Divine Light Online

ଯୋଗ ଓ ଧର୍ମ ମଧ୍ୟରେ ପାର୍ଥକ୍ୟ

ସ୍ନେହମୟୀ ମା, ଯୋଗ ଓ ଧର୍ମ ମଧ୍ୟରେ ପାର୍ଥକ୍ୟ କ’ଣ ?

ହେ ! ମୋର ଶିଶୁ … ତୁ ଯେପରି ମୋତେ ପଚାରୁଛୁ କୁକୁର ଓ ବିରାଡ଼ି ମଧ୍ୟରେ କି ପାର୍ଥକ୍ୟ !

(ଦୀର୍ଘ ନୀରବତା)

ମନେକର ଜଣେ ଲୋକ କୌଣସି ଉପାୟରେ ଶୁଣିବାକୁ ପାଇଛି ଯେ ଭଗବାନ୍ ବୋଲି ଜଣେ କେହି ଅଛନ୍ତି କିଂବା ଅନୁଭବ କରିଛି ଯେ ସେହିଭଳି କିଛି କଥା ରହିଛି ଏବଂ ସେହି ଭଗବାନଙ୍କୁ ପାଇବା ଲାଗି, ସେ କିଏ ତାଙ୍କୁ ଆବିଷ୍କାର କରିବା ଲାଗି, ତାଙ୍କ ସହ ପରିଚିତ ହେବା ଲାଗି, ତାଙ୍କ ସହ ଯୁକ୍ତ ହେବା ଲାଗି ସବୁପ୍ରକାର ପ୍ରଚେଷ୍ଟା ଯଥା : ସଂକଳ୍ପ, ସଂଯମ, ଏକାଗ୍ରତା ଆଦି ବିଭିନ୍ନ ପ୍ରକାର ପ୍ରଚେଷ୍ଟା ଆରମ୍ଭ କରିଛି । ତା’ହେଲେ ଏ କ୍ଷେତ୍ରରେ ଆମେ ଏହି ଲୋକଙ୍କୁ କହିବା ଯେ ସୁନ୍ଦର ଭାବେ ଭିତରେ ଯୋଗ କରୁଛି ।

ବର୍ତ୍ତମାନ ଯଦି ଏହି ଲୋକ ସେ ଅବଲମ୍ବନ କରିଥିବା ସମସ୍ତ ପ୍ରଣାଳୀକୁ ଲେଖ ନିଏ ଓ ସେସବୁକୁ ନେଇ ଏକ ଧରାବନ୍ଧା ପଦ୍ଧତି ଗଠନ କରେ ଏବଂ ଯାହା ସେ ଆବିଷ୍କାର କରିଛି ତାକୁ ଏକ ଅଖଣ୍ଡ ନିୟମ ରୂପେ ପ୍ରତିଷ୍ଠା କରେ – ଉଦାହରଣ ସ୍ଵରୂପ, ସେ କହେ : ଭଗବାନ୍ ଏହିଭଳି, ଭଗବାନଙ୍କୁ ପାଇବାକୁ ହେଲେ ତୁମକୁ ଏଇଆ କରିବାକୁ ହେବ, ଏଇପ୍ରକାର ନିର୍ଦ୍ଦିଷ୍ଟ ଅଙ୍ଗଭଙ୍ଗୀ କରିବାକୁ ହେବ, ଏଇପ୍ରକାର ମନୋଭାବ ନେବାକୁ ହେବ, ଏଇସବୁ ଉତ୍ସବ ଅନୁଷ୍ଠାନ କରିବାକୁ ହେବ ଏବଂ ତୁମକୁ ସ୍ବୀକାର କରିବାକୁ ହେବ ଯେ ଏଇ ହେଉଛି ଏକ ମାତ୍ର ସତ୍ୟ, ତୁମକୁ କହିବାକୁ ହେବ, ମୁଁ ଏହାକୁ ଏକମାତ୍ର ସତ୍ୟ ରୂପେ ସ୍ୱୀକାର କରୁଛି ଏବଂ ଏହାକୁ ପୂର୍ଣ୍ଣ ରୂପେ ଗ୍ରହଣ କରୁଛି; ଏବଂ ତୁମର ପଦ୍ଧତି ଏକମାତ୍ର ଯଥାର୍ଥ ପଦ୍ଧତି, ଏହାଛଡ଼ା ଅନ୍ୟ ପଦ୍ଧତି ନାହିଁ – ଯଦି ଏହିସବୁ କଥା ଲେଖ ଦିଆଯାଏ, ବ୍ୟବସ୍ଥିତ କରାହୁଏ, ନିର୍ଦ୍ଦିଷ୍ଟ ନିୟମ ଓ କ୍ରିୟାନୁଷ୍ଠାନ ଆଦିରେ ସଜ୍ଜିତ କରାଯାଏ, ତା’ହେଲେ ଏହା ଏକ ଧର୍ମରେ ପରିଣତ ହୁଏ ।

– ଶ୍ରୀମା

Share:

Share on whatsapp
Share on facebook
Share on twitter
Share on email
Share on telegram

Recent Posts