ତୁମେ ଯୋଗ-ସାଧନା କାହିଁକି କରିବାକୁ ଚାହଁ ? ଶକ୍ତିଲାଭ କରିବାକୁ ? ଶାନ୍ତି ଏବଂ ସ୍ଥିରତା ଲାଭ କରିବାକୁ ? ମଣିଷ ସମାଜର ସେବା କରିବାକୁ ?
ଏହିସବୁ ଉଦ୍ଦେଶ୍ୟ ମଧ୍ୟରୁ କୌଣସି ଗୋଟିଏ ବି ନୁହେଁ ଯାହାକି ଯଥେଷ୍ଟ ପରିମାଣରେ ସୂଚାଇ ଦିଏ ଯେ ତୁମେ ଯୋଗପଥ ପାଇଁ ଉଦ୍ଦିଷ୍ଟ ।
ଯେଉଁ ପ୍ରଶ୍ନର ଉତ୍ତର ତୁମକୁ ଦେବାକୁ ହେବ ତାହା ହେଉଛି : ତୁମେ କ’ଣ ଭଗବାନଙ୍କ ପାଇଁ ଯୋଗସାଧନା କରିବାକୁ ଚାହିଁ ? ଭଗବାନ୍ କ’ଣ ତୁମ ଜୀବନର ଏକମାତ୍ର ପରମ କାମ୍ୟବସ୍ତୁ, ଏତେ ପରିମାଣରେ କାମ୍ୟ ଯେ ତାଙ୍କ ବିନା ତୁମ ପକ୍ଷରେ ଜୀବନ ଧାରଣ ଅସମ୍ଭବ ? ତୁମେ କ’ଣ ଭାବୁଛି ଯେ ଭଗବାନହିଁ କେବଳ ତୁମ ଜୀବନ ଧାରଣର ଏକମାତ୍ର କାରଣ, ତାଙ୍କ ବିନା ତୁମ ଜୀବନ ଧାରଣର କିଛି ଅର୍ଥ ନାହିଁ ? ଏଇଆ ଯଦି ହୋଇଥାଏ ତା’ହେଲେ କୁହାଯାଇପାରେ ଯେ ଯୋଗପଥରେ ଯାତ୍ରା କରିବା ଲାଗି ତୁମେ ଯଥାର୍ଥରେ ଆହ୍ୱାନ ପାଇଛି ।
ଏହି ହେଉଛି ପ୍ରଥମ କଥା ଯାହା ଆବଶ୍ୟକ – ଭଗବାନଙ୍କ ଲାଗି ଏକ ଅଭୀପ୍ସା ।
ପରବର୍ତ୍ତୀ କଥା ହେଉଛି ଏହାକୁ ଯତ୍ନର ସହ ଭିତରେ ଲାଳନ କରିବା, ସବୁବେଳେ ସତର୍କ ଓ ସଜାଗ ରହି ଜୀବନ୍ତ ରଖୁବା । ସେଥିଲାଗି ଯାହା ଆବଶ୍ୟକ ତାହା ହେଉଛି ଏକାଗ୍ରତା – ଭଗବାନଙ୍କ ସଙ୍କଳ୍ପ ଓ ଲକ୍ଷ୍ୟ ନିକଟରେ ନିଜକୁ ପରିପୂର୍ଣ ଓ ଅଖଣ୍ଡ ଭାବେ ଉତ୍ସର୍ଗ କରିବାର ଉଦ୍ଦେଶ୍ୟ ନେଇ କେବଳ ଭଗବାନଙ୍କ ଉପରେ ଏକାଗ୍ର ହେବା ।
ତୁମ ହୃଦୟରେ ଏକାଗ୍ର ହୁଅ । ତା’ ମଧ୍ୟକୁ ପ୍ରବେଶ କର, ଭିତରକୁ, ଗଭୀରକୁ, ଯେତେଦୂର ସମ୍ଭବ ସେତେ ଦୂରକୁ ଯାଅ । ତୁମ ଚେତନାର ସମସ୍ତ ଝିଅ ଯାହା ଏଣେ ତେଣେ ବାହାରେ ବିକ୍ଷିପ୍ତ ସେସବୁ ଏକତ୍ର କରି ଗୁଡ଼ାଇ ଧରି ଡୁବ ଦିଅ ଓ ଗଭୀରକୁ ବୁଡ଼ିଯାଅ ।
ହୃଦୟର ଗଭୀର ନିସ୍ତବ୍ଧତା ମଧ୍ୟରେ ଅଗ୍ନିଶିଖାଟିଏ ଜଳୁଛି । ଏହା ହେଉଛି ତୁମ ମଧ୍ୟସ୍ଥ ଦିବ୍ୟତା, ତୁମର ଯଥାର୍ଥ ସଭା । ତା’ରି ବାଣୀ ଶୁଣ, ତା’ରି ନିର୍ଦ୍ଦେଶକୁ ଅନୁସରଣ କର ।
– ଶ୍ରୀମା