, ଆମ୍ଭେମାନେ ସତ୍ୟର ସେବା କରିବା।

୧୯୬୬ ନବ ବର୍ଷର ମାତୃବାଣୀ ​

ଆସ, ଆମେ ସମସ୍ତେ ଶ୍ରୀଅରବିନ୍ଦଙ୍କ ଜନ୍ମଶତବାର୍ଷିକୀର ଯୋଗ୍ୟ ହୋଇ ଉଠିବାକୁ ଚେଷ୍ଟା କରିବା।

୧୯୭୨ ନବ ବର୍ଷର ମାତୃବାଣୀ ​

ଶ୍ରୀଅରବିନ୍ଦଃ ଶରଣଂ ମମ । ଶ୍ରୀମାତା ଶରଣଂ ମମ ।

The Mother

ଓଁ ଆନନ୍ଦମୟି, ଚୈତନ୍ୟମୟି, ସତ୍ୟମୟି ପରମେ

ହେ ଆନନ୍ଦମୟି, ହେ ଚୈତନ୍ୟମୟି, ହେ ସତ୍ୟମୟି, ପରମା ମାଆ
 (ଭାବାର୍ଥ – ମୋତେ ତୁମର ଆନନ୍ଦ, ଚେତନା ଓ ସତ୍ୟ ପ୍ରଦାନ କର)

ଓଁ ତତ୍ ସତ୍ ଜ୍ୟୋତିରରବିନ୍ଦ

ଓଁ ହେ ଶ୍ରୀଅରବିନ୍ଦ ! ତୁମେ ହିଁ ଓଁ ରୂପୀ ମହାବାକ୍, ତୁମେ ସେହି ପରମ ପୁରୁଷ, ତୁମେହିଁ ସତ୍ ସ୍ବରୂପ ଓ ଜ୍ୟୋତିଃ ସ୍ୱରୂପ ।
(ଭାବାର୍ଥ 
– ମୁଁ ତୁମର ଆରାଧନା କରୁଛି । ତୁମର ସତ୍ୟ ଓ ଜ୍ୟୋତି ଆମ୍ଭମାନଙ୍କୁ ପ୍ରଦାନ କର ।)

Sri Aurobindo

ପୁସ୍ତକାବଳୀ

ଶ୍ରୀଅରବିନ୍ଦ ସାହିତ୍ୟ ସଂଗ୍ରହ

ଶ୍ରୀଅରବିନ୍ଦଙ୍କ କେତୋଟି ଗ୍ରନ୍ଥର ଓଡିଆ ଅନୁବାଦ 

ମାତୃରଚନାବଳୀ

Collected Works of the Mother ର ଓଡିଆ ଅନୁବାଦ 

ବାବାଜୀ ଗ୍ରନ୍ଥାବଳୀ

ଶ୍ରୀ ରାମକୃଷ୍ଣ ଦାସଙ୍କ ରଚନା ସଂଗ୍ରହ 

ଅନ୍ୟାନ ପୁସ୍ତକ

ସାଧକ ସାଧିକା ଙ୍କ ଦ୍ଵାରା ରଚିତ ପୁସ୍ତକାବଳୀ

ପତ୍ରିକା

ନବପ୍ରକାଶ

ଶ୍ରୀଅରବିନ୍ଦଙ୍କ ଅତିମାନସ ସତ୍ୟ-ଆଧାରିତ ଛାତ୍ର ଓ ଯୁବ-ଜୀବନର ସର୍ବାଙ୍ଗୀଣ ବିକାଶର ବାର୍ତ୍ତାବହ ମାସିକ ପତ୍ରିକା

ନବଜ୍ୟୋତି

ଶ୍ରୀଅରବିନ୍ଦଙ୍କ ପୂର୍ଣାଙ୍ଗ ଓ ପ୍ରଗତିଶୀଳ ଅଧ୍ୟାତ୍ମ ଜୀବନ-ଦୃଷ୍ଟି ଦ୍ଵାରା ପ୍ରେରିତ ଯୋଗ, ସମାଜ, ଶିକ୍ଷା ଓ ସଂସ୍କୃତି ସମ୍ବନ୍ଧୀୟ ତ୍ରୈମାସିକ ପତ୍ରିକା

