ମାର୍ଚ୍ଚ ୪, ୧୯୧୪
ଏଇ ଶେଷ ଥର, ହୁଏ ତ ଅନେକ ଦିନ ପାଇଁ, ତୋ ସାନିଧ୍ୟରେ ଅଭିଷିକ୍ତ ଏଇ ନିସ୍ତବ୍ଧ କକ୍ଷରେ, ଏଇ ଟେବୁଲ ପାଖରେ ବସି ମୁଁ ଲେଖୁଛି । ଆଗାମୀ ତିନି ଦିନ ଧରିହୁଏ
ଏଇ ଶେଷ ଥର, ହୁଏ ତ ଅନେକ ଦିନ ପାଇଁ, ତୋ ସାନିଧ୍ୟରେ ଅଭିଷିକ୍ତ ଏଇ ନିସ୍ତବ୍ଧ କକ୍ଷରେ, ଏଇ ଟେବୁଲ ପାଖରେ ବସି ମୁଁ ଲେଖୁଛି । ଆଗାମୀ ତିନି ଦିନ ଧରିହୁଏ
ମୋ ମତରେ ତାହାହିଁ ଆଦର୍ଶ ଅବସ୍ଥା, ଯେତେବେଳେ ତୋ ଚେତନାରେ ସର୍ବଦା ସଚେତନ ହୋଇ, ପ୍ରତି ମୁହୂର୍ତ୍ତରେ, ସ୍ଵତଃସ୍ଫୁର୍ତ୍ତ ଭାବରେ, କୌଣସି ଚିନ୍ତା ନ କରି ଆମ୍ଭେମାନେ ଠିକ୍ ଠିକ୍ ଜାଣିପାରୁ କ’ଣ କଲେ
ସେମାନଙ୍କ ଦୁଃଖରେ ଯେତେବେଳେ ମୁଁ ପ୍ରକୃତରେ ଦୁଃଖ ପାଇଲି, ସେତେବେଳେ ସେଇ ଦୁଃଖ ନିରାକରଣର ଚେଷ୍ଟାରେ ତୋର ଅଭିମୁଖୀ ହେଲି ସମସ୍ତ ଶାନ୍ତି ଓ ଆନନ୍ଦର ଉତ୍ସ ତୋର ଦିବ୍ୟପ୍ରେମରୁ ସାମାନ୍ୟ କିଛି ତା’
କାଲି ମୁଁ ଯେଉଁସବୁ ଚିନ୍ତା କରିଛି ତାହାର ସିଦ୍ଧାନ୍ତ ହେଲା ଏହି ଯେ ମୁଁ ଯେଉଁ ଏକମାତ୍ର ବାଧା ଅନୁଭବ କରେ, ତାହା ଆସେ ଗୋଟିଏ ଭୟରୁ – ସେହି ଭୟ ହେଲା, ହୁଏ
କାଲି ତୁ ଆମ ନିକଟକୁ ଆସିଥିଲୁ ଆଶ୍ଚର୍ଯ୍ୟ ଅଭୟରୂପେ । ଏପରିକି ଅତି ସ୍ଥୂଳ ପ୍ରକାଶ ମଧ୍ୟ ତୋର ବିଧାନକୁ ଜୟୀ ହେବାକୁ ଦେଇଥିଲା । ତୁ ହିଂସ୍ରତାକୁ ଜୟ କରିଛୁ ପ୍ରଶାନ୍ତି ଦ୍ଵାରା,
ଚିରଦିନ ନୀରବ, ଅଦୃଶ୍ୟ ଅଥଚ ସର୍ବଶକ୍ତିମାନ୍ ତୋର କର୍ମଧାରା ଆଜି ଅନୁଭୂତ ହେଉଛି, ଏବଂ ଯେଉଁମାନଙ୍କର ଚେତନା ସଂପୂର୍ଣ୍ଣ ଅବରୁଦ୍ଧ ବୋଲି ମନେହେଉଥିଲା, ସେହିମାନଙ୍କ ମଧ୍ୟରେ ତୋ ଦିବ୍ୟଜ୍ୟୋତିର ଅନୁଭୂତି ଜାଗ୍ରତ୍ ହୋଇଛି ।
ଏହି ପ୍ରଶାନ୍ତ ସୂର୍ଯ୍ୟୋଦୟର ସମ୍ମୁଖରେ ମୁଁ – ମୋ ଅନ୍ତରରେ ସବୁକିଛି ନୀରବଓ ଶାନ୍ତିମୟ । ଏହି ମୁହୂର୍ତ୍ତରେ ମୁଁ ତା ସମ୍ବନ୍ଧରେ ସଚେତନ ହୋଇଉଠିଛି, ମୋ ମଧ୍ୟରେ ଏକ ମାତ୍ର ତୁହିଁ ରହିଛୁ
