Divine Light Online

Tag: 1913

ଫେବ୍ରୁଆରି ୫, ୧୯୧୩

ମଧୁର ଏକ ସଂଗୀତ ପରି ତୋର କଣ୍ଠଧ୍ୱନି ମୁଁ ଶୁଣୁଛି ମୋ ହୃଦୟର ନୀରବତାରେ, ମୋ ମସ୍ତିଷ୍କରେ ତାହା ରୂପ ନେଉଛି ଅପୂର୍ଣ୍ଣ କଥାରୂପେ, ଯଦିଓ ସେସବୁ କଥାରେ ତୁହିଁ ରହିଛୁ ସର୍ବତୋଭାବେ ଓତପ୍ରୋତ

Read More »

ଅଗଷ୍ଟ ୧୭, ୧୯୧୩

ହେ ପରମେଶ୍ଵର, ଜୀବନର ପ୍ରଭୁ ! ଆମ୍ଭେମାନେ ଯେପରି ସ୍ଥୂଳ ଶରୀର-ସଂରକ୍ଷଣର ଦୁଶ୍ଚିନ୍ତାରୁ ଊର୍ଦ୍ଧକୁ, ଅତି ଊର୍ଦ୍ଧ୍ୱକୁ ଉଠିଯାଉ । ଶରୀରରକ୍ଷଣ ପାଇଁ ସର୍ବଦା ଚିନ୍ତା କରିବା, ସ୍ୱାସ୍ଥ୍ୟ ନିମନ୍ତେ, ଆହାର ନିମନ୍ତେ, ଜୀବନର

Read More »

ଫେବ୍ରୁଆରି ୮, ୧୯୧୩

ହେ ପ୍ରଭୁ, ତୁହିଁ ମୋର ଆଶ୍ରୟ ଓ ମୋର ଆଶୀର୍ବାଦ, ମୋର ଶକ୍ତି, ମୋର ସ୍ୱାସ୍ଥ୍ୟ, ମୋ ଆଶା ଓ ସାହସ । ତୁହିଁ ପରମ ଶାନ୍ତି, ଅବିମିଶ୍ର ଆନନ୍ଦ ଓ ପୂର୍ଣ୍ଣ ଆତ୍ମପ୍ରସାଦ

Read More »

ଅକ୍ଟୋବର ୭, ୧୯୧୩

ତିନି ମାସ ଅନୁପସ୍ଥିତି ପରେ, ହେ ଭଗବାନ୍ ତୋ ନାମରେ ଉତ୍ସର୍ଗୀକୃତ ଏହି ଗୃହକୁ ଫେରି ମୋର ଦୁଇଟି ଉପଲବ୍ଧ ହେଲା । ପ୍ରଥମତଃ, ମୋର ବାହ୍ୟ ସତ୍ତାରେ, ମୋର ସ୍ଥୂଳ ଚେତନାରେ ମୁଁ

Read More »

ଫେବ୍ରୁଆରି ୧୦, ୧୯୧୩

ମୋର ସତ୍ତା ସ୍ତୁତିମୁଖର ହୋଇ ଉଠିଚାଲିଛି ତୋ ଆଡ଼କୁ, ଏଥିପାଇଁ ନୁହେଁ ଯେ ତୁ ଏହି ଦୁର୍ବଳ ଆଧାରଟିକୁ ଆଶ୍ରୟ କରି ଆତ୍ମପ୍ରକାଶ କରିଛୁ, କିନ୍ତୁ ତୁ ଯେ ନିଜକୁ ପ୍ରକାଶକରିଛୁ ଏଇଥିପାଇଁ ।

Read More »

ନଭେମ୍ବର ୨୨, ୧୯୧୩

ତୋ ସମ୍ମୁଖରେ ନୀରବରେ କେତୋଟି ମୁହୂର୍ତ୍ତ କଟାଇବା ଶହ ଶହ ବର୍ଷର ଆନନ୍ଦଭୋଗ ସଙ୍ଗେ ସମାନ… ପ୍ରଭୁ, ସମସ୍ତ ଅନ୍ଧକାର ଦୂର କରିଦେ, ମୁଁ ଯେପରି ନିଷ୍ଠା ଓ ପ୍ରଶାନ୍ତିର ସହ ଅଧିକରୁ ଅଧିକ

Read More »

ଫେବ୍ରୁଆରି ୧୨, ୧୯୧୩

ଗୋଟିଏ ସୃଷ୍ଟି ମଧ୍ୟରେ ଯେତେ ବେଳେ କୌଣସି ଚେଷ୍ଟା ରହେ ନାହିଁ, ସେତେବେଳେ ତାହା ହୋଇଉଠେ ଅତି ସରଳ, ଫୁଲ ଯେପରି ଫୁଟେ ସେହିପରି ସରଳ – ଯେତେବେଳେ ଫୁଲ ତାହାର ସୌନ୍ଦର୍ଯ୍ୟ ପ୍ରକାଶ

Read More »

