Divine Light Online

ଶିକ୍ଷା : ଚେତନାକୁ ପ୍ରସ୍ତୁତ କରେ

ସାଧାରଣତଃ ସମସ୍ତ ପ୍ରକାର ଶିକ୍ଷା, ସମସ୍ତ ଉତ୍କର୍ଷ ସାଧନ, ଇନ୍ଦ୍ରିୟ ତଥା ସତ୍ତାର ସମସ୍ତ ବିଶୁଦ୍ଧକରଣ, ପ୍ରବୃତ୍ତି, କାମନା, ଆବେଗ ଆଦିକୁ ନିରାକରଣ କରିବାର ସର୍ବୋତ୍ତମ ଉପାୟମାନଙ୍କ ମଧ୍ୟରୁ ଅନ୍ୟତମ । ଏସବୁ କଥାକୁ ଖାଲି ତଡ଼ି ଦେବା ଫଳରେ ସେସବୁର ନିରାମୟ ଘଟେ ନାହିଁ । ସେସବୁକୁ ଶିକ୍ଷିତ କରିବା, ବୁଦ୍ଧି ଦୀପ୍ତ କରିବା ଓ ଶୁଦ୍ଧ କରିବାହିଁ ସେସବୁକୁ ନିରାମୟ କରିବାର ନିଶ୍ଚିତତମ ମାର୍ଗ । ଅଗ୍ରଗତି ଓ ଅଭିବୃଦ୍ଧି ନିମନ୍ତେ ସର୍ବୋଚ୍ଚ ସମ୍ଭାବ୍ୟ ବିକାଶ ଯୋଗାଇ ଦେବା, କିଛିଟା ସାମଞ୍ଜସ୍ୟବୋଧ ଓ ଦୃଷ୍ଟିରେ ଯଥାଯଥତା ଲାଭ କରିବା ହେଉଛି ସତ୍ତାର ଉତ୍କର୍ଷ ସାଧନ ଓ ଶିକ୍ଷାର ଏକ ଅଙ୍ଗ…

ନିଶ୍ଚିତ ରୂପେ ଶିକ୍ଷା ହେଉଛି ଚେତନାକୁ ଉଚ୍ଚତର ବିକାଶ ନିମନ୍ତେ ପ୍ରସ୍ତୁତ କରିବାର ଏକ ସର୍ବୋତ୍ତମ ଉପାୟ । କେତେକ ଖୁବ୍ ଅମାର୍ଜିତ ଓ ଖୁବ୍ ସରଳ ପ୍ରକୃତିର ଲୋକ ଅଛନ୍ତି ଯେଉଁମାନଙ୍କର ମହାନ୍ ଅଭିପ୍ସା ପୋଷଣ କରିବାର ଓ କିଛିଟା ଆଧ୍ୟାତ୍ମିକ ଅଗ୍ରଗତି ଲାଭ କରିବାର ସାମର୍ଥ୍ୟ ରହିଛି, କିନ୍ତୁ ସେମାନଙ୍କର ଭିତ୍ତିଭୂମି ସବୁବେଳେ ନିକୃଷ୍ଟ ଧରଣର ହୋଇ ରହିଥାଏ ଓ ସେମାନେ ସେମାନଙ୍କ ସାଧାରଣ ଚେତନାକୁ ଫେରିବା ମାତ୍ରେ ତାହା ମଧ୍ୟରେ ସେମାନେ ବାଧାର ସମ୍ମୁଖୀନ ହୁଅନ୍ତି । କାରଣ ସେଠାକାର ଉପାଦାନ ବହୁତ କ୍ଷୀଣ, ସେମାନଙ୍କ ପ୍ରାଣିକ ଓ ଭୌତିକ ଚେତନାରେ ଯଥେଷ୍ଟ ଉପାଦାନ ନ ଥାଏ ଯାହାକି ଉଚ୍ଚତର ଶକ୍ତିର ଅବତରଣକୁ ସହ୍ୟ କରିବାରେ ସେମାନଙ୍କୁ ସମର୍ଥ କରିବ ।

– ଶ୍ରୀମା

କଳା – ଜୀବନଯାପନର

ସାଧାରଣତଃ ତୁମକୁ ବହୁତ କମ୍ କଥା ଶିକ୍ଷା ଦିଆ ଯାଇଥାଏ – ଏପରିକି କିପରି ଶୋଇବାକୁ ହେବ ତା’ ବି

ପ୍ରବୃତ୍ତିର ସଂଯମ

ତୁମେ ଯେତେବେଳେ ଖୁବ୍ ଛୋଟଥାଅ ସେତେବେଳଠାରୁ ତୁମ ଶିକ୍ଷାଦାତାର କାର୍ଯ୍ୟ ଯେ ତୁମ ପ୍ରବୃତ୍ତିକୁ ସଂଯତ କରିବା ପାଇଁ ତୁମକୁ

No more posts to show

Share:

Share on whatsapp
Share on facebook
Share on twitter
Share on email
Share on telegram

Recent Posts