ଓ ! ଏହା କରାଯାଇ ପାରିବ ଏହାକୁ ବ୍ୟବହାର କରିବା ଫଳରେ । ବିଚାର ବୁଦ୍ଧି ମାଂସପେଶୀ ଓ ସଂକଳ୍ପ ଶକ୍ତି ସଦୃଶ ବିକାଶ ପ୍ରାପ୍ତ ହୋଇଥାଏ । ଏସବୁ କଥା ଏକ ଯୁକ୍ତିସମ୍ମତ ଢଙ୍ଗରେ ବ୍ୟବହାର ଦ୍ଵାରା ବିକାଶପ୍ରାପ୍ତ ହୋଇଥାଏ । ବିଚାର ବୁଦ୍ଧି ! ପ୍ରତ୍ୟେକ ବ୍ୟକ୍ତିର ବିଚାର ବୁଦ୍ଧି ରହିଛି, ସେ ଖାଲି ତାକୁ ବ୍ୟବହାର କରୁ ନାହିଁ । କେତେକ ଲୋକ ବିଚାରବୁଦ୍ଧିକୁ ଭୟ କରନ୍ତି; କାରଣ ଏହା ସେମାନଙ୍କ ପ୍ରବୃତ୍ତିର ବିରୁଦ୍ଧାଚରଣ କରେ । ତେଣୁ ସେମାନେ ଏହାର କଥା ନ ଶୁଣିବାକୁ ପସନ୍ଦ କରନ୍ତି । ତେଣୁ ଯୁକ୍ତି ବୁଦ୍ଧିର କଥାକୁ ନ ଶୁଣିବା ଲାଗି ଜଣେ ଯେତେବେଳେ ଅଭ୍ୟାସ କରେ, ସେତେବେଳେ ବିକଶିତ ହେବା ପରିବର୍ତ୍ତେ ଏହା ଅଧିକରୁ ଅଧିକ ତା’ର ପ୍ରଭା ହରାଇ ବସେ ।
ତୁମେ ଯଦି ଚାହଁ ବିଚାର ବୁଦ୍ଧିର ବିକାଶ, ତେବେ ଏହା ତୁମକୁ ଆନ୍ତରିକତାର ସହ କରିବାକୁ ହେବ । ଯଦି ଗୋଟିଏ ଦିଗରେ ତୁମେ ନିଜକୁ କହୁଥାଅ, ମୁଁ ବିଚାର ବୁଦ୍ଧିର ବିକାଶ ଚାହେଁ? ଏବଂ ଅନ୍ୟ ଦିଗରେ ବିଚାର ବୁଦ୍ଧି ତୁମକୁ ଯେତେବେଳେ କିଛି କଥା କରିବାକୁ କହେ, ତା’ ତୁମେ ଶୁଣୁ ନ ଥାଅ, ତା’ହେଲେ ତୁମେ କିଛି କରିପାରିବ ନାହିଁ । କାରଣ ସ୍ଵାଭାବିକ ଭାବେ ପ୍ରତ୍ୟେକ ଥର ଯେତେବେଳେ ଏହା ତୁମକୁ କହେ, “ଏହା କର ନା’ କିଂବା ଏହା କର’, ତୁମେ ଠିକ୍ ତା’ର ବିପରୀତ କର, ତେବେ ଏହା ତୁମକୁ ଆଉ ଆଦୌ କିଛି କହିବାର ଅଭ୍ୟାସ ହରାଇ ବସିବ ।
– ଶ୍ରୀମା