ସମର୍ପଣ ହେଉଛି ତୁମ ଜୀବନର ଦାୟିତ୍ବ ଭଗବାନଙ୍କୁ ଅର୍ପଣ କରିଦେବାର ସିଦ୍ଧାନ୍ତ । ଏହି ସିଦ୍ଧାନ୍ତ ବିନା କିଛିବି ଆଦୌ ସମ୍ଭବ ହୁଏ ନାହିଁ । ତୁମେ ଯଦି ସମର୍ପଣ ନ କର ତେବେ ଯୋଗ ସାଧନାର ପ୍ରଶ୍ନ ଆଦୌ ଉଠୁ ନାହିଁ । ସମର୍ପଣର ସିଦ୍ଧାନ୍ତ ପରେ ସବୁକିଛି ସ୍ବାଭାବିକ ରୂପେ ଆସିଥାଏ, କାରଣ ସମଗ୍ର ଧାରାଟି ସମର୍ପଣ ପରେ ଆରମ୍ଭ ହୋଇଥାଏ । ତୁମେ ଜ୍ଞାନ ମାଧ୍ୟମରେ କିଂବା ଭକ୍ତି ମାଧ୍ୟମରେ ସମର୍ପଣ କରିପାର । ତୁମର ଏକ ଶକ୍ତିଶାଳୀ ଆନ୍ତର ବୋଧ ଆସିପାରେ ଯେ କେବଳ ଭଗବାନ୍ ହେଉଛନ୍ତି ସତ୍ୟ ଏବଂ ଏକ ଜ୍ୟୋତିର୍ମୟ ନିଶ୍ଚୟତା ଆସିପାରେ ଯେ ଭଗବାନଙ୍କ ବିନା ତୁମେ ତିଷ୍ଠି ରହି ପାରିବ ନାହିଁ ଅଥବା ତୁମର ଏକ ସ୍ଵତଃସ୍ଫୁର୍ଭ ବୋଧ ଆସିପାରେ ଯେ ଏହି ପଥହିଁ କେବଳ ସୁଖୀ ହେବାର ଏକମାତ୍ର ପଥ; ଏକ ସମ୍ପୂର୍ଣ୍ଣ ରୂପେ କେବଳ ଭଗବାନଙ୍କର ହୋଇ ଉଠିବାଲାଗି ଏକ ପ୍ରବଳ ଚୈତ୍ୟ-ଆକାକ୍ଷା ଜାଗ୍ରତ୍ ହୋଇପାରେ : ତୁମେ କୁହ ମୁଁ ମୋର ନୁହେଁ, ଏବଂ ତୁମ ସଭାର ଦାୟିତ୍ଵ ତୁମେ ସତ୍ୟ ଉପରେ ଅର୍ପଣ କର । ତା’ପରେ ଆସେ ଆଦାନ : ‘‘ଭଲମନ୍ଦ, ଅନ୍ଧକାର, ଆଲୋକିତ ବହୁବିଧ ଗୁଣାବଳିକୁ ନେଇ ମୁଁ ରୂପକ ଏଇ ଜୀବଟି ନିଜେ ଯାହା ସେଇ ରୂପରେ ନିଜକୁ ତୁମ ନିକଟରେ ଉତ୍ସର୍ଗ କରୁଛି, ମୋର ସମସ୍ତ ଉଥାନ ପତନ, ବିରୋଧୀ ପ୍ରବୃତ୍ତି ଓ ମନୋବୃତ୍ତି ସହିତ ମୋତେ ଗ୍ରହଣ କର – ମୋତେ ନେଇ ଯାହା କରିବାର କଥା କର ।”
– ଶ୍ରୀମା