Divine Light Online

ସନ୍ୟାସୀର ମାର୍ଗ

ମା, ଆତ୍ମ-କର୍ତ୍ତୃତ୍ଵ ଲାଗି ସନ୍ୟାସୀର ପ୍ରଣାଳୀ ଅବଲମ୍ବନ କରିବା କ’ଣ ସମୟେ ସମୟେ କାର୍ଯ୍ୟରେ ଲାଗେ ନାହିଁ ?

ନା ! ତା’ ଦ୍ଵାରା ତୁମେ କିଛି ବି ନିରାମୟ କରି ପାରି ନାହିଁ । ଖାଲି ତୁମର ଗୋଟିଏ ଭ୍ରାନ୍ତ ଧାରଣା ହୁଏ ଯେ ତୁମେ ଅଗ୍ରଗତି କରୁଛି, କିନ୍ତୁ ବାସ୍ତବରେ କିଛି ବି ନିରାମୟ ହୁଏ ନାହିଁ । ଏହାର ପ୍ରମାଣ ହେଉଛି ତୁମେ ଯଦି ସନ୍ୟାସ ପଛା ଛାଡ଼ି ଦେବ ତେବେ କଥାଟି ପୂର୍ବ ଅପେକ୍ଷା ଆହୁରି ପ୍ରବଳ ଭାବରେ ଦେଖାଦେବ, ଏହା ଏକ ପ୍ରତିଶୋଧର ଭାବ ନେଇ ଫେରି ଆସେ । ଏହା ନିର୍ଭର କରେ ତୁମେ କାହାକୁ ସନ୍ୟାସର ପନ୍ଥା ବା ପ୍ରଣାଳୀ ବୋଲି କହୁଛି ତା’ରି ଉପରେ । ତୁମେ ଯଦି ତୁମର ଯାବତୀୟ କାମନା ବାସନାକୁ ଚରିତାର୍ଥ କରିବାରେ ମଜ୍ଜି ନ ରହୁଥାଅ ତେବେ ତାହାକୁ ସନ୍ୟାସ ବା କୃନ୍ଥସାଧନା କୁହାଯିବ ନାହିଁ । ଏହା ଏକ ସାଧାରଣ ଜ୍ଞାନ । ଏହା ଅନ୍ୟ କିଛି । କୃଚ୍ଛ୍ରସାଧନାର ପଦ୍ଧତି ହେଉଛି ବାରଂବାର ଉପବାସ, ଥଣ୍ଡା ସହ୍ୟ କରିବା ଲାଗି ନିଜକୁ ବାଧ୍ୟ କରିବା… ବାସ୍ତବ ପକ୍ଷରେ ତୁମ ଶରୀର ଉପରେ ଟିକିଏ ଅତ୍ୟାଚାର କରିବା । ଏହା ତୁମକୁ ଖାଲି ଏକ ଆଧ୍ୟାର୍ମିକ ଗର୍ବ ଆଣି ଦେଇପାରେ, ତା’ଛଡ଼ା ଅଧିକ କିଛି ଦେଇ ପାରେ ନାହିଁ । ଏହା ଯଥାର୍ଥରେ କୌଣସି କିଛି ଉପରେ କର୍ତ୍ତୃତ୍ଵ ଆଣି ଦେଇପାରେ ନାହିଁ । ଏପରି କାର୍ଯ୍ୟ ଅନନ୍ତଗୁଣରେ ସହଜ । ଏହା ସହଜ ଓ ସରଳ ହୋଇଥିବାରୁ ଲୋକମାନେ ଏହା ଆଚରଣ କରିଥା’ନ୍ତି । ଯେହେତୁ ଏଥିରେ ଗର୍ବ ପୂରା ସନ୍ତୁଷ୍ଟ ହୁଏ ଓ ଆତ୍ମବଡ଼ିମା ଫୁଲି ଉଠେ ସେଥିପାଇଁ ଏହା ଆଚରଣ କରିବା ବହୁତ ସହଜ ହୋଇଥାଏ । ବ୍ୟକ୍ତି ନିଜର ସନ୍ୟାସିତ୍ୱକୁ ନେଇ ବିରାଟ ପ୍ରଦର୍ଶନୀ କରିଥାଏ । ତେଣୁ ନିଜକୁ ଏକ ଅତିଶୟ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ବୋଲି ଭାବିଥାଏ ଏବଂ ତାହା ତାକୁ ଅନେକ କଥା ସହ୍ୟ କରିବାକୁ ସାହାଯ୍ୟ କରିଥାଏ ।