ମାତୃଭବନ ପତ୍ର

ମାସିକ ଶିକ୍ଷା ଓ ସଂଗଠନ ପତ୍ରିକା

ଧ୍ୟାନ ଓ ପ୍ରାର୍ଥନା

ଅଗଷ୍ଟ ୩୧, ୧୯୧୪

ଏହି ଭୀଷଣ ବିଶୃଙ୍ଖଳା ଏବଂ ପ୍ରଳୟଙ୍କର ଧ୍ବଂସ ମଧ୍ୟରେ ଲକ୍ଷ୍ୟ କଲେ ଦେଖାଯାଏ ଏକ ବିପୁଳ ପ୍ରୟାସ । ଏହା ଏକ ଆବଶ୍ୟକ ପ୍ରୟାସ ଯାହା ପୃଥିବୀକୁ ନୂତନ ବୀଜରୋପଣ ନିମନ୍ତେ ପ୍ରସ୍ତୁତ କରିବ, ସେହି ବୀଜ ଅପରୂପ ଶସ୍ୟ କେଣ୍ଡା ରୂପେ ବିକଶିତ ହେବ ଏବଂ ଜଗତରେ ନୂତନ ମାନବଜାତିରୂପକ ମହିମୋନ୍ଥଳ ଶସ୍ୟସମ୍ଭାର ଆଣିଦେବ ।…ଏହି ଭବିଷ୍ୟ ଦୃଷ୍ଟି ପରିଷ୍କାର ଓ ନିର୍ଦ୍ଦିଷ୍ଟ, ତୋର ଦିବ୍ୟବିଧାନର ଧାରା ଏପରି ସ୍ପଷ୍ଟଭାବେ ଅଙ୍କିତ ଯେ ସକଳ କର୍ମୀଙ୍କ ହୃଦୟରେ ପୁନର୍ବାର ଶାନ୍ତି ଫେରିଆସି ପ୍ରଧ୍ୟାନ ଆସନରେ ପ୍ରତିଷ୍ଠିତ ହୋଇଛି । ଏଥିରେ ଆଉ ସନ୍ଦେହ ନାହିଁ, ସଂଶୟ ନାହିଁ, କୌଣସି ପ୍ରକାର ମନସ୍ତାପ ବା ଅଧୀରତା ନାହିଁ । ଦେବକର୍ମ ଚିରଦିନ ସରଳ ପଥରେ ସକଳ ବାଧାବିପତ୍ତି, ଆପାତ ବିରୋଧ ଏବଂ କୁଟିଳ ପଥର ସକଳ ବିଭ୍ରାନ୍ତି ମଧ୍ୟଦେଇ ସଂସିଦ୍ଧ ହୋଇ ଚାଲିଛି । ଏହିସବୁ ସ୍ଥୂଳ ବ୍ୟଷ୍ଟିସତ୍ତା, ଅନନ୍ତ ସସ୍ମୃତିର ଅନବଧାରଣୀୟ ମୁହୂର୍ତ୍ତସକଳ ଜାଣନ୍ତି ଯେ ସେମାନେ ମାନବଜାତିକୁ ଏକ ପାହାଚ ଆଗେଇ ଦେଇଛନ୍ତି, ଅନିବାର୍ଯ୍ୟ ପରିଣାମ ସମ୍ବନ୍ଧରେ ଚିନ୍ତା ନ କରି, ଏବଂ ଆପାତତଃ ଫଳ ସାମୟିକ ଭାବେ ଯାହା ହେଉ ନା କାହିଁକି, ସେ ବିଷୟରେ ଚିନ୍ତା ନ କରି । ହେ ଶାଶ୍ୱତ ଅଧୀଶ୍ୱର, ସେମାନେ ତୋ ସଙ୍ଗେ ଯୁକ୍ତ ହୋଇଛନ୍ତି, ହେ ବିଶ୍ୱଜନନୀ, ସେମାନେ ସମସ୍ତେ ତୋ ସଙ୍ଗେ ମଧ୍ୟ ଯୁକ୍ତ ହୋଇଛନ୍ତି । ଏହି ଯୁଗଳ ସଂଯୋଗ ଦ୍ୱାରା ସେମାନେ ସକଳ ପ୍ରକାଶର ଊର୍ଦ୍ଧ୍ୱସ୍ଥିତ ସଦ୍ରବସ୍ତୁ, ବିଶ୍ୱପ୍ରକାଶସ୍ଥିତ ସବସ୍ତୁ ସଙ୍ଗେ ଯୁକ୍ତ ହୋଇଛନ୍ତି, ଆଉ ସେମାନେ ଆସ୍ୱାଦନ କରିଛନ୍ତି ପରମ ନିଃସଂଶୟତାର ଆନନ୍ଦ …

