Divine Light Online

କାମନା ତ୍ୟାଗ କର

ବୁଦ୍ଧଦେବ କହିଛନ୍ତି ଯେ ଗୋଟିଏ କାମନାକୁ ସନ୍ତୁଷ୍ଟ କରିବା ଅପେକ୍ଷା ତାକୁ ଜୟ କରିବାରେ ବୃହତ୍ତର ଆନନ୍ଦ ରହିଛି । ପ୍ରତ୍ୟେକ ବ୍ୟକ୍ତି ଏହି ଅଭିଜ୍ଞତା ଲାଭ କରି ପାରନ୍ତି । ବାସ୍ତବରେ ଏହା ଏକ ବହୁତ ଆଗ୍ରହଦାୟକ ଓ ବହୁତ ଚମତ୍କାର ଅନୁଭୂତି ।…

ତୁମେ ଯେତେବେଳେ ଇଚ୍ଛା କରି କାମନାକୁ ତ୍ୟାଗ କର ସେତେବେଳେ ଚୈତ୍ୟପୁରୁଷଙ୍କ ସହ ତୁମର ଏକ ପ୍ରକାର ଆନ୍ତର ସଂଯୋଗ ସ୍ଥାପିତ ହୋଇଯାଏ । ସେଇଥିପାଇଁ କାମନାକୁ ସନ୍ତୁଷ୍ଟ କରିବା ଅପେକ୍ଷା ବ୍ୟକ୍ତି ଏଥିରେ ବେଶୀ ଆନନ୍ଦ ଅନୁଭବ କରିଥାଏ । ତା’ଛଡ଼ା ସାଧାରଣତଃ ବିନା ବ୍ୟତିକ୍ରମରେ ତୁମେ ଯେତେବେଳେ ଗୋଟିଏ କାମନାକୁ ପୂରଣ କର ତାହା ସବୁବେଳେ କୌଣସି ନା କୌଣସିଠାରେ ଏକ ତିକ୍ତ ସ୍ବାଦ ଛାଡ଼ିଯାଏ।

ଏପରି କୌଣସି ଗୋଟିଏ ବି କାମନାର ତୃପ୍ତି ନାହିଁ ଯାହା ଏକ ପ୍ରକାର ତିକ୍ତ ଅନୁଭୂତି ଦେଇ ନ ଥାଏ । ଯେପରି ଅତିଶୟ ମିଠା କୌଣସି ମିଠେଇ ଖାଇଲେ ମୁହଁ ତୁମର ତିକ୍ତତାରେ ଭରି ଯାଇଥାଏ, ଏହା ଠିକ୍ ସେହିପରି । ତୁମକୁ ଆନ୍ତରିକତାର ସହ ଚେଷ୍ଟା କରିବାକୁ ହେବ । ଏକଥା ଠିକ୍ ଯେ ତୁମେ କୌଣସି କାମନାକୁ ଗୋଟିଏ କୋଣରେ ରଖିଅଦେଇ ତାକୁ ତ୍ୟାଗ କରିଛି ବୋଲି ଛଳନା କରିବା ଉଚିତ ନୁହେଁ, କାରଣ ତା’ ଫଳରେ ତୁମକୁ ବହୁତ ଦୁଃଖ ଭୋଗିବାକୁ ପଡ଼ିଥାଏ । ତୁମକୁ ଏହା ଆନ୍ତରିକତାର ସହ କରିବାକୁ ହେବ ।

– ଶ୍ରୀମା

କଳା – ଜୀବନଯାପନର

ସାଧାରଣତଃ ତୁମକୁ ବହୁତ କମ୍ କଥା ଶିକ୍ଷା ଦିଆ ଯାଇଥାଏ – ଏପରିକି କିପରି ଶୋଇବାକୁ ହେବ ତା’ ବି

ପ୍ରବୃତ୍ତିର ସଂଯମ

ତୁମେ ଯେତେବେଳେ ଖୁବ୍ ଛୋଟଥାଅ ସେତେବେଳଠାରୁ ତୁମ ଶିକ୍ଷାଦାତାର କାର୍ଯ୍ୟ ଯେ ତୁମ ପ୍ରବୃତ୍ତିକୁ ସଂଯତ କରିବା ପାଇଁ ତୁମକୁ

