Divine Light Online

ଜଣେ ଯେ କି ଖୁବ୍ କମ୍ ଜାଣେ

ଜଣେ ଅଭିଜ୍ଞ ବ୍ୟକ୍ତି ଯେ ସବୁବେଳେ ଜଣେ ସବୁଠୁ ଅଗ୍ରଗତିଶୀଳ ବ୍ୟକ୍ତି – ଏକଥା କୁହାଯାଇ ପାରିବ ନାହିଁ । ସେମାନଙ୍କ ମଧ୍ୟରେ ସରଳତା, ବିନମ୍ରତା ଓ ନମନୀୟତା ଉପାଦାନର ଅଭାବ ଥାଏ । ଯାହା କି ଏପର୍ଯ୍ୟନ୍ତ ପୂବିକାଶ ହୋଇ ପାରି ନାହିଁ ବୋଲି ମନୋଭାବରୁ ଆସିଥାଏ । ତୁମର ଅଭିବୃଦ୍ଧି ସଙ୍ଗେ ସଙ୍ଗେ ତୁମ ମୁଣ୍ଡରେ କିଛିକଥା ଦାନାବାନ୍ଧି ଯାଏ ଓ ଏହା ଅଧିକରୁ ଅଧିକ ସ୍ଥାୟୀ ହୋଇଯାଏ । ଯଦି ତୁମେ କଠିନ ଚେଷ୍ଟା ନ କର ତା’ ହେଲେ ତୁମେ ଜୀବାଶ୍ଚରେ ପରିଣତ ହୋଇ ଶେଷ ହୋଇ ଯାଅ । ଏକଥା ବିଶେଷ କରି ସେଇମାନଙ୍କ କ୍ଷେତ୍ରରେ ଘଟେ ଯେଉଁମାନେ କିଛି ଉପଲବ୍ଧି ଲାଗି ଚେଷ୍ଟା କରିଥାନ୍ତି ଓ ସେଥିରେ ସଫଳ ହୋଇଥା’ନ୍ତି କିଂବା ଯେଉଁମାନେ ଭାବୁଥା’ନ୍ତି ଯେ ସେମାନେ ସେମାନଙ୍କ ଲକ୍ଷ୍ୟରେ ପହଞ୍ଚାଇଛନ୍ତି । ଯାହାବି ହେଉ ଏହା ତାଙ୍କର ବ୍ୟକ୍ତିଗତ ଲକ୍ଷ୍ୟ ହୋଇ ରହିଥିଲା । ସେଥିରେ ସେମାନେ ଉପନୀତ ହୋଇଛନ୍ତି ଓ ତାହା ଲାଭ କରିଛନ୍ତି । ଏହା ହୋଇଯାଇଛି, ସେମାନେ ସେଇଠି ଅଟକି ଯାଆନ୍ତି, ସେଇଠି ଅବସ୍ଥାନ କରନ୍ତି, ସେମାନେ କହନ୍ତି, ଯାହା ଖୋଜୁଥିଲେ ତାହା ଏଇ’ । ଆଉ ସେମାନେ ଅଧିକ କିଛିହେଲେ କରନ୍ତି ନାହିଁ । ତା’ପରେ ସେମାନେ ଅଧିକ ଦଶବର୍ଷ, କୋଡ଼ିଏ ବର୍ଷ କି ତିରିଶ ବର୍ଷ ବଞ୍ଚିପାରନ୍ତି କିନ୍ତୁ ସେଠାରୁ ତିଳେ ହେଲେ ଘୁଞ୍ଚିବେ ନାହିଁ । ସେମାନେ ସେଇଠି ରହନ୍ତି, ସେଇଠି ଅଟକି ଯାଆନ୍ତି । ଆଗକୁ ଯିବା ଓ ଅଗ୍ରଗତି କରିବାଲାଗି ଯେଉଁପ୍ରକାର ନମନୀୟ ଉପାଦାନ ଦରକାର ସେପରି ଉପାଦାନର ଅଭାବ ଏମାନଙ୍କର ଥାଏ । ସେମାନେ ଲାଖୁ ଯାଆନ୍ତି । ସେମାନେ ଯାଦୁଘରେ ରହିଲାପରି ସୁନ୍ଦର ବସ୍ତୁ, କିନ୍ତୁ କୌଣସି କାମର ନୁହନ୍ତି । କ’ଣ ହୋଇପାରେ ତା’ର ପ୍ରଦର୍ଶନୀ ଲାଗି ସେମାନେ ଏକ ନମୁନା ସଦୃଶ କିନ୍ତୁ ଅଧିକ କିଛି କରିବାର ବ୍ୟକ୍ତି ସେମାନେ ନୁହନ୍ତି । ବ୍ୟକ୍ତିଗତ ଭାବେ ମୁଁ ସ୍ୱୀକାର କରୁଛି ଯେ ମୁଁ ସେଇଭଳି ଲୋକଙ୍କୁ ମୋ କାର୍ଯ୍ୟଲାଗି ପସନ୍ଦ କରେ ଯେଉଁମାନେ ଖୁବ୍ କମ୍ ଜାଣନ୍ତି, ବେଶୀ କିଛି ଶ୍ରମଦ୍ବୀକାର କରି ନାହାନ୍ତି କିନ୍ତୁ ଯେଉଁମାନଙ୍କ ମଧ୍ୟରେ ରହିଛି ଅପରିମେୟ ଅଭୀପ୍ରସା, ମହାନ୍ ସଦିଚ୍ଛା ଓ ଯେଉଁମାନେ ନିଜ ମଧ୍ୟରେ ଏହି ଅଗ୍ନିଶିଖାକୁ ଓ ଅଗ୍ରଗତି ନିମନ୍ତେ ଆବଶ୍ୟକତାକୁ ଅନୁଭବ କରନ୍ତି । ସେ ଖୁବ୍ କକଥା ଜାଣିଥାଇ ପାରେ, ଆହୁରି କମ୍ କଥା ଉପଲବ୍ଧି କରିଥାଇ ପାରେ କିନ୍ତୁ ତା’ ଭିତରେ ଯଦି ସେଇ କଥାଟି ରହିଥାଏ ତା ହେଲେ ତାହା ଏକ ଉତ୍ତମ ଉପାଦାନ ଯାହାକୁ ନେଇ ସେ ବହୁଦୂର, ଅନେକ ଦୂର ଯାଇପାରେ ।

– ଶ୍ରୀମା

Share:

Share on whatsapp
Share on facebook
Share on twitter
Share on email
Share on telegram

Recent Posts