ମୋ ଯାତ୍ରାକାଳରୁ ମୁଁ ପ୍ରତ୍ୟେକ ବସ୍ତୁ ମଧ୍ୟରେ ଅଧିକରୁ ଅଧିକତର ଭାବେ ତୋ ଦିବ୍ୟହସ୍ତର ପରିଚାଳନା ଦେଖୁଛି, ସର୍ବତ୍ର ତୋ ଦିବ୍ୟବିଧାନ ହିଁ ଅଭିବ୍ୟକ୍ତ ହେଉଛି ଏବଂ ଏହିପରି ଘଟିବା ଯେ ସଂପୂର୍ଣ୍ଣ ସ୍ଵାଭାବିକ
ଯେଉଁମାନେ ତୋରି ପାଇଁ ଓ ତୋ ମଧ୍ୟରେ ବାସ କରନ୍ତି, ସେମାନେ ସେମାନଙ୍କର ସ୍ଥୂଳ ପାରିପାର୍ଶିକ ଅବସ୍ଥା, ସେମାନଙ୍କର ଦୈନନ୍ଦିନ କର୍ମସୂଚୀ, ଅଭ୍ୟାସ, ଜଳବାୟୁ, ଆବେଷ୍ଟନୀସବୁ ପରିବର୍ତ୍ତନ କରିପାରନ୍ତି, କିନ୍ତୁ ତଥାପି ସର୍ବତ୍ର ସେମାନେ
ହେ ପରା ଚେତନା, ଶାଶ୍ୱତ ବିଧାନ, ତୋତେ ହିଁ ଆମ୍ଭମାନଙ୍କୁ ଜାଣିବାକୁ ହେବ, ବୁଝିବାକୁ ହେବ, ଉପଲବ୍ଧ କରିବାକୁ ହେବ, ତୁହିଁ ଆମ୍ଭମାନଙ୍କୁ ଚାଳିତ କରୁ, ଆଲୋକିତ କରୁ, ତୁହିଁ ନିର୍ଦେଶ ଦେଉ, ପ୍ରେରଣା
ରାତ୍ରିର ନୀରବତା ମଧ୍ୟରେ ତୋର ଶାନ୍ତି ସର୍ବତ୍ର ବିରାଜମାନ, ମୋ ହୃଦୟର ନୀରବତା ମଧ୍ୟରେ ବି ତୋର ଶାନ୍ତି ସର୍ବଦା ବିଦ୍ୟମାନ । ଯେତେବେଳେ ଏଇ ଦୁଇଟି ନୀରବତା ମିଶି ଏକ ହୋଇଯାଏ ସେତେବେଳେ
ଯେଉଁମାନେ ସମଗ୍ର ଭାବେ ତୋର ସେବକ, ଯେଉଁମାନେ ତୋ ଉପସ୍ଥିତିର ପୂର୍ଣ୍ଣ ଚେତନା ଲାଭ କରିଛନ୍ତି, ମୁଁ ଅନୁଭବ କରୁଛି ସେମାନଙ୍କ ତୁଳନାରେ ମୋତେ ଯାହାପ୍ରାପ୍ତ କରିବାକୁ ହେବ ମୁଁ ତାହାଠାରୁ ବହୁ ଦୂରରେ;
ହେ ଭଗବାନ୍, ମୋର ଏକ ମାତ୍ର ଅଭୀପ୍ସା, ତୋତେ ଯେପରି ପ୍ରତ୍ୟହ କ୍ରମଶଃ ଭଲ କରି ଜାଣିପାରେ ଏବଂ କ୍ରମଶଃ ଭଲଭାବେ ତୋର ସେବା କରିପାରେ । ବାହ୍ୟ ପରିସ୍ଥିତିରେ କ’ଣ ଯାଏ ଆସେ
ନିଃସଙ୍ଗତା, କଠୋର ନିଃସଙ୍ଗତା… ଏବଂ ନିରନ୍ତର ଏହି ତୀବ୍ର ଅନୁଭବ ଯେ, ମୁଁ ଯେପରି ଗୋଟିଏ ଗଭୀର ଅନ୍ଧକାରମୟ ନରକ ମଧ୍ୟକୁ ସିଧା ନିକ୍ଷିପ୍ତ ହୋଇଛି । ଜୀବନର କୌଣସି ମୁହୂର୍ତ୍ତରେ, କୌଣସି ଅବସ୍ଥାରେ
ଚେତନାର ଭିନ୍ନ ଭିନ୍ନ ପ୍ରକାରର କେତେ ସ୍ତର ନାହିଁ । ଏହି ଶବ୍ଦ (ଚେତନା) କେବଳ ସେହି ବସ୍ତୁ ସକାଶେ ବ୍ୟବହାର କରାଯିବା ଉଚିତ ଯାହା ସତ୍ତା ମଧ୍ୟରେ ତୋ ସାନିଧ୍ୟରେ ଆଲୋକିତ, ଯାହା
ଅପଡେଟ ଗୁଡାକ ପାଇବା ପାଇଁ ନିଜର ଇମେଲ ଦେଇ subscribe କରନ୍ତୁ
Divine Light Bot