ଶାନ୍ତି, ଶାନ୍ତି, ସମଗ୍ର ବିଶ୍ୱବ୍ରହ୍ମାଣ୍ଡରେ ଶାନ୍ତି…
ଯୁଦ୍ଧ ବାଦ୍ୟରୂପ ମାତ୍ର,
ବିକ୍ଷୋଭ ଭ୍ରାନ୍ତି ମାତ୍ର,
ଶାନ୍ତି ବିଦ୍ୟମାନ, ଅବ୍ୟୟ ଓ ଅକ୍ଷୟରୂପେ ।

ହେ ଜନନୀ – ମୁଁ ତ ସେହି ମଧୁମୟୀ ଜନନୀ – ତୁହିଁ ଯୁଗପତ୍ର ସଂହାରକର୍ତ୍ତୀ ଓ ସୃଷ୍ଟିକର୍ତ୍ତା ।

ସମସ୍ତ ବିଶ୍ୱବ୍ରହ୍ମାଣ୍ଡ ତା’ର ବହୁରୂପ ଜୀବନଲୀଳା ସହ ତୋ ହୃଦୟ ମଧ୍ୟରେ ରହିଛି ଏବଂ ତୁ ମଧୁ ତୋର ବିଶାଳତା ସହ ତାହାର କ୍ଷୁଦ୍ରାଦପି କ୍ଷୁଦ୍ର କଣା ମଧ୍ୟରେ ରହିଛୁ ।

ତୋର ଆନନ୍ତ୍ୟ ତା’ର ଅଭୀପ୍ସା ନେଇ ସେହି ଅବ୍ୟକ୍ତ ପରମଙ୍କ ଆଡ଼କୁ ଊର୍ଦକୁ ଉଠିଚାଲିଛି ଏବଂ ତାଙ୍କ ପାଖରେ ପ୍ରାର୍ଥନା କରୁଛି ଏକ ନିରନ୍ତର ପୂର୍ଣ୍ଣତର ଓ ମହତ୍ତର ଅଭିବ୍ୟକ୍ତି ନିମନ୍ତେ ।

ସବୁକିଛି ସମକାଳରେ, ତ୍ରିବିଧ ଓ ତ୍ରିକାଳଦର୍ଶୀ ଅଖଣ୍ଡ ଚେତନା ମଧ୍ୟରେ ଯୁଗପତ୍ବ୍ୟକ୍ତିଗତ, ସାର୍ବଭୌମ, ଅନନ୍ତ ।

– ଶ୍ରୀମା

ଶ୍ରୀଅରବିନ୍ଦଙ୍କର ରଚନା ଅଧ୍ୟୟନ

ପଥ ନିମନ୍ତେ ଏକ ଆହ୍ଵାନ

ତୁମେ ଯୋଗ-ସାଧନା କାହିଁକି କରିବାକୁ ଚାହଁ ? ଶକ୍ତିଲାଭ କରିବାକୁ ? ଶାନ୍ତି ଏବଂ ସ୍ଥିରତା ଲାଭ କରିବାକୁ ? ମଣିଷ ସମାଜର ସେବା କରିବାକୁ ?

ଏହିସବୁ ଉଦ୍ଦେଶ୍ୟ ମଧ୍ୟରୁ କୌଣସି ଗୋଟିଏ ବି ନୁହେଁ ଯାହାକି ଯଥେଷ୍ଟ ପରିମାଣରେ ସୂଚାଇ ଦିଏ ଯେ ତୁମେ ଯୋଗପଥ ପାଇଁ ଉଦ୍ଦିଷ୍ଟ ।

