Divine Light Online

ପ୍ରବୃତ୍ତିର ସଂଯମ

ତୁମେ ଯେତେବେଳେ ଖୁବ୍ ଛୋଟଥାଅ ସେତେବେଳଠାରୁ ତୁମ ଶିକ୍ଷାଦାତାର କାର୍ଯ୍ୟ ଯେ ତୁମ ପ୍ରବୃତ୍ତିକୁ ସଂଯତ କରିବା ପାଇଁ ତୁମକୁ ଶିକ୍ଷା ଦେବା ଏବଂ ସେଇସବୁ କଥାକୁ କେବଳ ମାନିବାକୁ ଶିକ୍ଷା ଦେବା ଯେଉଁ ଗୁଡ଼ିକ ତୁମେ ଯେଉଁ ବିଧାନର ଅଧୀନରେ ରହୁଛ ଅଥବା ତୁମେ ଯେଉଁ ଆଦର୍ଶ ଅନୁସରଣ କରୁଛ ଅଥବା ତୁମେ ରହିଥିବା ପରିବେଶର ପ୍ରଥା ସହ ସମଛନ୍ଦ ରକ୍ଷା କରୁଥିବ । ତୁମ ପ୍ରବୃତ୍ତିକୁ ଶାସନ କରିବା ନିମନ୍ତେ ଉଦ୍ଦିଷ୍ଟ ଏହି ମାନସିକ ଗଠନର ମୂଲ୍ୟ ବହୁ ଭାଗରେ ନିର୍ଭର କରେ ତୁମେ ବାସ କରୁଥିବା ପରିବେଶ ଓ ତୁମକୁ ଶିକ୍ଷା ଦେଉଥିବା ତୁମ ପିତାମାତା ଓ ଅନ୍ୟ ଲୋକମାନଙ୍କର ଚରିତ୍ର ଉପରେ । କିନ୍ତୁ ଏହା ଭଲ ହେଉ ଅଥବା ମନ୍ଦ ହେଉ, ସାଧାରଣ ହେଉ ଅଥବା ଅସାଧାରଣ ହେଉ ଏହା ସବୁବେଳେ ପ୍ରବୃତ୍ତି ଉପରେ ଏକ ମାନସିକ ସଂଯମର ପରିଣାମ । ଯେତେବେଳେ ତୁମର ପିତାମାତା ତୁମକୁ କୁହନ୍ତି, “ତୁମେ ଏହା କରିବା ଉଚିତ ନୁହେଁ” , ଅଥବା ଯେତେବେଳେ ସେମାନେ କହନ୍ତି, “ତୁମକୁ ତାହା କରିବାକୁ ହେବ”, ଏହା ପ୍ରବୃତ୍ତି ଉପରେ ମାନସିକ ସଂଯମ ନିମନ୍ତେ ଶିକ୍ଷାର ଅୟମାରମ୍ଭ ।

– ଶ୍ରୀମା

କଳା – ଜୀବନଯାପନର

ସାଧାରଣତଃ ତୁମକୁ ବହୁତ କମ୍ କଥା ଶିକ୍ଷା ଦିଆ ଯାଇଥାଏ – ଏପରିକି କିପରି ଶୋଇବାକୁ ହେବ ତା’ ବି

No more posts to show

Share:

Share on whatsapp
Share on facebook
Share on twitter
Share on email
Share on telegram

Recent Posts

ପଥ ନିମନ୍ତେ ଏକ ଆହ୍ଵାନ

ତୁମେ ଯୋଗ-ସାଧନା କାହିଁକି କରିବାକୁ ଚାହଁ ? ଶକ୍ତିଲାଭ କରିବାକୁ ? ଶାନ୍ତି ଏବଂ ସ୍ଥିରତା ଲାଭ କରିବାକୁ ? ମଣିଷ ସମାଜର ସେବା କରିବାକୁ ? ଏହିସବୁ ଉଦ୍ଦେଶ୍ୟ ମଧ୍ୟରୁ କୌଣସି ଗୋଟିଏ

ଯୋଗ ଓ ଧର୍ମ ମଧ୍ୟରେ ପାର୍ଥକ୍ୟ

ସ୍ନେହମୟୀ ମା, ଯୋଗ ଓ ଧର୍ମ ମଧ୍ୟରେ ପାର୍ଥକ୍ୟ କ’ଣ ? ହେ ! ମୋର ଶିଶୁ … ତୁ ଯେପରି ମୋତେ ପଚାରୁଛୁ କୁକୁର ଓ ବିରାଡ଼ି ମଧ୍ୟରେ କି ପାର୍ଥକ୍ୟ !

ଆଧ୍ୟାତ୍ମିକତା ଓ ନୈତିକତା

ଆଧ୍ୟାତ୍ମିକତା ଓ ନୈତିକତା ମଧ୍ୟରେ ବିରାଟ ପାର୍ଥକ୍ୟ ରହିଛି । ଏହି ଦୁଇଟି କଥାର ପରସ୍ପର ମଧ୍ୟରେ ସବୁବେଳେ ଗୋଳମାଳ ସୃଷ୍ଟି ହୁଏ । ଆଧ୍ୟାତ୍ମିକ ଜୀବନ ବା ଯୋଗଜୀବନର ଲକ୍ଷ୍ୟ ହେଉଛି ଭାଗବତ

ବିଚାର ବୁଦ୍ଧିକୁ ପ୍ରଭୁ ହେବାକୁ ହେବ

ଏକଥା ପିଲାଦିନଠାରୁ ଶିକ୍ଷା କରିବା ଭଲ ଯେ ଏକ ସଫଳ ଜୀବନଯାପନ ନିମନ୍ତେ ଏବଂ ଶରୀର ଯାହା ଦେବାକୁ ସକ୍ଷମ ସେଥିରୁ ସବୁଠୁ ବେଶୀ କଥା ଆଦାୟ କରିବା ନିମନ୍ତେ ବିଚାର ବୁଦ୍ଧି ଗୃହଟିର

ଯୋଗସାଧନା କରିବାର ସଂକଳ୍ପ

ତୁମେ ଦେଖ, ଜଣେ ବ୍ୟକ୍ତିର ଖୁବ୍ ସଦିଚ୍ଛା ଥାଇପାରେ, ଦିବ୍ୟ ଉପଲବ୍ଧି ଦିଗରେ ଜୀବନଟା ପରିଚାଳିତ ହୋଇଥାଇପାରେ, ଯାହା ବି ହେଉ ତାହା କମ୍ ହେଉ କିଂବା ବେଶୀ ହେଉ, ଦିବ୍ୟକର୍ମ ପ୍ରତି ରହିଥାଏ

No more posts to show