ତୁମେ ଯେତେବେଳେ ଖୁବ୍ ଛୋଟଥାଅ ସେତେବେଳଠାରୁ ତୁମ ଶିକ୍ଷାଦାତାର କାର୍ଯ୍ୟ ଯେ ତୁମ ପ୍ରବୃତ୍ତିକୁ ସଂଯତ କରିବା ପାଇଁ ତୁମକୁ ଶିକ୍ଷା ଦେବା ଏବଂ ସେଇସବୁ କଥାକୁ କେବଳ ମାନିବାକୁ ଶିକ୍ଷା ଦେବା ଯେଉଁ ଗୁଡ଼ିକ ତୁମେ ଯେଉଁ ବିଧାନର ଅଧୀନରେ ରହୁଛ ଅଥବା ତୁମେ ଯେଉଁ ଆଦର୍ଶ ଅନୁସରଣ କରୁଛ ଅଥବା ତୁମେ ରହିଥିବା ପରିବେଶର ପ୍ରଥା ସହ ସମଛନ୍ଦ ରକ୍ଷା କରୁଥିବ । ତୁମ ପ୍ରବୃତ୍ତିକୁ ଶାସନ କରିବା ନିମନ୍ତେ ଉଦ୍ଦିଷ୍ଟ ଏହି ମାନସିକ ଗଠନର ମୂଲ୍ୟ ବହୁ ଭାଗରେ ନିର୍ଭର କରେ ତୁମେ ବାସ କରୁଥିବା ପରିବେଶ ଓ ତୁମକୁ ଶିକ୍ଷା ଦେଉଥିବା ତୁମ ପିତାମାତା ଓ ଅନ୍ୟ ଲୋକମାନଙ୍କର ଚରିତ୍ର ଉପରେ । କିନ୍ତୁ ଏହା ଭଲ ହେଉ ଅଥବା ମନ୍ଦ ହେଉ, ସାଧାରଣ ହେଉ ଅଥବା ଅସାଧାରଣ ହେଉ ଏହା ସବୁବେଳେ ପ୍ରବୃତ୍ତି ଉପରେ ଏକ ମାନସିକ ସଂଯମର ପରିଣାମ । ଯେତେବେଳେ ତୁମର ପିତାମାତା ତୁମକୁ କୁହନ୍ତି, “ତୁମେ ଏହା କରିବା ଉଚିତ ନୁହେଁ” , ଅଥବା ଯେତେବେଳେ ସେମାନେ କହନ୍ତି, “ତୁମକୁ ତାହା କରିବାକୁ ହେବ”, ଏହା ପ୍ରବୃତ୍ତି ଉପରେ ମାନସିକ ସଂଯମ ନିମନ୍ତେ ଶିକ୍ଷାର ଅୟମାରମ୍ଭ ।
– ଶ୍ରୀମା