ନଭେମ୍ବର ୨୫, ୧୯୧୩

ତୋତେ ନୀରବରେ ଧ୍ୟାନ କରିବାର ସବୁଠୁ ବଡ଼ ଶତ୍ରୁ ହେଲା, ଆମେ ସଂସ୍ପର୍ଶରେ ଆସୁଥିବା ଅସଂଖ୍ୟ ଘଟଣାବଳୀର ଛାପକୁ ଧରି ରଖିବା ପାଇଁ ଆମ ଅବଚେତନାର ଯେଉଁ ନିରନ୍ତର କ୍ରିୟା ଚାଲିଥାଏ । ଯେପର୍ଯ୍ୟନ୍ତ

Read More »

ମାର୍ଚ୍ଚ ୧୩, ୧୯୧୩

ପବିତ୍ରୀକରଣର ବିଶୁଦ୍ଧ ସୁଗନ୍ଧିତ ଧୂପ ଜଳିଉଠୁ ଊର୍ଦ୍ଧ୍ୱରୁ ଊର୍ଦ୍ଧ୍ୱ ଆଡ଼କୁ, ଅଧିକରୁ ଅଧିକ ସିଧାସଳଖଭାବେ, ଯେପରି ପୂର୍ଣ୍ଣ ସତ୍ତାର ଅବିରାମ ପ୍ରାର୍ଥନା ଉଠିଚାଲେ ତୋ ସଙ୍ଗେ ମିଳିଯିବା ନିମନ୍ତେ, ତୋତେ ପ୍ରକଟ କରିବା ପାଇଁ

Read More »

ନଭେମ୍ବର ୨୮, ୧୯୧୩

ଭୋର ହେବା ପୂର୍ବରୁ ଏହି ଯେଉଁ ପ୍ରଶାନ୍ତ ସମାହିତ, ଅନ୍ୟାନ୍ୟ ମୁହୂର୍ତ୍ତ ଅପେକ୍ଷା ଏଇ ବର୍ତ୍ତମାନ ହିଁ ବେଶୀ ସୁନ୍ଦର ଭାବରେ ମୋର ଚିନ୍ତା ଏକ ନିବିଡ଼ ପ୍ରାର୍ଥନାର ଭାବନେଇ ତୋ ଆଡ଼େ ଉଠିଚାଲିଛି,

Read More »

ମେ ୧୧, ୧୯୧୩

ଯେତେବେଳେ ମୋର କିଛି ସ୍ଥୂଳ ବୈଷୟିକ ଦାୟିତ୍ୱ ନ ଥାଏ, ସେତେବେଳେ ସେ ସମ୍ପର୍କରେ ମୋର ସମସ୍ତ ଭାବନା-ଚିନ୍ତା କୁଆଡ଼େ ଦୂରକୁ ଚାଲିଯାଏ, ଏବଂ ମୋର ମନ ଏକାନ୍ତଭାବେ, ପୂର୍ଣ୍ଣଭାବେ ତୋଠାରେ ଓ ତୋ

Read More »

ନଭେମ୍ବର ୨୯, ୧୯୧୩

କାହିଁକି ଏଇ କୋଳାହଳ, ଏଇ ଆନ୍ଦୋଳନ, ଏଇ ବିକ୍ଷୋଭ ? କାହିଁକି ଏହି ଘୂର୍ଣ୍ଣିବାତ୍ୟା ମନୁଷ୍ୟକୁ ନେଇ ଛୁଟିଚାଲିଛି ଝଡ଼ ଭିତରେ ପଡ଼ିଯାଇଥିବା ଦଳେ ମାଛି ପରି । କି କରୁଣ ଦୃଶ୍ୟ, ଶକ୍ତିର

Read More »

ଜୁନ୍ ୧୫, ୧୯୧୩

ନୀରବତା ଓ ନିର୍ଜନତାରେ ଯେ ପୂର୍ଣ୍ଣ ଧ୍ୟାନସିଦ୍ଧି କରିଛି, ସେ ଅବସ୍ଥା ସେ ଲାଭ କରିଛି ନିଜକୁ ନିଜ ଶରୀରରୁ ପୃଥକ୍ କରିଦେଇ, ନିଜକୁ ବିଯୁକ୍ତ କରିଦେଇ, ଫଳରେ ଏହି ଶରୀର ଯେଉଁ ଉପାଦାନରେ

Read More »

ଡିସେମ୍ବର ୧୩, ୧୯୧୩

ହେ ପ୍ରଭୁ, ମୋତେ ଜ୍ଞାନଦୀପ୍ତ କର, ମୁଁ ଯେପରି ଭୁଲ ନ କରେ । ଯେଉଁ ଅସୀମ ଶ୍ରଦ୍ଧା, ଏକାନ୍ତ ଭକ୍ତି ଓ ତୀବ୍ର ଗଭୀର ପ୍ରେମ ନେଇ ମୁଁ ତୋ ନିକଟକୁ ଯାଉଛି,

Read More »

ଜୁନ୍ ୧୭, ୧୯୧୩

ହେ ଭଗବାନ୍, ଅଗ୍ନି ଯେପରି ଆଲୋକ ଓ ଉତ୍ତାପ ଦିଏ, ଝରଣା ଯେପରି ତୃଷାନିବାରଣ କରେ, ବୃକ୍ଷ ଯେପରି ଛାୟା ଓ ଆଶ୍ରୟ ପ୍ରଦାନ କରେ, ମୁଁ ଯେପରି ସେହିପରି ହୋଇଉଠେ… ମନୁଷ୍ୟ ଏତେ

Read More »