ମୁଁ ଏପରି ଲୋକଙ୍କୁ କେବେ ଦେଖି ନାହିଁ ଯେଉଁମାନେ ସବୁକିଛି ଛାଡ଼ିଛନ୍ତି କମ୍ ହେଉ ବା ବେଶୀ ହେଉ ଏକ ଶୂନ୍ୟ ଧ୍ୟାନରେ ବସିବା ଲାଗି (କାରଣ ଏହା କମ୍ ହେଉ ବା ବେଶୀ ହେଉ ଶୂନ୍ୟ ବା ଫମ୍ପା) । ମୁଁ ଏପରି ଲୋକ ଅଗ୍ରଗତି କରିବାର କେବେ ଦେଖି ନାହିଁ । ଯଦି ବା ସେମାନେ କିଛି ଅଗ୍ରଗତି କରନ୍ତି ତାହା ଅତି ତୁଚ୍ଛ, ନଗଣ୍ୟ । ମୁଁ ଦେଖୁଛି କେତେକ ଲୋକ ଯେଉଁମାନେ ଯୋଗ କରିବାର ଛଳନା କରନ୍ତି ନାହିଁ, ପୃଥିବୀର ରୂପାନ୍ତର ହେବ ଓ ଜଗତରେ ଭଗବାନଙ୍କର ଅବତରଣ ଘଟିବ ଏଇ ଧାରଣାଜନିତ ଉତ୍ସାହରେ ଭରପୂର ହୋଇଥାଆନ୍ତି, ସେମାନଙ୍କର ଯାହାକିଛି ସାମାନ୍ୟ କାର୍ଯ୍ୟ ତାକୁ ହୃଦୟର ଉତ୍ସାହ ସହ ସମ୍ପାଦନ କରୁଥା’ନ୍ତି, ନିଜକୁ ସମ୍ପୂର୍ଣ୍ଣରୂପେ, ଅକୁଣ୍ଠିତଭାବରେ ବ୍ୟକ୍ତିଗତ ସନ୍ତୋଷର କୌଣସି ସ୍ବାର୍ଥପର ଧାରଣା ନ ରଖ୍ ଦେଇଦିଅନ୍ତି, ମୁଁ ଦେଖୁଛି ଏଇ ଲୋକମାନେ ଚମତ୍କାର ଅଗ୍ରଗତି କରିଥାନ୍ତି, ବାସ୍ତବରେ ଚମତ୍କାର । ସମସ୍ତେ ସମୟେ ସେମାନେ ଆଶ୍ଚର୍ଯ୍ୟଜନକ ହୋଇଉଠିଥା’ନ୍ତି । ମୁଁ ସନ୍ୟାସୀମାନଙ୍କୁ ଦେଖୁଛି, ମଠରେ ବାସ କରୁଥିବା ଲୋକଙ୍କୁ ଦେଖୁଛି, ଯେଉଁମାନେ ନିଜକୁ ଯୋଗୀ ବୋଲି ଘୋଷଣା କରନ୍ତି ସେମାନଙ୍କୁ ମଧ୍ୟ ଦେଖିଛି, କିନ୍ତୁ ସେମାନଙ୍କ ମଧ୍ୟରୁ ଗୋଟିଏ ବଦଳରେ ଏମାନଙ୍କ ମଧ୍ୟରୁ ବାରଜଣଙ୍କୁ ବି ମୁଁ ଗ୍ରହଣ କରିବି ନାହିଁ ।… ଜଗତ୍ କ୍ଷେତ୍ରରୁ ପଳାୟନ କରି ତୁମେ ଜଗତକୁ ବଦଳାଇ ପାରିବ ନାହିଁ । ବରଂ ତାହାରି ଭିତରେ ଭଦ୍ର, ବିନମ୍ରଭାବରେ ହୃଦୟରେ ଉତ୍ସର୍ଗ ଆକାରରେ ଜଳୁଥିବା ଏକ ଅଗ୍ନିକୁ ନେଇ କାର୍ଯ୍ୟ କରିବା ଫଳରେ ତାକୁ ବଦଳାଯାଇ ପାରିବ ।
– ଶ୍ରୀମା