ଯେଉଁ ପ୍ରଶ୍ନର ଉତ୍ତର ତୁମକୁ ଦେବାକୁ ହେବ ତାହା ହେଉଛି : ତୁମେ କ’ଣ ଭଗବାନଙ୍କ ପାଇଁ ଯୋଗସାଧନା କରିବାକୁ ଚାହିଁ ? ଭଗବାନ୍ କ’ଣ ତୁମ ଜୀବନର ଏକମାତ୍ର ପରମ କାମ୍ୟବସ୍ତୁ, ଏତେ ପରିମାଣରେ କାମ୍ୟ ଯେ ତାଙ୍କ ବିନା ତୁମ ପକ୍ଷରେ ଜୀବନ ଧାରଣ ଅସମ୍ଭବ ? ତୁମେ କ’ଣ ଭାବୁଛି ଯେ ଭଗବାନହିଁ କେବଳ ତୁମ ଜୀବନ ଧାରଣର ଏକମାତ୍ର କାରଣ, ତାଙ୍କ ବିନା ତୁମ ଜୀବନ ଧାରଣର କିଛି ଅର୍ଥ ନାହିଁ ? ଏଇଆ ଯଦି ହୋଇଥାଏ ତା’ହେଲେ କୁହାଯାଇପାରେ ଯେ ଯୋଗପଥରେ ଯାତ୍ରା କରିବା ଲାଗି ତୁମେ ଯଥାର୍ଥରେ ଆହ୍ୱାନ ପାଇଛି ।

ଏହି ହେଉଛି ପ୍ରଥମ କଥା ଯାହା ଆବଶ୍ୟକ – ଭଗବାନଙ୍କ ଲାଗି ଏକ ଅଭୀପ୍ସା ।

ପରବର୍ତ୍ତୀ କଥା ହେଉଛି ଏହାକୁ ଯତ୍ନର ସହ ଭିତରେ ଲାଳନ କରିବା, ସବୁବେଳେ ସତର୍କ ଓ ସଜାଗ ରହି ଜୀବନ୍ତ ରଖୁବା । ସେଥିଲାଗି ଯାହା ଆବଶ୍ୟକ ତାହା ହେଉଛି ଏକାଗ୍ରତା – ଭଗବାନଙ୍କ ସଙ୍କଳ୍ପ ଓ ଲକ୍ଷ୍ୟ ନିକଟରେ ନିଜକୁ ପରିପୂର୍ଣ ଓ ଅଖଣ୍ଡ ଭାବେ ଉତ୍ସର୍ଗ କରିବାର ଉଦ୍ଦେଶ୍ୟ ନେଇ କେବଳ ଭଗବାନଙ୍କ ଉପରେ ଏକାଗ୍ର ହେବା ।

ତୁମ ହୃଦୟରେ ଏକାଗ୍ର ହୁଅ । ତା’ ମଧ୍ୟକୁ ପ୍ରବେଶ କର, ଭିତରକୁ, ଗଭୀରକୁ, ଯେତେଦୂର ସମ୍ଭବ ସେତେ ଦୂରକୁ ଯାଅ । ତୁମ ଚେତନାର ସମସ୍ତ ଝିଅ ଯାହା ଏଣେ ତେଣେ ବାହାରେ ବିକ୍ଷିପ୍ତ ସେସବୁ ଏକତ୍ର କରି ଗୁଡ଼ାଇ ଧରି ଡୁବ ଦିଅ ଓ ଗଭୀରକୁ ବୁଡ଼ିଯାଅ ।

ହୃଦୟର ଗଭୀର ନିସ୍ତବ୍ଧତା ମଧ୍ୟରେ ଅଗ୍ନିଶିଖାଟିଏ ଜଳୁଛି । ଏହା ହେଉଛି ତୁମ ମଧ୍ୟସ୍ଥ ଦିବ୍ୟତା, ତୁମର ଯଥାର୍ଥ ସଭା । ତା’ରି ବାଣୀ ଶୁଣ, ତା’ରି ନିର୍ଦ୍ଦେଶକୁ ଅନୁସରଣ କର ।

– ଶ୍ରୀମା

Join Telegram
Subscribe to our Telegram Channel for Divine Cards and for new updates
Subscribe
Meet our Whatsapp Bot
Get Divine materials through Whatsapp
Meet Now
Follow us on Instagram
View our Divine content on Instagram
Follow
Previous
Next

Divine Card

[instagram-feed num="6" cols="3"]