No more posts to show

Share:

Share on whatsapp
Share on facebook
Share on twitter
Share on email
Share on telegram

Recent Posts

ଏକ ମହାନ୍ ଦୁଃସାହସିକ ଅଭିଯାନ

ଆମ୍ଭେମାନେ ଏକ ବିଶେଷ ଅସାଧାରଣ ଅବସ୍ଥା, ଅତିଶୟ ଅସାଧାରଣ ସ୍ଥିତି ମଧ୍ୟରେ ଆସି ପହଞ୍ଚିଛୁ, ଯାହାର ଦୃଷ୍ଟାନ୍ତ ନାହିଁ । ଆମ୍ଭେମାନେ ବର୍ତ୍ତମାନ ଏକ ନୂତନ ପୃଥିବୀର ଜନ୍ମୋତ୍ସବ ଅବଲୋକନ କରୁଛୁ । ଏହା

ଛୋଟ ଛୋଟ ବିଜୟ ହାସଲ କର

ଯଦି ଆନ୍ତର ଚେତନା ଓ ଜ୍ଞାନର ଉଦ୍ୟମ ବଳରେ ତୁମେ ନିଜ ଭିତରେ ଯଥାର୍ଥରେ ଏକ କାମନା ଉପରେ ବିଜୟଲାଭ କର, ଅର୍ଥାତ୍, ଯଦି ତାକୁ ବିନଷ୍ଟ ବା ନିଶ୍ଚିହ୍ନ କରି ଦିଅ ଏବଂ

ଭଗବାନ୍ ସର୍ବତ୍ର ବିଦ୍ୟମାନ । ସେଇଥି ଲାଗି ଜଣେ ଯଦି ମାନବ ସମାଜର ସେବା କରେ ତାହା କ’ଣ ଭଗବାନଙ୍କ ସେବା ହେବ ନାହିଁ ?

ଚମତ୍କାର ! ତୁମେ ଏପରି କହିବାରେ ଏହାହିଁ ସୁସ୍ପଷ୍ଟ ହେଉଛି ଯେ “ଭଗବାନ୍ ତ ମୋ ଭିତରେ ଅଛନ୍ତି । ମୁଁ ଯଦି ମୋ ନିଜର ସେବା କରେ ତା’ ହେଲେ ତାହା ଭଗବାନଙ୍କ

ଶ୍ରୀଅରବିନ୍ଦଙ୍କ ଆଦର୍ଶ ଓ ଧର୍ମ

ଅନେକ ଲୋକ କହନ୍ତି ଯେ ଶ୍ରୀଅରବିନ୍ଦଙ୍କ ଆଦର୍ଶ ଏକ ନୂତନ ଧର୍ମ । ତୁମେ କ’ଣ କୁହ ଯେ ଏହା ଏକ ଧର୍ମ ? ଏପରି ଯେଉଁ ଲୋକମାନେ କହନ୍ତି ସେମାନେ ନିର୍ବୋଧ ଯେଉଁମାନେ

ଯଥାର୍ଥ ସମର୍ପଣ ତୁମକୁ ସଂପ୍ରସାରିତ କରେ

ସମର୍ପଣ ଅର୍ଥ ଆମେ ବୁଝୁ… ଏକ ସ୍ୱତଃସ୍ଫୂର୍ତ୍ତ ଆତ୍ମଦାନ, ଭଗବାନଙ୍କ ନିକଟରେ, ଏକ ବୃହତ୍ତର ଚେତନା ଯାହାର କି ତୁମେ ଏକ ଅଂଶ ତା’ ନିକଟରେ ନିଜର ସବୁକିଛିକୁ ଅର୍ପଣ କରିଦେବା । ସମର୍ପଣ

No more posts to show