କୃଚ୍ଛ୍ରସାଧନାର ପଦ୍ଧତି ଅବଲମ୍ବନ ନ କରି ସ୍ଥିର, ଶାନ୍ତ ଭାବରେ ନିଜର ପ୍ରବୃଭିଗୁଡ଼ିକ ଉପରେ କର୍ତ୍ତୃତ୍ୱ ଲାଭ କରିବା ଓ ସେମାନେ ନିଜକୁ ପ୍ରଦର୍ଶନ କରିବାରେ ସେମାନଙ୍କୁ ନିବୃତ୍ତ କରିପାରିବା ବହୁତ କଷ୍ଟକର । ନିଜେ କିଛି କଥା ଅଧୁକାର ନ କରିବା ଅପେକ୍ଷା ନିଜ ଅଧିକାରରେ ଥିବା ବସ୍ତୁସକଳ ପ୍ରତି ଅନାସକ୍ତ ରହିବା ବେଶୀ କଷ୍ଟକର । ଶତାବ୍ଦୀ ଶତାବ୍ଦୀ ଧରି ଏଇ କଥା ଜଣାଅଛି । ନିଜେ କିଛି ଜିନିଷ ଅଧୁକାର ନ କରିବା ଅଥବା ନିଜର ଅଧିକାର ଭୁକ୍ତ ଜିନିଷକୁ ଅତି କଠୋରଭାବରେ କମ୍ ରଖୁବା ଅପେକ୍ଷା ଯାହା ନିଜ ଅକାରରେ ଅଛି ସେସବୁ ପ୍ରତି ଅନାସକ୍ତ ରହିବା ଏକ ବୃହତ୍ତର ଗୁଣ ଆବଶ୍ୟକ କରେ । ଏପରି କରିପାରିବା ବହୁତ କଷ୍ଟକର । ଏହା ନୈତିକ ଉତ୍କର୍ଷର ଏକ ଅତି ଉଚ୍ଚତର ଅବସ୍ଥା । ସରଳଭାବରେ ଏଇ ମନୋଭାବ ରଖୁବ : ଯେତେବେଳେ କୌଣସି କଥା ତୁମ ନିକଟକୁ ଆସୁଛି ସେତେବେଳେ ତାକୁ ଗ୍ରହଣ କର ଓ ବ୍ୟବହାର କର; ଯେତେବେଳେ ତାହା ଏ କାରଣରୁ ହେଉ ବା ସେ କାରଣରୁ ହେଉ ତୁମ ନିକଟରୁ ଚାଲି ଯାଉଛି, ସେତେବେଳେ ତାକୁ ଚାଲି ଯିବାକୁ ଛାଡ଼ି ଦିଅ ଏବଂ ସେଥିଲାଗି ଦୁଃଖ କର ନା । ଯେତେବେଳେ କୌଣସି କଥା ତୁମ ନିକଟକୁ ଆସୁଛି ତାକୁ ପ୍ରତ୍ୟାଖ୍ୟାନ ନ କରି ତାହାର କିପରି ଉପଯୁକ୍ତ ବ୍ୟବହାର କରିବାକୁ ହେବ ତାହା ତୁମକୁ ଜାଣିବାକୁ ହେବ ଏବଂ ଯେତେବେଳେ ତାହା ତୁମ ନିକଟରୁ ଚାଲି ଯାଉଛି ସେତେବେଳେ ତା’ ଲାଗି ଦୁଃଖ ନ କରିବାକୁ ମଧ୍ୟ ଶିକ୍ଷା କରିବାକୁ ହେବ ।

– ଶ୍ରୀମା

Share:

Share on whatsapp
Share on facebook
Share on twitter
Share on email
Share on telegram

Recent Posts

ବିନମ୍ର ହେବାର ଠିକ୍ ଓ ଭୁଲ୍ ମାର୍ଗ କ’ଣ ?

ଏକଥା ବହୁତ ସରଳ । ଯେତେବେଳେ ଲୋକମାନଙ୍କୁ କୁହାଯାଏ ବିନମ୍ର ହୁଅ’, ସେମାନେ ସଙ୍ଗେ ସଙ୍ଗେ ଭାବନ୍ତି ‘‘ଲୋକମାନଙ୍କ ନିକଟରେ ବିନମ୍ର ହେବାକୁ’ ଏବଂ ସେହି ବିନମ୍ରତା ଭୁଲ୍ । ଯଥାର୍ଥ ବିନମ୍ରତା ହେଉଛି

କାମନା ତ୍ୟାଗ କର

ବୁଦ୍ଧଦେବ କହିଛନ୍ତି ଯେ ଗୋଟିଏ କାମନାକୁ ସନ୍ତୁଷ୍ଟ କରିବା ଅପେକ୍ଷା ତାକୁ ଜୟ କରିବାରେ ବୃହତ୍ତର ଆନନ୍ଦ ରହିଛି । ପ୍ରତ୍ୟେକ ବ୍ୟକ୍ତି ଏହି ଅଭିଜ୍ଞତା ଲାଭ କରି ପାରନ୍ତି । ବାସ୍ତବରେ ଏହା

ଯୋଗ ଓ ଧର୍ମ ମଧ୍ୟରେ ପାର୍ଥକ୍ୟ

ସ୍ନେହମୟୀ ମା, ଯୋଗ ଓ ଧର୍ମ ମଧ୍ୟରେ ପାର୍ଥକ୍ୟ କ’ଣ ? ହେ ! ମୋର ଶିଶୁ … ତୁ ଯେପରି ମୋତେ ପଚାରୁଛୁ କୁକୁର ଓ ବିରାଡ଼ି ମଧ୍ୟରେ କି ପାର୍ଥକ୍ୟ !

ସମର୍ପଣ ଏବଂ ଯୋଗ

ସମର୍ପଣ ହେଉଛି ତୁମ ଜୀବନର ଦାୟିତ୍ବ ଭଗବାନଙ୍କୁ ଅର୍ପଣ କରିଦେବାର ସିଦ୍ଧାନ୍ତ । ଏହି ସିଦ୍ଧାନ୍ତ ବିନା କିଛିବି ଆଦୌ ସମ୍ଭବ ହୁଏ ନାହିଁ । ତୁମେ ଯଦି ସମର୍ପଣ ନ କର ତେବେ

No more posts to show