ଏକଥା ବହୁତ ସରଳ । ଯେତେବେଳେ ଲୋକମାନଙ୍କୁ କୁହାଯାଏ ବିନମ୍ର ହୁଅ’, ସେମାନେ ସଙ୍ଗେ ସଙ୍ଗେ ଭାବନ୍ତି ‘‘ଲୋକମାନଙ୍କ ନିକଟରେ ବିନମ୍ର ହେବାକୁ’ ଏବଂ ସେହି ବିନମ୍ରତା ଭୁଲ୍ । ଯଥାର୍ଥ ବିନମ୍ରତା ହେଉଛି ଭଗବାନଙ୍କ ନିକଟରେ ବିନମ୍ରତା । ତାହା ହେଉଛି ଏକ ସୁନିର୍ଦ୍ଦିଷ୍ଟ, ଯଥାଯଥ, ଜୀବନ୍ତବୋଧ ଯେ ଭଗବାନଙ୍କ ବିନା ତୁମେ କିଛି ନୁହଁ, ତୁମେ କିଛି ବି କରି ପାରିବ ନାହିଁ, କିଛି ବି ବୁଝି ପାରିବ ନାହିଁ, ଯଦିବି ତୁମେ ଅସାଧାରଣଭାବେ ବୁଦ୍ଧିମାନ୍ ଓ ସମର୍ଥ ହୁଅ ତଥାପି ତାହା ଭାଗବତ ଚେତନା ତୁଳନାରେ କିଛି ନୁହେଁ, ଏହି ବୋଧ ତୁମକୁ ସବୁବେଳେ ରଖିବାକୁ ହେବ, କାରଣ ତା’ହେଲେ ଯାଇ ତୁମେ ଗ୍ରହଣଶୀଳତାର ଯଥାର୍ଥ ମନୋଭାବ ସବୁବେଳେ ରଖୁପାରିବ – ଏକ ବିନମ୍ର ଗ୍ରହଣଶୀଳତା ଯାହାକି ଭଗବାନଙ୍କ ବିରୋଧରେ ବ୍ୟକ୍ତିଗତ ଛଳନାକୁ ଆଣି ଛିଡ଼ା କରାଏ ନାହିଁ ।
– ଶ୍ରୀମା