Divine Light Online

ଛୋଟ ଛୋଟ ବିଜୟ ହାସଲ କର

ଯଦି ଆନ୍ତର ଚେତନା ଓ ଜ୍ଞାନର ଉଦ୍ୟମ ବଳରେ ତୁମେ ନିଜ ଭିତରେ ଯଥାର୍ଥରେ ଏକ କାମନା ଉପରେ ବିଜୟଲାଭ କର, ଅର୍ଥାତ୍, ଯଦି ତାକୁ ବିନଷ୍ଟ ବା ନିଶ୍ଚିହ୍ନ କରି ଦିଅ ଏବଂ ଯଦି ଆନ୍ତର ସଦିଚ୍ଛା, ଚେତନା, ଆଲୋକ, ଜ୍ଞାନ ବଳରେ ତୁମେ କାମନାକୁ ଦୂର କରି ଦେଇପାର, ତା’ହେଲେ ତୁମେ ବ୍ୟକ୍ତିଗତ ଭାବରେ ନିଜ ଭିତରେ କାମନାଟିକୁ ସନ୍ତୁଷ୍ଟ କରିଥିଲେ ଯେତେ ଖୁସି ହୋଇଥା’ନ୍ତ ତା’ ଅପେକ୍ଷା ଶହେ ଗୁଣ ଅଧିକ ଖୁସି ହେବ; ଆଉ ତା’ର ମଧ୍ୟ ତୁମ ଉପରେ ଏକ ଚମତ୍କାର ପ୍ରଭାବ ପଡ଼ିବ । ଯେଉଁ ଜଗତ୍ ସମ୍ବନ୍ଧେ ତୁମର ଧାରଣା ନାହିଁ, ସେ ଜଗତ୍ ଉପରେ ଏହାର ପ୍ରଭାବ ପଡ଼ିବ । ଏହି ପ୍ରଭାବ ଧୀରେ ଧୀରେ ବ୍ୟାପକ ହେବ । ଯେଉଁ ସନ୍ଦନ ତୁମେ ସୃଷ୍ଟି କରିଛ ତାହା ବ୍ୟାପକ ହେବାକୁ ଲାଗିବ । ବରଫ ପେଣ୍ଡୁ ପରି ଏହିସବୁ କଥା ବଢ଼ିବାରେ ଲାଗିବ । ଯେଉଁ ବିଜୟ ତୁମେ ତୁମ ଚରିତ୍ରରେ ହାସଲ କଲ ତାହା ଯେତେ ଛୋଟ ହେଉ ନା କାହିଁକି ସମଗ୍ର ଜଗତରେ ତାହା ହାସଲ ହେବାର ସମ୍ଭାବନା ଖୋଲିଯାଏ।…

ଯଦି ତୁମେ ଯଥାର୍ଥରେ କୌଣସି ଉତ୍ତମ କଥା କରିବାକୁ ଚାହୁଁଛ ତେବେ ଏ ଦିଗରେ ଯାହା ସର୍ବୋତ୍ତମ ତାହା ତୁମେ ନିଜ ଭିତରର ଛୋଟ ଛୋଟ ବିଜୟଗୁଡ଼ିକୁ ଗୋଟିକ ପରେ ଗୋଟିଏ ହାସଲ କରି କରିପାରିବ । ଏହି ରୂପେ ଜଗତ୍ ପାଇଁ ତୁମେ ଯେତେଦୂର ସମ୍ଭବ ସେତେ ଅଧିକ କଲ୍ୟାଣ କରିପାରିବ ।

– ଶ୍ରୀମା

Share:

Share on whatsapp
Share on facebook
Share on twitter
Share on email
Share on telegram

Recent Posts