ବୁଦ୍ଧଦେବ କହିଛନ୍ତି ଯେ ଗୋଟିଏ କାମନାକୁ ସନ୍ତୁଷ୍ଟ କରିବା ଅପେକ୍ଷା ତାକୁ ଜୟ କରିବାରେ ବୃହତ୍ତର ଆନନ୍ଦ ରହିଛି । ପ୍ରତ୍ୟେକ ବ୍ୟକ୍ତି ଏହି ଅଭିଜ୍ଞତା ଲାଭ କରି ପାରନ୍ତି । ବାସ୍ତବରେ ଏହା ଏକ ବହୁତ ଆଗ୍ରହଦାୟକ ଓ ବହୁତ ଚମତ୍କାର ଅନୁଭୂତି ।…
ତୁମେ ଯେତେବେଳେ ଇଚ୍ଛା କରି କାମନାକୁ ତ୍ୟାଗ କର ସେତେବେଳେ ଚୈତ୍ୟପୁରୁଷଙ୍କ ସହ ତୁମର ଏକ ପ୍ରକାର ଆନ୍ତର ସଂଯୋଗ ସ୍ଥାପିତ ହୋଇଯାଏ । ସେଇଥିପାଇଁ କାମନାକୁ ସନ୍ତୁଷ୍ଟ କରିବା ଅପେକ୍ଷା ବ୍ୟକ୍ତି ଏଥିରେ ବେଶୀ ଆନନ୍ଦ ଅନୁଭବ କରିଥାଏ । ତା’ଛଡ଼ା ସାଧାରଣତଃ ବିନା ବ୍ୟତିକ୍ରମରେ ତୁମେ ଯେତେବେଳେ ଗୋଟିଏ କାମନାକୁ ପୂରଣ କର ତାହା ସବୁବେଳେ କୌଣସି ନା କୌଣସିଠାରେ ଏକ ତିକ୍ତ ସ୍ବାଦ ଛାଡ଼ିଯାଏ।
ଏପରି କୌଣସି ଗୋଟିଏ ବି କାମନାର ତୃପ୍ତି ନାହିଁ ଯାହା ଏକ ପ୍ରକାର ତିକ୍ତ ଅନୁଭୂତି ଦେଇ ନ ଥାଏ । ଯେପରି ଅତିଶୟ ମିଠା କୌଣସି ମିଠେଇ ଖାଇଲେ ମୁହଁ ତୁମର ତିକ୍ତତାରେ ଭରି ଯାଇଥାଏ, ଏହା ଠିକ୍ ସେହିପରି । ତୁମକୁ ଆନ୍ତରିକତାର ସହ ଚେଷ୍ଟା କରିବାକୁ ହେବ । ଏକଥା ଠିକ୍ ଯେ ତୁମେ କୌଣସି କାମନାକୁ ଗୋଟିଏ କୋଣରେ ରଖିଅଦେଇ ତାକୁ ତ୍ୟାଗ କରିଛି ବୋଲି ଛଳନା କରିବା ଉଚିତ ନୁହେଁ, କାରଣ ତା’ ଫଳରେ ତୁମକୁ ବହୁତ ଦୁଃଖ ଭୋଗିବାକୁ ପଡ଼ିଥାଏ । ତୁମକୁ ଏହା ଆନ୍ତରିକତାର ସହ କରିବାକୁ ହେବ ।
– ଶ୍ରୀମା